ଭୁବନେଶ୍ୱର: ନିଜକୁ ପାଇକ ପୁଅ କହୁଥିବା ବିଜୁ ଜନତା ଦଳର ଜଣେ ପୁରୁଖା ନେତା ଖୋର୍ଦ୍ଧା ମାଟିକୁ ଗାଳି ଦେଇଛନ୍ତି । ଖାଲି ସେତିକି ନୁହେଁ ଯେଉଁ ଥାଳିରେ ଖାଉଛନ୍ତି ସେଇ ଥାଲିରେ ପୁଣି ଛେପ ମଧ୍ୟ ପକାଇଛନ୍ତି । ଖୋଲାଖୋଲି ଭାବେ ନିଜ ଦଳ ବିଜେଡ଼ିକୁ ମଧ୍ୟ ଗାଳି ଦେଉଛନ୍ତି । ଯାହାର ଅଡ଼ିଓ ଏବେ ଭାଇରାଲ ହେବାରେ ଲାଗିଛି ।
ଖୋର୍ଦ୍ଧାର ପୂର୍ବତନ ବିଜେଡ଼ି ବିଧାୟକ ରାଜେନ୍ଦ୍ର ସାହୁ ବିଜେଡ଼ି ଏବଂ ଖୋର୍ଦ୍ଧା ଜିଲ୍ଲା ବାସିନ୍ଦାକୁ ଅପଶବ୍ଦରେ ଗାଳି ଗୁଲଜ କରୁଛନ୍ତି । ଶଙ୍ଖ ଭବନରେ ଜିଲ୍ଲାର ସମୀକ୍ଷା ବୈଠକ ବସିଥିବାବେଳେ ସେ କିଛି ଆଲୋଚନା କରୁଥିବାବେଳେ କହିଥିଲେ ଯେ ଯିଏ ଏଠି ରାତି ପାହିଲେ ବିଶୃଙ୍ଖଳିତ ଆଚରଣ କରୁଥିବା ତାକୁ ପୁରସ୍କାର ଦିଆଯିବ । ବିଜେଡ଼ି କ’ଣ ପୈତୃକ ସମ୍ପତ୍ତି ? ସେହିଭଳି ଆହୁରି କହିଥିଲେ ଯେ ଖୋର୍ଦ୍ଧା ଜିଲ୍ଲାରେ ଲୋକଙ୍କୁ ବିଶ୍ୱାସ ନାହିଁ । ଏହା ସହିତ ଜିଲ୍ଲାକୁ ନେଇ ଅପଶବ୍ଦ କହିଥିଲେ । ଯାହାର ଅଡ଼ିଓ ଏବେ ଭାଇରାଲ ହେବାରେ ଲାଗିଛି ।
ରାଜେନ୍ଦ୍ର ସାହୁଙ୍କ ଏଭଳି ମନ୍ତବ୍ୟ ଉପରେ ବିଜେପି ଓ କଂଗ୍ରେସ କଡ଼ା ପ୍ରତିବାଦ କରିଛନ୍ତି । ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀରେ ତୀବ୍ର ଉତ୍ତେଜନା କରିଛନ୍ତି । ବିଜେପି ଏକ ଶୋଭାଯାତ୍ରାରେ ଯାଇ ରାଜେନ୍ଦ୍ରଙ୍କ କୁଶପୁତ୍ତଳିକା ଦାହ କରିଛନ୍ତି ।
ସେପଟେ ନିଜ କହିଥିବା କଥାକୁ ସ୍ୱୀକାର କରିଛନ୍ତି ରାଜେନ୍ଦ୍ର ସାହୁ । ସେ କହିଛନ୍ତି ଯେ ତାଙ୍କ ବିରୋଧରେ ଏଟା ଷଡ଼ଯନ୍ତ୍ର କରାଯାଇଛି । ସେ ଯେଉଁ ଉଦ୍ଦେଶ୍ୟ ରଖି କହିଥିଲେ ତାକୁ ନ କହି ତାଙ୍କୁ ବଦନାମ କରାଯାଉଛି । ଘର କଥା ପଦାରେ ପକାଯାଉଛି ବୋଲି ସେ ସଫେଇ ଦେଇଛନ୍ତି ।