ଅଡୁଆରେ କଂଗ୍ରେସର ବରିଷ୍ଠ ନେତା, ଅଗସ୍ତା ୱେଷ୍ଟଲ୍ୟାଣ୍ଡ ଦୁର୍ନୀତି ମାମାଲରେ ହୋଇପାରେ ପଚରା ଉଚୁରା
Khabar Odisha:Senior-Congress-leader-in-may-be-questioned-over-Augusta-Westland-corruption-case
ନୂଆଦିଲ୍ଲୀ, ନଭେମ୍ବର ୧୭ (ଖବର ଓଡ଼ିଶା):

କଂଗ୍ରେସର ବହୁ ବରିଷ୍ଠ ନେତାଙ୍କ ସମସ୍ୟା ଆଗକୁ ବଢିବା ପାଇଁ ଯାଉଛି । ବହୁ ଚର୍ଚ୍ଚିତ ଅଗସ୍ତା ୱେଷ୍ଟଲ୍ୟାଣ୍ଡ ଦୁର୍ନୀତି ମାମାଲରେ ପ୍ରମୁଖ ଅଭିଯୁକ୍ତ ଥିବା ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ରାଜୀବ ସାକ୍ସେନା ଜେରା ବେଳେ କଂଗ୍ରେସ ଦଳର ବରିଷ୍ଠ ନେତା କମଲନାଥଙ୍କ ଭଣଜା ରତୁଲ ପୁରୀ ପୁଅ ବକୁଲ ନାଥ ଓ ସଲମାନ ଖୁର୍ସିଦ ଓ ଅହମ୍ମଦ ପଟେଲଙ୍କ ନାମ ନେଇଥିବା ଜଣାପଡିଛି । ତଦନ୍ତକାରୀ ସଂସ୍ଥା ସମଗ୍ର ମାମଲାର ତଦନ୍ତ କରୁଛନ୍ତି। ଶୀଘ୍ର ଏହି ନେତାମାନଙ୍କୁ ପଚରା ଉଚୁରା ପାଇଁ ଡକାଯିବ ବୋଲି ଜଣାପଡିଛି | ତିନି ସପ୍ତାହ ପୂର୍ବେ ଅଗସ୍ତା ୱେଷ୍ଟଲ୍ୟାଣ୍ଡ ଭିଭିଆଇପି ଚପର ଡିଲ ମାମଲାରେ ଅଭିଯୁକ୍ତ ଥିବା ସାକ୍ସେନାଙ୍କୁ ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ କରାଯାଇଛି । ସୂଚନାଯୋଗ୍ୟ ଯେ 3000 କୋଟି ମୂଲ୍ୟର ଏହି ଡିଲରେ ବ୍ୟାପକ ଦୁର୍ନୀତି ହୋଇଥିଲା ।

ଇଣ୍ଡିଆନ୍ ଏକ୍ସପ୍ରେସରେ ପ୍ରକାଶିତ ଖବର ଅନୁଯାୟୀ ରାଜୀବ ସାକ୍ସେନାଙ୍କୁ 2019 ରେ ଦୁବାଇରୁ ପ୍ରତ୍ୟର୍ପଣ କରାଯାଇଥିଲା। ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟର ଅନୁସନ୍ଧାନ ପରେ ରାଜୀବ ସାକ୍ସେନାଙ୍କ 385 କୋଟି ଟଙ୍କା ମୂଲ୍ୟର ସମ୍ପତ୍ତିକୁ ଜବତ କରିଥିଲା । ଇଂରାଜୀ ଖବରକାଗଜ ଦି ଇଣ୍ଡିଆନ୍ ଏକ୍ସପ୍ରେସ୍ ଅଗଷ୍ଟା ୱେଷ୍ଟଲ୍ୟାଣ୍ଡ ଚୁକ୍ତିରେ ହୋଇଥିବା ତ୍ରୁଟି ବିଷୟରେ ଇଡି ନିକଟରେ ଥିବା 1000 ପୃଷ୍ଠାର ରେକର୍ଡ ହୋଇଥିବା ସାକ୍ସେନାଙ୍କ ବିବୃତ୍ତିକୁ ଉଦ୍ଧୃତ କରିଛି। ଉଲ୍ଲେଖନୀୟ କଥା ହେଉଛି, ଏହି ଚୁକ୍ତି UPA-2 ସରକାର ଦ୍ୱାରା ବାତିଲ କରାଯାଇଥିଲା | ସୂଚନା ଅନୁଯାୟୀ, ଏହି ଡିଲରେ ଦୁଇଟି କମ୍ପାନୀ ଜଡିତ ଥିଲେ। ପ୍ରଥମ ସାକ୍ସେନାର ଇଣ୍ଟରଷ୍ଟେଲାର ଟେକ୍ନୋଲୋଜି, ଦ୍ୱିତୀୟ ଖ୍ରୀଷ୍ଟିଆନ ମିସେଲଙ୍କ ଗ୍ଲୋବାଲ ସର୍ଭିସ | ମିସେଲ 2018 ଠାରୁ ଜେଲରେ ଅଛନ୍ତି ।

  • Tags:

Subscribe

National International State Sports Entertainment