କାଳିଆରେ ୨୦ ଲକ୍ଷ ଅଯୋଗ୍ୟ, ତାଲିକା ପ୍ରକାଶ କରିଥିବା ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କଲା ବିଜେପି
Khabar Odisha:bjp-targets-odisha-goverment-on-kalia-scheme
ଭୁବନେଶ୍ୱର, ସେପ୍ଟେମ୍ବର ୧୯ (ଖବର ଓଡ଼ିଶା):

କାଳିଆ ଯୋଜନାରେ ଅନ୍ତର୍ଭୂକ୍ତ ଥିବା ଅଯୋଗ୍ୟ ହିତାଧିକାରୀଙ୍କ ଠାରୁ ସରକାର ଟଙ୍କା ଫେରାଇ ନେବାକୁ ଘୋଷଣା କରିଛନ୍ତି । ପ୍ରାୟ ୩ ଲକ୍ଷ ୨୪ ହଜାର ଅଯୋଗ୍ୟ ହିତାଧିକାରୀ ଥିବା ସରକାର କହିଛନ୍ତି । ତେବେ ଟଙ୍କା ପାଇଥିବା ଅଯୋଗ୍ୟ ହିତାଧିକାରୀଙ୍କଠାରୁ ଟଙ୍କା ଫେରାଇ ନେବା ପ୍ରସଙ୍ଗକୁ ତୀବ୍ର ବିରୋଧ କରିଛି ରାଜ୍ୟ ବିଜେପି । ଏହା ଚାଷୀଙ୍କ ପ୍ରତି ଅପମାନ । ଯେଉଁମାନେ ତ୍ରୁଟିପୂର୍ଣ୍ଣ ତାଲିକା ପ୍ରକାଶ କରିଥିଲେ ସେମାନଙ୍କ ବିରୋଧ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଦଳର ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ଦାବି କରିଛନ୍ତି ।

ପୃଥ୍ୱୀରାଜଙ୍କ କହିବା ମୁତାବକ, ଚାଷୀମାନେ ଏବେ କହୁଛନ୍ତି ଭୋଟ୍‌ ନେବାକୁ ଟଙ୍କା ଦେଇଥିଲେ । ଭୋଟ ନେବା ପରେ ଟଙ୍କା ଫେରାଇ ନେବାକୁ କହୁଛନ୍ତି । ଆମ ଭୋଟ୍‌ ଫେରାଇ ଦିଅ ବୋଲି ଚାଷୀମାନେ ଦାବି କରୁଥିବା ସେ କହିଛନ୍ତି । ଏହା ଚାଷୀମାନଙ୍କ ପ୍ରତି ଅପମାନ ଅଟେ । ଚାଷୀମାନେ ଟଙ୍କା ମାଗି ନ ଥିଲେ ।

ସେହିପରି କାଳିଆରେ ୩ ଲକ୍ଷ ୨୪ ହଜାର ନୁହେଁ ବରଂ ୨୦ ଅଯୋଗ୍ୟ ହିତାଧିକାରୀ ଅଛନ୍ତି । ବିଜେଡ଼ି ନେତାଙ୍କ ସୁପାରିଶ ଆଧାରରେ ସେମାନଙ୍କୁ ତାଲିକାଭୁକ୍ତ କରାଯାଇଛି । ପଞ୍ଚାୟତ ଠାରୁ ଆରମ୍ଭ କରି ବ୍ଲକ୍‌ ଓ ଜିଲ୍ଲା ସ୍ତରରେ ଯେଉଁମାନେ ଏହି ତ୍ରୁଟି ପୂର୍ଣ୍ଣ ତାଲିକା ପ୍ରକାଶ କରିବାରେ ସଂପୃକ୍ତି ଅଛନ୍ତି ସେମାନଙ୍କ ବିରୋଧରେ ଦୃଢ଼ କାର‌୍ୟ୍ୟାନୁଷ୍ଠାନ ନିଆଯାଉ । ଅଧିକାରୀ, କୃଷି ମନ୍ତ୍ରୀ, କୃଷି ସଚିବ, ଅର୍ଥ ମନ୍ତ୍ରୀ ଓ ଅର୍ଥ ସଚିବଙ୍କ ସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକକୁ ଦାୟୀ କରିଛି ଦଳ । କୃଷି ସଚିବ ଓ ଅର୍ଥ ସଚିବ ଏହାର ତ୍ରୁଟି ପୂର୍ଣ୍ଣ ପରିଚାଳନା କରିଛନ୍ତି । ଯେଉଁ ୧୭୦ କୋଟି ଟଙ୍କା ଅପବ୍ୟବହାର କରିଛନ୍ତି ସେମାନଙ୍କଠାରୁ ଏହି ଅର୍ଥ ଆଦାୟ କରିବାକୁ ଦାବି କରିଛନ୍ତି ଶ୍ରୀ ହରିଚନ୍ଦନ । ଏହା ସହିତ ଏଥିରେ ନିରପେକ୍ଷ ତଦନ୍ତ୍ର ପାଇଁ ମଧ୍ୟ ସେ ଦାବି କରିଛନ୍ତି ।

  • Tags:

Subscribe

National International State Sports Entertainment