ନୂଆଦିଲ୍ଲୀ: ସଂସଦରେ ଗୁରୁବାର ଇ-ସିଗାରେଟକୁ ନେଇ ପ୍ରବଳ ହଟ୍ଟଗୋଳ ହୋଇଛି । ବିଜେପି ସାଂସଦ ଅନୁରାଗ ଠାକୁର ଟିଏମସି ସାଂସଦଙ୍କ ଉପରେ ଲୋକସଭାରେ ଇ-ସିଗାରେଟ୍ ପିଇବା ନେଇ ଅଭିଯୋଗ କରିଛନ୍ତି । ଠାକୁର ପ୍ରଶ୍ନକାଳ ସମୟରେ ଏହି ଅଭିଯୋଗ ଲଗାଇ ବାଚସ୍ପତି ଓମ ବିର୍ଲାଙ୍କୁ ପ୍ରଶ୍ନ କରିଛନ୍ତି ଯେ, କଣ ସଦନରେ ଇ-ସିଗାରେଟର ଅନୁମତି ଦେଇଛନ୍ତି । ବିର୍ଲା ଅନୁମତି ନ ଥିବା କହିବା ପରେ ଠାକୁର କହିଛନ୍ତି ଯେ, ଟିଏମସିର ସାଂସଦ ଗତ ଅନେକ ଦିନ ଧରି ଗୃହରେ ଇ-ସିଗାରେଟ୍ ପିଉଛନ୍ତି ।
ଅନୁରାଗ ଠାକୁରଙ୍କ ଅଭିଯୋଗ ପରେ ବିଜେପି ସାଂସଦ ବିରୋଧ କରି ନିଜର ସିଟରେ ଛିଡା ହୋଇ ଆପତ୍ତି ଉଠାଇଛନ୍ତି । କିଛି ସମୟ ତ ଗୃହରେ ହଙ୍ଗାମା ପରି ସ୍ଥିତି ଉପୁଜିଥିଲା । ବାଚସ୍ପତି ଓମ ବିର୍ଲା ସାଂସଦମାନଙ୍କୁ ଶାନ୍ତ ରହିବାକୁ ଅପିଲ୍ କରି ସଂସଦର ମର୍ଯ୍ୟାଦାର ସମ୍ମାନ ରଖିବା ଉଚିତ୍ ବୋଲି କହିଥିଲେ । ସେ ଏହା ମଧ୍ୟ କହିଛନ୍ତି, ଯଦି ଏମିତି ବାସ୍ତବରେ କିଛି ଘଟିଛି ତେବେ ନିୟମ ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯିବ ।
ଇ-ସିଗାରେଟ୍ ବିବାଦ ବିଷୟରେ ଏକ ଘରୋଇ ଟିଭି ଚ୍ୟାନେଲରେ କେନ୍ଦ୍ର ମନ୍ତ୍ରୀ ଗିରିରାଜ ସିଂହ କହିଛନ୍ତି ଯେ ଇ-ସିଗାରେଟ୍ ପିଇବା ସ୍ୱାଭାବିକ ଭାବରେ ଭୁଲ। ଯଦି ଜଣେ ସାଂସଦ ଏପରି କରୁଛନ୍ତି ତେବେ ଏହା ଆହୁରି ଦୁର୍ଭାଗ୍ୟଜନକ। ସିଂହ କହିଛନ୍ତି ଯେ ସାର୍ବଜନୀନ ଜୀବନରେ ଲୋକମାନେ ଆଇନକୁ ଉଲ୍ଲଂଘନ ନକରି ଏକ ଉଦାହରଣ ସୃଷ୍ଟି କରିବା ଉଚିତ।
ଭାରତରେ ଇ-ସିଗାରେଟ୍ ସମ୍ପୂର୍ଣ୍ଣ ନିଷିଦ୍ଧ କାହିଁକି ?
ଇଲେକ୍ଟ୍ରୋନିକ୍ ସିଗାରେଟ୍ ନିଷେଧ ଆଇନ ୨୦୧୯ ଅନୁଯାୟୀ ଭାରତରେ ଇ-ସିଗାରେଟ୍ ସମ୍ପୂର୍ଣ୍ଣ ନିଷିଦ୍ଧ। ଏହି ଆଇନ ଅନୁଯାୟୀ, ଇ-ସିଗାରେଟ୍ ଉତ୍ପାଦନ, ବିକ୍ରୟ, ଆମଦାନୀ ଏବଂ ବଣ୍ଟନ, ଭେପିଂ ତରଳ ପଦାର୍ଥର ସଂରକ୍ଷଣ, ବିଜ୍ଞାପନ କିମ୍ବା ପ୍ରଚାର ବେଆଇନ।
Also read: ଆମେ ଭାରତକୁ ଛାଡି ପାକିସ୍ତାନ ସହ ଯିବୁ, ମାତ୍ର ଏହି ଦୁଇ ଦେଶ... ନୂଆ ବ୍ଲକ ଦିଗରେ ବାଂଲାଦେଶ