ନୂଆଦିଲ୍ଲୀ: ଭାରତୀୟ ସମ୍ବିଧାନକୁ ନେଇ ଦୁଇ ପ୍ରମୁଖ ରାଜନୈତିକ ଦଳ ବିଜେପି ଓ କଂଗ୍ରେସଙ୍କ ମଧ୍ୟରେ ରାଜନୀତି ଜୋର ଧରିଛି । ନିକଟ ଅତୀତରେ ଅନୁଷ୍ଠିତ ନିର୍ବାଚନରେ ‘ସମ୍ବିଧାନ ବଞ୍ଚାଅ’ ନାରା ଦେଇଥିବା ବିରୋଧି କଂଗ୍ରେସକୁ ଟକ୍କର ଦେବାକୁ ବିଜେପି ଯୋଜନା ପ୍ରସ୍ତୁତ କରିଛି । ଏଥିପାଇଁ ବିଜେପି ପାଳିବ ‘ସମ୍ବିଧାନ ହତ୍ୟା ଦିବସ’ । ଆସନ୍ତା ବର୍ଷ ଜୁନ ୨୫ ତାରିଖରେ ସମ୍ବିଧାନ ହତ୍ୟା ଦିବସ ପାଳନ ହେବ ।
ଗତ ଲୋକସଭା ନିର୍ବାଚନରେ ‘ସମ୍ବିଧାନ ବଞ୍ଚାଅ’ ନାରା ଦେଇ କଂଗ୍ରେସକୁ ଲୋକଙ୍କ ନିକଟରେ ପହଁଚି ଥିଲା । ବିଜେପି ନିଜ ଇଚ୍ଛାରେ ସମ୍ବିଧାନକୁ ଭାଙ୍ଗୁରୁଜି ଆଇନ ପ୍ରଣୟନ କରୁଛି ବୋଲି ବିରୋଧି ପ୍ରଚାର କରିଥିଲା । ବିରୋଧିଙ୍କ ଏଭଳି ପ୍ରୟାସକୁ ଟକ୍କର ଦେବାକୁ ବିଜେପି ଯୋଜନା ପ୍ରସ୍ତୁତ କରିଛି । ସେଥିପାଇଁ ବିଜେପି ଆସନ୍ତା ବର୍ଷ ଜୁନ ୨୫ ତାରିଖକୁ ‘ସମ୍ବିଧାନ ହତ୍ୟା ଦିବସ’ ପାଳନ କରିବ । ୧୯୭୫ ମସିହା ଜୁନ ୨୫ରେ ଦେଶରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧି ଜରୁରୀକାଳୀନ ପରିସ୍ଥିତି ଲାଗୁ କରି ଗଣତନ୍ତ୍ରର ହତ୍ୟା କରିଥିବା ଅଭିଯୋଗ କରି ଗୃହ ମନ୍ତ୍ରୀ ଅମିତ ଶାହ ସମ୍ବିଧାନ ହତ୍ୟା ଦିବସ ସମ୍ପର୍କରେ ଘୋଷଣା କରିଥିଲେ ।
ଚଳିତ ବର୍ଷ ଭାରତୀୟ ସମ୍ବିଧାନକୁ ୭୫ ବର୍ଷ ପୂରଣ କରିବ । ଏହି ଅବସରରେ ବିଜେପି ସରକାର ସମ୍ବିଧାନକୁ ସଂପର୍କରେ ଲୋକଙ୍କୁ ସଚେତନ କରିବ । ସମ୍ବିଧାନର ଅର୍ଥ କ’ଣ ? ସମ୍ବିଧାନକୁ ନେଇ ବିତର୍କ କିପରି କରାଯାଏ, ଏ ନେଇ ଲୋକଙ୍କୁ ସଚେତନ କରାଯିବ । ଆସନ୍ତା ଜାନୁଆରୀ ମାସରୁ ଏହି ଅଭିଯାନ ଆରମ୍ଭ କରାଯିବ ।