କିଏ ହେବେ ଗୁଜୁରାଟର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ? ବିଜୟ ରୂପାଣୀଙ୍କ ଇସ୍ତଫା ପରେ ଆଜି ବସୁଛି ବିଜେପିର ଗୁରୁତ୍ୱପୂର୍ଣ୍ଣ ବୈଠକ
Khabar Odisha:Who-will-be-the-next-Chief-Minister-of-Gujarat-An-important-BJP-meeting-is-being-held-today-after-Vijay-Rupanis-resignation

ଅହମଦାବାଦ୍‌, ସେପ୍ଟେମ୍ବର ୧୨ (ଖବର ଓଡ଼ିଶା): ଗୁଜୁରାଟ ରାଜନୀତି ଏବେ ଏକ ନୂଆ ମୋଡ ନେବାକୁ ଯାଉଛି । ଗତକାଲି ଗୁଜୁରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀ ନିଜ ପଦରୁ ଇସ୍ତଫା ଦେବା ପରେ ଆରମ୍ଭ ହୋଇଛି ହଟଚମଟ ।

କିଏ ହେବେ ଗୁଜୁରାଟର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ? କାହା ହାତକୁ ଯିବ ଶାସନ ଭାର ତାକୁ ନେଇ ଆରମ୍ଭ ହୋଇଛି କଳ୍ପନା ଜଳ୍ପନା । ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବ ସେ ନିଷ୍ପତି ଦଳ ଯଥାଶୀଘ୍ର ନେବ ବୋଲି ଗତ କାଲି ଗଣମାଧ୍ୟମ ସମ୍ମୁଖରେ ପ୍ରତିକ୍ରିୟା ଦେଇ ବିଜୟ ରୂପାଣୀ କହିଥିବା ବେଳେ ଆଜି ବସିବାକୁ ଯାଉଛି ବିଜେପି ବିଧାୟକ ଦଳ ବୈଠକ ।

ଆଜିର ବୈଠକରେ ଦଳ ମୁଖ୍ୟମନ୍ତ୍ରୀ କିଏ ହେବ ତାକୁ ନେଇ ନିଷ୍ପତି ନେଇପାରେ ବୋଲି ଜଣାପଡିଥିବା ବେଳେ ଏବେ ଲିଷ୍ଟରେ ୪ ଜଣଙ୍କ ନାମକୁ ନେଇ ଗତ କାଲି ଠାରୁ ବେଶ୍ ଚର୍ଚ୍ଚା ଆରମ୍ଭ ହୋଇଛି ।

ବିଜୟ ରୂପାଣୀଙ୍କ ପରେ ପରେ ବର୍ତ୍ତମାନ ଗୁଜୁରାଟର ଉପମୁଖ୍ୟମନ୍ତ୍ରୀ ନୀତିନ୍ ପଟେଲ୍‌, ପ୍ରଦେଶ କୃଷିମନ୍ତ୍ରୀ ଆରଷି ଫାଲଦୁ, କେନ୍ଦ୍ରମନ୍ତ୍ରୀ ମାନଙ୍କ ମଧ୍ୟରେ ପୁରୁଷୋତ୍ତମ ରୂପାଲା, ମନସୁଖ ମାଣ୍ଡଭିୟଙ୍କ ନାମକୁ ନେଇ ଚର୍ଚ୍ଚା ଜୋର ଧରିଛି ।

ତେବେ ଆଜି ବସିବାକୁ ଯାଉଥିବା ବିଧାୟକ ଦଳ ବୈଠକରେ ନୂଆ ମୁଖ୍ୟମନ୍ତ୍ରୀଙ୍କୁ ଚୟନ କରାଯାଇପାରେ । ଏହି ବୈଠକରେ ଯୋଗ ଦେବା ପାଇଁ ଆଜି କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ପଟେଲ ଓ ନରେନ୍ଦ୍ର ସିଂ ତୋମାର କେନ୍ଦୀୟ ପର୍ଯ୍ୟବେକ୍ଷକ ଭାବରେ ଗୁଜୁରାଟ ପହଞ୍ଚିଛନ୍ତି ।

  • Tags:

Subscribe

National International State Sports Entertainment