କିଏ ହେବେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ : ମୁଖ୍ୟମନ୍ତ୍ରୀ ଚୟନ ନେଇ ଦୋଛକିରେ ହାଇକମାଣ୍ଡ
Khabar Odisha:Rahul-Gandhi-held-a-closed-door-meeting-at-Congress-Chief-Mallikargun-Kharges-residence-to-ensure-no-further-political-drama-in-Karnataka
ଖବର ଓଡିଶା : 16/05/2023

କିଏ ହେବେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ, ଜାରି ରହିଛି ଦ୍ୱନ୍ଦ୍ୱ । ଦିଲ୍ଲୀରେ କଂଗ୍ରେସ ନେତା ଏହି ପ୍ରସଙ୍ଗରେ ଘନ ଘନ ବୈଠକ କରୁଛନ୍ତି । ଦଳର ସଭାପତି ମଲ୍ଲିକାର୍ଜୁନ ଖଡଗେଙ୍କ ଘରେ ପହଁଚିଛନ୍ତି ରାହୁଲ ଗାନ୍ଧୀ । ସେପଟେ ହାଇକମାଣ୍ଡଙ୍କ ଡାକରାରେ ଦିଲ୍ଲୀ ପହଞ୍ଚୁଛନ୍ତି କର୍ଣ୍ଣାଟକ ପିସିସି ସଭାପତି ଡି କେ ଶିବକୁମାର । ସିଏମ ରେସରେ ସିଦ୍ଧରମୈୟା ଆଗରେ ରହିଥିବା ବେଳ ଆଜି ଦିଲ୍ଲୀରେ ପହଞ୍ଚି ଦଳର ସଭାପତିଙ୍କୁ ଭେଟିବେ ଡି କେ ଶିବକୁମାର । 

କଂଗ୍ରେସର ବରିଷ୍ଠ ନେତା ବି.କେ ହରିପ୍ରସାଦ କହିଛନ୍ତି, ରବିବାର କର୍ଣ୍ଣାଟକ କଂଗ୍ରେସ ବିଧାୟକ ଦଳର ବୈଠକ ବସିଥିଲା । ଏଥିରେ ମୁଖ୍ୟମନ୍ତ୍ରୀ କିଏ ହେବେ ସେ ନେଇ ଏକ ସିକ୍ରେଟ୍ ଭୋଟିଂ ହୋଇଥିଲା । ସଂପୃକ୍ତ ରିପୋର୍ଟକୁ ପର୍ଯ୍ୟବେକ୍ଷକ ଦଳର ହାଇକମାଣ୍ଡଙ୍କୁ ଦେଇଛନ୍ତିି । ଏହି ବୈଠକରେ ଦଳର ସଭାପତି ମଲ୍ଲିକାର୍ଜୁନ ଖଡଗେ ମୁଖ୍ୟମନ୍ତ୍ରୀ ବାଛିବେ ବୋଲି ନିଷ୍ପତି ନିଆଯାଇଛି । ଶିବକୁମାର କହିଛନ୍ତି, ହାଇକମାଣ୍ଡ ଯେଉଁ ନିଷ୍ପତି ନେବେ ତାହାକୁ ସେ ଓ ଅନ୍ୟ କଂଗ୍ରେସ ନେତା ମାନିବେ । ସେପଟେ ଆଗାମୀ ଲୋକସଭା ନିର୍ବାଚନରେ ଦଳ ୨୦ ଆସନ କିପରି ବିଜୟୀ ହେବ, ତାହା ଆମ ପାଇଁ ବଡ଼ ଚ୍ୟାଲେଞ୍ଜ ବୋଲି କହିଛନ୍ତି ଶିବକୁମାର ।

Subscribe

National International State Sports Entertainment