ଅଳ୍ପସଂଖ୍ୟକକୁ ଏ ପର୍ଯ୍ୟନ୍ତ ଭୟଭୀତ କରାଯାଉଥିଲା, ଆମେ ଜିତିବୁ ତାଙ୍କର ବିଶ୍ଵାସ
Khabar Odisha:Politics-odisha-pm-narendra-modi-addressed-nda-parliamentary-board-meeting-says-minorities-were-tricked
ନୂଆଦିଲ୍ଲୀ,ମେ୨୫(ଖବର ଓଡ଼ିଶା):

ବିଜେପି ଓ ଏନଡିଏର ସର୍ବସମ୍ମତି କ୍ରମେ ଦଳର ସଂସଦୀୟ ନେତା ନିର୍ବାଚିତ ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ସେଣ୍ଟ୍ରାଲ ହଲରେ ଏନଡିଏର ନୂତନ ସାଂସଦଙ୍କୁ ସମ୍ବୋଧିତ କରିଛନ୍ତି। ନିଜର ଭାଷଣରେ ମୋଦୀ କହିଛନ୍ତି ଯେ, ଏହି ଦେଶ କ୍ଷମତାଲୋଭୀକୁ ନୁହଁ ବରଂ ସେବାଭାବକୁ ସ୍ଵୀକାର କରିଛନ୍ତି। ଏହା ସହିତ ମୋଦୀ କହିଛନ୍ତି ଯେ, ଦେଶର ଅଳ୍ପସଂଖ୍ୟକ ସହିତ ଏ ପର୍ୟ୍ୟ ନ୍ତ ଛଳନା କରାଯାଇଛି, ଯାହାକୁ ଆଗାମୀ ସମୟରେ ଆଉ ହେବାକୁ ଦିଆଯିବ ନାହିଁ। ଏହା ବ୍ୟତୀତ ମୋଦୀ ନୂତନ ସାଂସଦଙ୍କୁ ଅନେକ ପ୍ରକାରର ଉପଦେଶ ମଧ୍ୟ ଦେଇଛନ୍ତି।

ମୋଦୀ କହିଛନ୍ତି ଯେ, ଭାରତରେ ନିର୍ବାଚନ ଏକ ଉତ୍ସବ ଥିଲା।  ଭାରତୀୟ ଭୋଟର ଏଥର ପ୍ରମାଣିତ କରିଛନ୍ତି ଯେ, ସେମାନଙ୍କୁ କେହି ମିଛ କହି ପ୍ରଭାବିତ କରି ପାରିବେ ନାହିଁ। କ୍ଷମତା ଲୋଭ ଯେତେ କମିବ ଲୋକଙ୍କ ଆର୍ଶୀବାଦ ସେତେ ବଢିବ। ମୋଦୀ କହିଛନ୍ତି ଯେ ଜନତାଙ୍କ ତାଙ୍କ ଉପରେ ବିଶ୍ଵାସ କରିଛନ୍ତି, ଯେଉଁ କାରଣରୁ ସେମାନେ ପୁର୍ନବାର ସରକାର ଗଠନ କରିବାକୁ ଯାଉଛନ୍ତି। ବିଶ୍ଵାସର ଡୋରି ଯେବେ ମଜବୁତ  ହୁଏ ତେବେ ଆଣ୍ଟି ଇନକମ୍ବେସି ନୁହେଁ ପ୍ରୋ ଇନକମ୍ବେସି ସୃଷ୍ଟି ହୋଇଥାଏ। ଏହି ନିର୍ବାଚନ ସକରାତ୍ମକ ନିର୍ବାଚନ ଥିଲା। ଆମକୁ ଏଥର ଗତଥର ଅପେକ୍ଷା ୨୫ ପ୍ରତିଶତ  ଅଧିକ ଭୋଟ୍ ମିଳିଛି। ନିର୍ବାଚନରେ ମୁଁ ନୁହେଁ, ଦେଶର ଜନତା ଲଢୁଥିଲେ ଏବଂ ଜିତିଲେ।

ତୀର୍ଥ ଯାତ୍ରା ଥିଲା ନିର୍ବାଚନ

ମୋଦୀ କହିଛନ୍ତି ଯେ, ଏହି ନିର୍ବାଚନ ତାଙ୍କ ପାଇଁ ତୀର୍ଥ ଯାତ୍ରା ଥିଲା। ଏନଡିଏ ଏକ ଆନ୍ଦୋଳନ ପାଲଟିଛୀ, ଆଗକୁ ଆହୁରି ବ୍ୟାପକ  ହେବ। ଏଥର ଲୋକସଭାକୁ ରେକର୍ଡ ସଂଖ୍ୟକ  ମହିଳା ନିର୍ବାଚିତ ହୋଇଛନ୍ତି। ମୁଁ ନିର୍ବାଚନ ପ୍ରଚାରରେ ନୁହେଁ ଧନ୍ୟବାଦ ଦେବାକୁ ଯାଉଥିଲି। 

ଯେଉଁମାନେ ଜିତିକି ଆସିଛନ୍ତି ସବୁ ମୋର

ମୋଦୀ କହିଛନ୍ତି ଯେ, ଏହି ଦେଶରେ ଏମିତି ବହୁତ  ନରେନ୍ଦ୍ର ମୋଦୀ ଉତ୍ପନ ହୋଇଛନ୍ତି, ଯେଉଁମାନେ ମନ୍ତ୍ରିମଣ୍ଡଳ ଗଠନ କରି ଦେଇଛନ୍ତି। ଯିଏ ବି ସଂସଦକୁ ବିଜୟୀ ହୋଇ ଆସିଛନ୍ତି, ସବୁ ମୋର ଅଟନ୍ତି। ଯିଏ ମୋତେ ଭୋଟ୍ ଦେଇଛନ୍ତି ଏବଂ ଯିଏ ମୋତେ ଦେଇ ନାହାନ୍ତି ଏସବୁ ଉର୍ଦ୍ଧ୍ଵରୁ ମୁଁ ସଭିଙ୍କ ପାଇଁ କାମ କରିବି।

Subscribe

National International State Sports Entertainment