ଏକଜିଟ୍ ପୋଲ: ଫଳାଫଳ ପୂର୍ବରୁ ଇଭିଏମ ଉପରେ ପ୍ରଶ୍ନ ଉଠାଇ ଚିତ୍କାର କରିବା ଆରମ୍ଭ କଲେ ବିରୋଧୀ
Khabar Odisha:Politics-odisha-lok-sabha-chunav-2019-opposition-parties-cries-evm-manipulation-even-before-official-result
ନୂଆଦିଲ୍ଲୀ,ମେ୨୦(ଖବର ଓଡ଼ିଶା):

 ସମସ୍ତ ଏକଜିଟ୍ ପୋଲରେ ଏନଡିଏକୁ ପୂର୍ଣ୍ଣ ସଂଖ୍ୟା ଗରିଷ୍ଠତା ମିଳିବାର ଭବିଷ୍ୟତବାଣୀ ପରେ ବିରୋଧୀ ଦଳ ଗୋଷ୍ଠୀରେ ଇଲେକ୍ଟ୍ରୋନିକ ଭୋଟିଂ ମେସିନ(ଇଭିଏମ) ଉପରେ ଚିତ୍କାର କରିବା ଆରମ୍ଭ ହୋଇଯାଇଛି। ଇଭିଏମରେ ଗଡ଼ବଡ଼ର ଆଶଙ୍କା ପ୍ରକାଶ କରି କିଛି ବିରୋଧୀ  ପ୍ରଶ୍ନ କରିଛନ୍ତି ଯେ, ଭିଭିପାଟ୍ ଓ ଇଭିଏମରେ ସିଲ୍ ହୋଇଥିବା ଭୋଟରେ ମେଳ ନଖାଇଲେ ଏହି ସ୍ଥିତିରେ କଣ କରାଯିବ ? ଆପର ରାଜ୍ୟସଭା ସାଂସଦ ସଞ୍ଜୟ ସିଂହ ମିସମ୍ୟାଚ୍ ସ୍ଥିତି ଉପୁଜିଲେ ପୂରା ନିର୍ବାଚନକୁ ରଦ୍ଦ କରିବାକୁ ଦାବି କରିଛନ୍ତି।

ଅନ୍ୟ ପଟେ ଆନ୍ଧ୍ର ପ୍ରଦେଶର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ମତଗଣନା ପ୍ରକ୍ରିୟାରେ ଅନେକ  ସମସ୍ୟା ଉଲ୍ଲେଖ କରି ସମସ୍ତ ଚିନ୍ତାକୁ ଦୂର କରିବା ପାଇଁ ନିର୍ବାଚନ ଆୟୋଗଙ୍କଠାରେ ଦାବି କରିଛନ୍ତି। ଏହା ବ୍ୟତୀତ ବିରୋଧୀ ଦଳ  ଏକଜିଟ୍ ପୋଲର ଫଳାଫଳ ଇଭିଏମକୁ ଗଡ଼ବଡ଼ କରିବାରେ ଖୋରାକ ଯୋଗାଉଥିବା ଅଭିଯୋଗ କରିଛନ୍ତି। ଉଲ୍ଲେଖଯୋଗ୍ୟ ନିର୍ବାଚନ ଆୟୋଗ ଅନେକ ଥର ସ୍ପଷ୍ଟ କରି ସାରିଛନ୍ତି ଯେ, ଇଲକ୍ଟ୍ରୋନିକ ଭୋଟିଂ ମେସିନକୁ ଗଡ଼ବଡ଼ କରିବା ସମ୍ଭବ ନୁହେଁ। 

କଂଗ୍ରେସକୁ ଲାଗୁଛି ହୋଇଛି ଷଡ଼ଯନ୍ତ୍ର

ଫଳାଫଳ ପୂର୍ବରୁ ମୁଖ୍ୟ ବିରୋଧୀ ଦଳ କଂଗ୍ରେସ ମଧ୍ୟ ଇଭିଏମକୁ ନେଇ ଆଶଙ୍କିତ ଥିବା ନଜର ଆସିଛି। କଂଗ୍ରେସ ନେତା ରାଶିଦ ଅଲଭି ଏକ ନ୍ୟୁଜ୍ ଚ୍ୟାନେଲ ସହିତ ଆଲୋଚନା ବେଳେ କହିଛନ୍ତି ଯେ, ଯଦି ଏକଜିଟ୍ ପୋଲ  ପରି ମେ ୨୩ରେ ଫଳାଫଳ ଆସେ ତେବେ ତେବେ ଏହାର ସ୍ପଷ୍ଟ ଅର୍ଥ ଯେ, ଇଭିଏମ ସହ ଗଡ଼ବଡ଼ କରାଯାଇଛି। ଅଲଭି ଏହା ମଧ୍ୟ କହିଛନ୍ତି ଯେ, ୨୦୧୮ ନଭେମ୍ବରରେ ଛତିଶଗଡ଼, ମଧ୍ୟ ପ୍ରଦେଶ ଓ ରାଜସ୍ଥାନ ବିଧାନସଭାରେ କଂଗ୍ରେସର ବିଜୟ ପଛରେ ମଧ୍ୟ ଷଡ଼ଯନ୍ତ୍ର ହୋଇଛି। ଏହାର ଅର୍ଥ ନିକଟରେ କଂଗ୍ରେସ ଯେଉଁ ୩ଟି ରାଜ୍ୟରେ ବିଧାନସଭା ଜତିଛି, ସେଠାରେ ଜାଣିଶୁଣି ଇଭିଏମ ସହ ଗଡ଼ବଡ଼ କରାଯାଇନି। ଯଦ୍ଵାରା ଇଭିଏମ ଉପରେ ପ୍ରଶ୍ନ ଉଠାଯାଇ ପାରିବ ନାହିଁ। 

ଇଭିଏମ-ଭିଭିପାଟ କାଉଣ୍ଟରେ ଅମେଳ ହେଲେ କଣ ହେବ- ୟେଚୁରୀ

ସିପିଏମ ମହାସଚିବ ସୀତାରାମ ୟେଚୁରୀ ସୋମବାର ଟ୍ଵିଟ୍ କରି କହିଛନ୍ତି ଯେ, ଇଭିଏମରେ ସିଲ୍ ଭୋଟ ଓ ଭିଭିପାଟର ରସିଦ ସହ ମେଳ ନଖାଇଲେ ସେହି ଅବସ୍ଥାରେ କଣ କରାଯିବ ଉଚିତ୍, ଏହାକୁ ନେଇ ଇସି ଏ ପର୍ଯ୍ୟନ୍ତ ସ୍ପଷ୍ଟ କରିନାହାନ୍ତି। ଯଦି ଗଣନା ସମୟରେ ମିସମ୍ୟାଚ୍ ହୁଏ ତେବେ ନିର୍ବାଚନ ପ୍ରକ୍ରିୟାକୁ ତ୍ଵରାନ୍ଵିତ କରିବା ପାଇଁ ଉକ୍ତ ନିର୍ବାଚନ ମଣ୍ଡଳୀର ସମସ୍ତ ଭିଭିପାଟକୁ ଇଭିଏମ ସହ ମିଳାଇବା ଉଚିତ୍ ବୋଲି ୟେଚୁରୀ କହିଛନ୍ତି।

ଏକଜିଟ୍ ପୋଲରେ ରହିଛି ଷଡ଼ଯନ୍ତ୍ର- ମମତା

ରବିବାର ଏକଜିଟ୍ ପୋଲରେ ପୁଣି ଥରେ ଏନଡିଏ ସରକାର ଗଠନ କରୁଥିବା ସଙ୍କେତ ମିଳିବା ପରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏକଜିଟ୍ ପୋଲର ଭବିଷ୍ୟତବାଣୀକୁ ଖାରଜ କରି ଏହା ଗେମ୍ ପ୍ଲାନ ବୋଲି କହିଛନ୍ତି। ମମତା ଟ୍ଵିଟ୍ କରିଛନ୍ତି ଯେ, ମୁଁ ଏକଜିଟ୍ ପୋଲର ଗସିପ୍ ଉପରେ ଭରସା କରେ ନାହିଁ। ଗେମ ପ୍ଲାନ ମୁତାବକ ଏହି  ଗସିପ୍ ଜରିଆରେ ଇଭିଏମକୁ ଗଡ଼ବଡ଼ କରାଯାଇପାରିବ ଏବଂ ହଜାର ସଂଖ୍ୟକ ଇଭିଏମକୁ ବଦଳାଯାଇ ପାରିବ। ମୁଁ ସବୁ ବିରୋଧୀ ଦଳଗୁଡିକୁ ଅପିଲ କରୁଛି ଯେ, ଏକଜୁଟ୍ ରୁହନ୍ତୁ, ମଜବୁତ ହୋଇ ଧୈର୍ଯ୍ୟ ଧରନ୍ତୁ। ଆମେ ଏହି ଲଢେଇକୁ ମିଶିକି ଲଢିବା। 

ଆପକୁ ମଧ୍ୟ ଏକଜିଟ୍ ପୋଲ ପଛରେ ଦେଖାଗଲା ଇଭିଏମ ଖେଳ

ମମତା ବାନାର୍ଜୀଙ୍କ ସହ ସ୍ଵର ମିଳାଇ ଆମ୍ ଆଦମୀ ପାର୍ଟି ମଧ୍ୟ ଏକଜିଟ୍ ପୋଲକୁ ଏକ ପ୍ରାୟୋଜିତ ବୋଲି କହିଛନ୍ତି। ଆପ୍ ରାଜ୍ୟସଭା ସାଂସଦ ସଞ୍ଜୟ ସିଂହ କହିଛନ୍ତି ଯେ, ଯଦି ଇଭିଏମ ଓ ଭିଭିପାଟ୍ ମଧ୍ୟରେ ମେଳ ନଖାଏ ତେବେ ନିର୍ବାଚନ ରଦ୍ଦ କରାଯାଉ। ମମତାଙ୍କ ଟ୍ଵିଟକୁ ରିଟ୍ଵିଟ୍ କରି ଲେଖିଛନ୍ତି ଯେ, ଇଭିଏମ ହେଉଛି ଅସଲ ଖେଳ ? କଣ ଅର୍ଥ ଦିଆଯାଇ ଏକଜିଟ୍ ପୋଲ କରାଯାଇଛି ? ୟୁପି, ବିହାର, ମଧ୍ୟ ପ୍ରଦେଶ, ରାଜସ୍ଥାନ, କର୍ଣ୍ଣାଟକ, ଦିଲ୍ଲୀ, ପଶ୍ଚିମବଙ୍ଗ ପ୍ରତ୍ୟେକ ଜାଗାରେ ବିଜେପି ଜିତୁଛି, ଏହା କିଏ ବିଶ୍ଵାସ କରିବ ? ସବୁ ଦଳ ମିଶି ଇସିଙ୍କଠାରେ ଭିଭିପାଟ୍-ଇଭିଏମର ଗଡ଼ବଡ଼ ନେଇ ନିର୍ବାଚନ ରଦ୍ଦ କରିବାକୁ ଦାବି କରନ୍ତୁ।  

Subscribe

National International State Sports Entertainment