ଦୁଇ ପୁଅଙ୍କ କଳହର ସମାଧାନ କରିବାକୁ ଦିଲ୍ଳୀରୁ ପାଟନା ପେରିଲେ ରାବଡ଼ୀ, ତେଜପ୍ରତାପଙ୍କ ଘରକୁ ପହଂଚିଲେ
Khabar Odisha:Politics-Rabri-Devi-reached-Patna-tussle-Tej-Pratap-Tejashwi-Yadav

ପାଟଣା, ଅକ୍ଟୋବର ୧୧ (ଖବର ଓଡ଼ିଶା): ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ରାବଡ଼ୀ ଦେବୀ ନିଜ ଘରେ ୨ ପୁଅଙ୍କ ମଧ୍ୟରେ ଚାଲିଥିବା ପାରିବାରିକ କଳହର ସମାଧାନ କରିବାକୁ ପାଟଣା ପହଂଚିଛନ୍ତି। ରାବଡ଼ୀ ଦେବୀ ଦିଲ୍ଲୀରୁ ଏଠାକୁ ଫେରିବା ପରେ ସିଧାସଳଖ ତେଜପ୍ରତାପଙ୍କ ଘରକୁ ଯାଇଛନ୍ତି। ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ଘରେ ବିଗତ କିଛି ମାସ ହେବ ୨ ଭାଇ ତେଜପ୍ରତାପ ଓ ତେଜସ୍ବୀ ଯାଦବଙ୍କ ମଧ୍ୟରେ କଳହ ଲାଗି ରହିଛି ଏବଂ ଏହାର ସମାଧାନ କରିବାକୁ ରାବଡୀ ଦିଲ୍ଲୀରୁ ଫେରିଛନ୍ତି। 

ସୂଚନାଯୋଗ୍ୟ ଜେଲରୁ ଫେରିବା ପରେ ଲାଲୁ ଯାଦବଙ୍କ ସ୍ବାସ୍ଥ୍ୟ ଠିକ ନାହିଁ। ତେଣୁ ସେ ଦୀର୍ଘ ଦିନ ହେବ ଦିଲ୍ଲୀରେ ଅଛନ୍ତି। ତାଙ୍କର ପତ୍ନୀ ରାବଡ଼ୀ ଦେବୀ ମଧ୍ୟ ଦିଲ୍ଲୀରେ ରହୁଥିଲେ। ପାଟନା ବିମାନବନ୍ଦରରେ ଅବତରଣ କରିବା ପରେ ରାବଡ଼ୀ ସିଧା ବଡ଼ପୁଅ ତେଜପ୍ରତାପଙ୍କ ଘରକୁ ଯାଇଥିଲେ। ସୂତ୍ର ଅନୁସାରେ ରାବଡୀ ଯେତେବେଳେ ତେଜପ୍ରତାପଙ୍କ ଘରେ ପହଂଚିଲେ, ସେହି ସମୟରେ ସେ ଘରେ ନଥିଲେ। ଅନ୍ୟପଟରେ ବିମାନବନ୍ଦରରେ ରାବଡୀ ଦେବୀ ଗଣମାଧ୍ୟମର ପ୍ରତିନିଧିଙ୍କ ସହିତ କଥା ହେବା ସମୟରେ ନିଜର ୨ ପୁଅଙ୍କ ଲଢ଼େଇ ନେଇ ପଚରାଯାଇଥିବା ପ୍ରଶ୍ନକୁ ଖଣ୍ଡନ କରିଥିଲେ। ସେ କହିଥିଲେ ତେଜପ୍ରତାପ ଓ ତେଜସ୍ବୀ ମଧ୍ୟରେ କୌଣସି ଲଢ଼େଇ ନାହିଁ। 

 

  • Tags:

Subscribe

National International State Sports Entertainment