ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡିକୁ କଟାକ୍ଷ କରିଛନ୍ତି ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ । ସେ କହିଛନ୍ତି ବିଜେଡିରେ ଅଛନ୍ତି ୧୦୦ରୁ ଉର୍ଦ୍ଧ ବିଭୀଷଣ । ବିଜେଡିର ୮୦ ପ୍ରତିଶତ ନେତୃତ୍ବ ଦଳ ଛାଡ଼ିବା ପାଇଁ ମାନସିକସ୍ତରରେ ପ୍ରସ୍ତୁତ ଅଛନ୍ତି । ବିଜେଡିର ଯେଉଁ ନେତାମାନେ ରାବଣ, ରାଜ୍ୟକୁ ଶେଷ କରିବାକୁ ଚାହୁଁଛନ୍ତି ସେମାନେ ସମସ୍ତେ ବିଜେପି ସହ ଜଡ଼ିତ ଅଛନ୍ତି ବୋଲି କହିଛନ୍ତି ପୃଥ୍ବୀରାଜ ।
ସେ ଏକଥା ମଧ୍ୟ କହିଛନ୍ତି ଏବେ ବିଜେଡ଼ିରେ ଏବଂ ରାଜ୍ୟ ସରକାରରେ ଭ୍ରଷ୍ଟାଚାର, ଅନାଚାର ଏବଂ ଏକଛତ୍ରବାଦ ଚାଲିଛି । ଏହାକୁ ଶେଷ କରିବାକୁ ବିଜେଡିରୁ ୧୦୦ ରୁ ଉର୍ଦ୍ଧ୍ବ ବିଭୀଷଣ ହୋଇ ବିଭିନ୍ନ ନେତୃତ୍ୱ ବାହାରିବେ ଏବଂ ଧର୍ମର ସାଥ ଦେବେ । ତାହାର ପରିଣାମ ଆଗାମୀ ଦିନରେ ଓଡ଼ିଶା ରାଜନୀତି ଦେଖିବ । ତେବେ ରାଜ୍ୟ ସଭାପତିଙ୍କ କଥାରେ କିଛି ସତ୍ୟତା ରହିଛି କାରଣ ବିଜେଡିର ୮୦ ପ୍ରତିଶତ ନେତୃତ୍ବ ଦଳ ଛାଡ଼ିବା ମାନସିକ ସ୍ତରରେ ପାଇଁ ପ୍ରସ୍ତୁତ ଅଛନ୍ତି । କାହାକୁ ବିଜେପି ନେବ ତାହା ସମୟ ଉପରେ ନିର୍ଭର କରୁଛି । ବିଜେଡ଼ିରେ ବିଚ୍ଛିନ୍ନତା ପ୍ରକ୍ରିୟା ଆରମ୍ଭ ହୋଇସାରିଛି ବୋଲି କହିଛନ୍ତି ପୃଥ୍ୱୀରାଜ ।