ପଞ୍ଚାୟତରାଜ ପକ୍ଷରୁ ଜିଲ୍ଲା ପରିଷଦ ମାନଙ୍କରେ ଅଧ୍ୟକ୍ଷ ପଦବୀ ଗୁଡିକୁ ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ଓ ମହିଳାମାନଙ୍କ ପାଇଁ ସଂରକ୍ଷଣ ପ୍ରକାଶ କରାଯାଇଛି । ଆଗାମୀ କିଛି ଦିନ ମଧ୍ୟରେ ରଜ୍ୟରେ ପଞ୍ଚାୟତର ନିର୍ବାଚନ ଅନୁଷ୍ଠିତ ହେବ। ଏଥି ପାଇଁ ନିର୍ବାଚନ କମିଶନରଙ୍କ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି ।
ତେବେ ରାଜ୍ୟ ଏକ ଗୁରୁତ୍ୱପୁର୍ଣ୍ଣ ନିଷ୍ପତି କ୍ରମେ ରାଜ୍ୟର ୩୦ ଜିଲ୍ଲାରୁ ୧୫ ଜିଲ୍ଲାରେ ମହିଳାଙ୍କ ସଂରକ୍ଷଣ ମିଳିଛି । ସେହିପରି ୭ ଜିଲ୍ଲାରେ ଅନୁସୂଚିତ ଜାତି ପାଇଁ ପଦବୀ ସଂରକ୍ଷଣ ରଖାଯାଇଛି।
ପ୍ରକାଶ ପାଇଥିବା ବିଜ୍ଞପ୍ତି ମୁତାବକ ଅନୁଗୋଳ, କଟକ ଜିଲ୍ଲା ପାଇଁ ଅଣସଂରକ୍ଷିତ , କଳାହାଣ୍ଡି, କେଉଁଝର ଜିଲ୍ଲା ପାଇଁ ଅଣସଂରକ୍ଷିତ, ଗଜପତି, ଦେବଗଡ଼, ନୟାଗଡ଼ ଜିଲ୍ଲା ପାଇଁ ଅଣସଂରକ୍ଷିତ ରହିଥିବା ବେଳେ କନ୍ଧମାଳ ଜିଲ୍ଲା ପାଇଁ ଏସ୍ଟି (ମହିଳା), କୋରାପୁଟ ଜିଲ୍ଲା ପାଇଁ ଏସ୍ଟି (ମହିଳା), ନବରଙ୍ଗପୁର ଜିଲ୍ଲା ପାଇଁ ଏସ୍ଟି, କେନ୍ଦ୍ରାପଡ଼ା ଜିଲ୍ଲା- ଏସ୍ସି (ମହିଳା) ରହିଛି ।
ସେହିପରି ଜଗତସିଂହପୁର- ଏସ୍ଟି, ଖୋର୍ଦ୍ଧା, ଝାରସୁଗୁଡ଼ା ଓ ଢେଙ୍କାନାଳ ଜିଲ୍ଲା ପାଇଁ (ମହିଳା), ନୂଆପଡ଼ା- ମହିଳା, ପୁରୀ- ମହିଳା, ବଲାଙ୍ଗିର- ମହିଳା, ସମ୍ବଲପୁର- ମହିଳା, ଗଞ୍ଜାମ- ମହିଳା, ବରଗଡ଼ – ବାଲେଶ୍ବର ଓ ସୋନପୁର ଜିଲ୍ଲା ପାଇଁ ଅଣ ସଂରକ୍ଷିତ, ବୌଦ୍ଧ- ଭଦ୍ରକ, ଯାଜପୁର ଜିଲ୍ଲା ପାଇଁ ଏସ୍ସି, ମୟୂରଭଞ୍ଜ ଓ ମାଲକାନଗିରି ଜିଲ୍ଲା ପାଇଁ ଏସ୍ଟି, ରାୟଗଡ଼ା ଓ ସୁନ୍ଦରଗଡ଼ ଜିଲ୍ଲା ପାଇଁ ଏସ୍ଟି ରହିଛି ।
ରାଜ୍ୟରେ କୋଭିଡ ସଂକ୍ରମଣ ଦୃତ ବେଗରେ ବଢ଼ିବା ପରେ ଆଗକୁ ହେବାକୁ ଥିବା ପଞ୍ଚାୟତ ନିର୍ବାଚନ ନେଇ ଆଶଙ୍କା ଦେଖାଯାଇଛି। ଏଭଳି ପରିସ୍ଥିତିରେ ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରଶାଦ ପାଢୀ ଗୁରୁତ୍ୱପୁର୍ଣ୍ଣ ବୈଠକ ଡାକିଛନ୍ତି। ଏଥିରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ କୁମାର ଜେନା ଏବଂ ସ୍ୱାସ୍ଥ୍ୟ ବିଭାଗ ଦାୟିତ୍ୱରେ ଥିବା ଅତିରିକ୍ତ ସଚିବ ରାଜ କୁମାର ଶର୍ମା ଯୋଗ ଦେବେ।