କଂଗ୍ରେସ ମନ୍ତ୍ରୀଙ୍କ ହୀନ ମନ୍ତବ୍ୟ- ଶିବରାଜ ମୋଦୀ-ଶାହାଙ୍କ ପାଦ ଧୋଇ ପାଣି ପିଇଲେ ବି ଆମର ଆପତ୍ତି ନାହିଁ
Khabar Odisha:Politics-odisha-madhya-pradesh-congress-minister-jitu-patwari-takes-a-dig-on-ex-cm-bjp-leader-shivraj-singh-chauhan
ଭୋପାଳ,ଅଗଷ୍ଟ୧୩(ଖବର ଓଡ଼ିଶା):

ଜାମ୍ମୁ-କାଶ୍ମୀରରୁ ଅନୁଚ୍ଛେଦ ୩୭୦ ଉଚ୍ଛେଦ ନିଷ୍ପତି ପରେ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଦ୍ଵାରା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଗୃହମନ୍ତ୍ରୀ ଅମିତ୍ ଶାହାଙ୍କ ପୂଜା କରିବା ସମ୍ବନ୍ଧିତ ବୟାନ ପରେ ଏବେ ରାଜ୍ୟର ଉଚ୍ଚ ଶିକ୍ଷା ମନ୍ତ୍ରୀ ତଥା କଂଗ୍ରେସ ନେତା ଜିତୁ ପଟଓ୍ଵାରୀ ବିବାଦୀୟ ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ ମୋଦୀ-ଶାହାଙ୍କ ପୂଜା କଣ ତାଙ୍କର ପାଦ ଧୋଇ ପାଣି ପିଇଲେ ମଧ୍ୟ ଆମର କୌଣସି ଆପତ୍ତି ନାହିଁ।

ପଟଓ୍ଵାରୀ ମଙ୍ଗଳବାର ଟ୍ଵିଟ୍ କରି କହିଛନ୍ତି ଯେ ଶିବରାଜ ଆପଣ ବିଜେପିର ନିଜର ଅସ୍ଥିତ୍ଵ ଶେଷ ହେବା ଭୟରେ ଏହାକୁ ବଞ୍ଚାଇବା ପାଇଁ ମୋଦୀ-ଶାହାଙ୍କ ପୂଜା କଣ ତାଙ୍କର ପାଦ ଧୋଇ ପିଇଲେ ମଧ୍ୟ ଆମର କୌଣସି ଆପତ୍ତି ନାହିଁ। ମାତ୍ର ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ଉପରେ ବାରମ୍ବାର ଟିପ୍ପଣୀ କରିବା ଆପଣଙ୍କର ଦେବାଳିଆ ମାନସିକତାକୁ ଦର୍ଶାଉଛି। 

ପଟଓ୍ଵାରୀ ଆଉ ଏକ ଟ୍ଵିଟ୍ କରି ଲେଖିଛନ୍ତି ଯେ, ମଧ୍ୟ ପ୍ରଦେଶ କ୍ଷମତାରୁ ବେଦଖଲ ହେବା ପରେ ବିଜେପିରେ ନିଜର ଅସ୍ଥିତ୍ଵ ବଞ୍ଚାଇବା ପାଇଁ ମୋଦୀ-ଶାହାଙ୍କ ଚାପଲୁସିରେ ମସଗୁଲ ଶିବରାଜ ମଧ୍ୟପ୍ରଦେଶର ମର୍ଯ୍ୟାଦା ପ୍ରତି ଦୃଷ୍ଟି ଦିଅନ୍ତୁ। ଆପଣ ୧୩ ବର୍ଷ ଧରି ରାଜ୍ୟର ମୁଖ୍ୟମନ୍ତ୍ରୀ ଥିଲେ। ମଧ୍ୟ ପ୍ରଦେଶ ଜନତା ପ୍ରଥମେ ଅନୁଭବ କରୁଥିଲେ ଯେ ସେମାନେ ମୁଖ୍ୟମନ୍ତ୍ରୀ ଚୟନ କରିଥିଲେ, ମାତ୍ର କାହାକୁ ଜଣା ଥିଲା ସେମାନେ ଜଣେ ଚାପଲୁସଙ୍କୁ ଚୟନ କଲେ। 

କଣ କହିଥିଲେ ଶିବରାଜ

ଉଲ୍ଲେଖଯୋଗ୍ୟ, ଜାମ୍ମୁ-କାଶ୍ମୀରକୁ ସ୍ଵତନ୍ତ୍ର ମାନ୍ୟତା ପ୍ରଦାନ କରୁଥିବା ଅନୁଚ୍ଛେଦ ୩୭୦ ଉଚ୍ଛେଦ ନିଷ୍ପତ୍ତି ପରେ ଶିବରାଜ ସିଂହ କହିଥିଲେ ଯେ ପଣ୍ଡିତ ଜବାହରଲାଲ ନେହେରଙ୍କୁ ଭୁଲ ଦେଶ ସୁଧାରିଛି। ଏହା ସହିତ ସେ କହିଥିଲେ ଯେ ପ୍ରଥମେ ମୁଁ ମୋଦୀ ଓ ଅମିତ୍ ଶାହାଙ୍କୁ ନିଜର ନେତା ମାନୁଥିଲି ଓ ଶ୍ରଦ୍ଧା ଦୃଷ୍ଟିରେ ଦେଖୁଥିଲି, ମାତ୍ର ଏହି ଐତିହାସିକ ପଦକ୍ଷେପ କାରଣରୁ ଏବେ ତାଙ୍କର ପୂଜା କରିବେ।

Subscribe

National International State Sports Entertainment