କଟକ: ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି ଅଭିନେତା ତଥା ବିଜେପି ନେତା ଅନୁଭବ ମହାନ୍ତି । ଅନୁଭବଙ୍କ ମୁହଁରେ କଂଗ୍ରେସ ପୂର୍ବତନ ନେତା ମହମ୍ମଦ ମୋକିମଙ୍କ ପ୍ରଶଂସା । ମୋକିମ ଏବଂ ସୋଫିଆ ଫିର୍ଦ୍ଦୋସ ଜଣେ ଭଲ ନେତା । ନୂଆ ଦଳ ଗଠନ ସମ୍ପର୍କରେ ସେ କିଛି ଜାଣି ନଥିବା କହିଛନ୍ତି ।
ଅନୁଭବ ମହାନ୍ତି ମୋକ୍କିମ ଫାଉଣ୍ଡେସନ୍ ପକ୍ଷରୁ ଚାଲିଥିବା ସ୍ପୋର୍ଟ୍ସ କାର୍ଣ୍ଣିନିଭାଲର ଉଦଯାପନୀ ସମାରୋହରେ ଅତିଥିଭାବେ ଯୋଗ ଦେଇଛନ୍ତି । ଏହା ଏକ କ୍ରୀଡ଼ା କାର୍ଯ୍ୟକ୍ରମ ହୋଇଥିବାରୁ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେବା ସମୟରେ କୌଣସି ରାଜନୈତିକ ମନ୍ତବ୍ୟ ଦେବେ ନାହିଁ ବୋଲି ସ୍ପଷ୍ଟ କରିଦେଇଥିଲେ । ଖାଲି ମୋକିମ ଏବଂ ସୋଫିଆଙ୍କୁ ପ୍ରଶଂସା କରିଥିଲେ । ମୋକିମଙ୍କୁ ସେ ପିଲାବେଳୁ ଜାଣିଛନ୍ତି, ତାଙ୍କଠାରୁ ବହୁତ ଭଲ ପାଇବା ମିଳେ, ସେ ମଧ୍ୟ ଭଲ ପାଇବା ଏବଂ ସମ୍ମାନ ଜଣାନ୍ତି । ସୋଫିଆଙ୍କୁ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି । ସେମାନେ ଭଲ କାମ ମଧ୍ୟ କରନ୍ତୁ । ଅନୁଭବ ମୋକିମଙ୍କ ନୂଆ ଦଳ ବିଷୟରେ କିଛି ଜାଣି ନଥିବା କିମ୍ବା ମୋକିମଙ୍କ ସହିତ କିଛି ଆଲୋଚନା ହୋଇନଥିବା କହିଛନ୍ତି ।
ସବୁବେଳେ ଅନ୍ୟ ଦଳରେ ଥାଇ ମୋକିମ ଭାଇଙ୍କୁ ଭଲ ପାଇଛନ୍ତି ଏବଂ ମୋକିମ ମଧ୍ୟ ଅନ୍ୟ ଦଳରେ ଥାଇ ତାଙ୍କୁ ଭଲ ପାଇବା ଦେଇଛନ୍ତି ବୋଲି ଅନୁଭବ କହିଛନ୍ତି ।