ପଦ୍ମପୁର ଉପନିର୍ବାଚନ ପାଇଁ ଆଜି ଚାଲିଛି ମତଦାନ ପ୍ରକ୍ରିୟା | ସକାଳ 7 ଟାରୁ ମତଦାନ ଆରମ୍ଭ ହୋଇଥିବା ବେଳେ ଏହା ଅପରାହ୍ନ 4 ଯାଏ ଚାଲିବ | ପଦ୍ମପୁର ନିର୍ବାଚନ ମଣ୍ଡଳୀ ର ମୋଟ 319 ଟି ବୁଥ ରେ ମୋଟ 2 ଲକ୍ଷ 69 ହଜାର 326 ଜଣ ଭୋଟର ସେମାନଙ୍କ ମତଦାନ ସାବ୍ୟସ୍ତ କରୁଛନ୍ତି ,ମୋଟ ଭୋଟର ଙ୍କ ମଧ୍ୟରୁ 1 ଲକ୍ଷ 30 ହଜାର 331 ଜଣ ପୁରୁଷ ଓ 1 ଲକ୍ଷ 28 ହଜାର 981 ମହିଳା ଭୋଟର ଅଛନ୍ତି |
ଏହା ଭିତରେ ୧୫ଟି ମଡେଲ, ୬ଟି ପିଙ୍କ୍ ବୁଥ ରହିଛି। ୭୯ଟି ଅତି ସମ୍ବେଦନଶୀଳ ବୁଥ ଚିହ୍ନଟ ହୋଇଛି। ସୁରକ୍ଷା ବ୍ୟବସ୍ଥାରେ ମୋଟ୍ ୧୪୧୩ ଜଣ ପୋଲିସ କର୍ମଚାରୀ ଏବଂ ୯ କମ୍ପାନୀ ସିଆରପିଏଫ ନିୟୋଜିତ ହୋଇଛନ୍ତି । ସକାଳ ୯ଟା ସୁଦ୍ଧା ୮.୫ ପ୍ରତିଶତ ମତଦାନ ହୋଇଛି । ଏନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି |