ଖବର ଓଡିଶା : 01/03/2023
ଗୃହରେ ଭୁଲ୍ ତଥ୍ୟ ରଖିଥିବା ଅଭିଯୋଗ କରି ମୁଖ୍ୟମନ୍ତ୍ରୀ ଓ ଗୃହରାଷ୍ଟ୍ରମନ୍ତ୍ରୀଙ୍କ ନାଁରେ ସ୍ୱାଧୀକାର ଭଙ୍ଗ ନୋଟିସ୍ ଆଣିଲେ କଂଗ୍ରେସ ବିଧାୟକ ଦଳ ନେତା । ମନ୍ତ୍ରୀ ନବ ଦାସ ହତ୍ୟା ଘଟଣାରେ ଶ୍ରୀ ମିଶ୍ର ପଚରିଥିବା ଏକ ପ୍ରଶ୍ନର ଉତ୍ତରରେ ବିଭ୍ରାନ୍ତିକର ତଥ୍ୟ ରହିଛି ଓ କୋର୍ଟ ମନିଟର୍ଡ ତଦନ୍ତ କରାଯିବା କଥା କୁହାଯାଇଛି। ମାତ୍ର ଏହି ତଥ୍ୟ ଠିକ ନୁହେଁ ବୋଲି ସେ ଦାବି କରିଛନ୍ତି। ନରସିଂହ ମିଶ୍ର କହିଛନ୍ତି, ହାଇକୋର୍ଟଙ୍କ ତତ୍ୱାବଧାନରେ ଜଷ୍ଟିସ ଜେପି ଦାସଙ୍କ ଦ୍ୱାରା ନିଯୁକ୍ତି ଏକ ଜୁଡିସିଆଲ ଅର୍ଡର ନୁହେଁ । କିନ୍ତୁ ଉତ୍ତରପ୍ରଦେଶର ଲଖୀମପୁର ଖେରୀ ଘଟଣାକୁ ପ୍ରିସିଡେନସି ଭାବେ ନିଆଯାଇଛି । ମୁଖ୍ୟମନ୍ତ୍ରୀ ଓ ଗୃହରାଷ୍ଟ୍ରମନ୍ତ୍ରୀ ଭୁଲ ତଥ୍ୟ ବିଧାନସଭାକୁ ଦେଇଥିବାରୁ ତାଙ୍କ ନୋଟିସ୍ ସ୍ୱତନ୍ତ୍ର ସ୍ବାଧିକାର କମିଟିକୁ ପଠାଯାଉ ଏବଂ ମୁଖ୍ୟମନ୍ତ୍ରୀ ଓ ଗୃହ ରାଷ୍ଟ୍ରମନ୍ତ୍ରୀ କ୍ଷମା ମାଗନ୍ତୁ ବୋଲି ଦାବି କରିଛନ୍ତି ନରସିଂହ ମିଶ୍ର। ଏହି ନୋଟିସ ବାଚସ୍ପତି ପାଇଛନ୍ତି ଏବଂ ତାକୁ ଅନୁଧ୍ୟାନ କରାଯାଉଛି। ଏହା ଉପରେ ନୋଟିସ୍ ପାଇ ଅନୁଧ୍ୟାନ କରାଯାଉଥିବା କହିଛନ୍ତି ବାଚସ୍ପତି ।