ମମତାଙ୍କ ନିର୍ବାଚନରେ ସଫଳତା ପାଇଁ ବେଙ୍ଗଲର ବାଘୁଣି କହି ସୁବେଚ୍ଛା ଜଣାଇଲେ ବିଭିନ୍ନ ରାଜନେତା
Khabar Odisha:Tigress-Of-Bengal--Politicians-Wish-Mamata-Banerjee-For-Mega-Poll-Win

ପଶ୍ଚିମବଙ୍ଗ, ମେ୨ (ଖବର ଓଡିଶା); ପଶ୍ଚିମବଙ୍ଗ ନିର୍ବାଚନ ଗଣତି ଜାରୀ ରହିଥିଲା ବେଳେ ମମତା ବାନର୍ଜୀଙ୍କର ତୃଣମୁଳ କଂଗ୍ରେସ ୨୦୬ ସିଟ୍‌ରେ ଆଗୁଆ ଚାଲୁଛି । ତେବେ ଏଥିପାଇଁ ମମତାଙ୍କୁ ବିଭିନ୍ନ ପାର୍ଟିର ନେତା ମାନେ ଶୁବେଛା ଜଣାଇବା ଆରମ୍ଭ କରିଦେଇଛନ୍ତି । ପଶ୍ଚିମବଙ୍ଗ ନିର୍ବାଚନ ସମୟରେ ବିଜେପି ମୁଖ୍ୟ ପ୍ରତିଦ୍ୱନ୍ଦି ହୋଇ ଜୋରଦାର ରାଲି ଏବଂ ସଭା କରିଥିଲେ ତାହା ମମତାଙ୍କୁ ସରକାର ଗଠନ କରିବାରୁ ଦୁରେଇ ରଖିପାରିବ ବୋଲି ମନେ ହେଉନି । 

ଶିବସେନାର ନେତା ସଞ୍ଜୟ ରାଉତ ଯିଏକି ମହାରଷ୍ଟ୍ରର ସରକାରଙ୍କ ତରଫରୁ କେନ୍ଦ୍ରକୁ ଟାର୍ଗେଟ କରନ୍ତି ସେ ଏକ ଟ୍ୱିଟ୍ କରି ସିଧାସଳଖ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି । ନିର୍ବାଚନ ସମୟରେ ମୋଦି ମମତାଙ୍କୁ “ଦିଦି ଓ ଦିଦ”ି ଡାକ ବହୁମାତ୍ରାରେ ଫେମସ୍ ହୋଇଥିଲା ସଞ୍ଜୟରାଉତ ଏବେ ତାକୁ ଟ୍ୱିଟ୍ କରି ମମତାଙ୍କୁ ବେଙ୍ଗଲର ବାଘୂଣି କହି ଶୁବେଛା ଜଣାଇଛନ୍ତି । 

ଏହି ଧାରାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏବଂ ନେସନାଲ କନ୍‌ଫରେନ୍ସର ଫାରୁଖ ଅବବ୍ଦୁଲ୍ଲା ବି ସାମିଲ ହୋଇ ମମତାଙ୍କୁ ତାଙ୍କର ହେବାକୁ ଯାଉଥିବା ବିଜୟ ପାଇଁ ସୁବେଛା ଜଣାଇଛନ୍ତି ।

  • Tags:

Subscribe

National International State Sports Entertainment