ରାହୁଲ ଗାନ୍ଧୀଙ୍କ ନିକଟତର ସୁନୀଲ ଜାଖଡ ହୋଇପାରନ୍ତି ପଂଜାବର ନୂଆ ମୁଖ୍ୟମନ୍ତ୍ରୀ
Khabar Odisha:Politics-Punjab-new-CM-Sunil-Jakhar-in-race-profile-two-deputy-CMs-after-Amarinder-Singh-resign

ନୂଆଦିଲ୍ଲୀ, ସେପ୍ଟେମ୍ବର ୧୯(ଖବର ଓଡ଼ିଶା): ପଂଜାବରେ କ୍ୟାପଟେନ ଅମରିନ୍ଦର ସିଂହଙ୍କ ମୁଖ୍ରମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ସୁନୀଲ ଜାଖଡ ଆଗାମୀ ମୁଖ୍ୟମନ୍ତ୍ରୀ ହୋଇପାରନ୍ତି। ରାହୁଲ ଗାନ୍ଧୀଙ୍କ ନିକଟତର କୁହାଯାଉଥିବା ସୁନୀଲ ଜାଖଡ ପୂର୍ବତନ ସାଂସଦ ଓ ପଂଜାବ କଂଗେସର ପୂର୍ବତନ ସଭାପତି ଥିଲେ। ଏଥି ସହିତ ସୋନିଆ ଗାନ୍ଧୀଙ୍କ ବିଶ୍ବାସର ପାତ୍ର ଏବଂ ଦଳର ବରିଷ୍ଠ ନେତା ଅମ୍ବିକା ସୋନୀଙ୍କ ନାଁ ମଧ୍ୟ ମୁଖ୍ୟମନ୍ତ୍ରୀ ପଦ ପାଇଁ ଚର୍ଚ୍ଚା ହେଉଛି। 

ଗତକାଲି କ୍ୟାପଟେନ ଅମରିନ୍ଦର ସିଂହ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ପଂଜାବରେ ଆଗାମୀ ମୁଖ୍ୟମନ୍ତ୍ରୀ କିଏ ହେବେ ରାଜନୈତିକ ନେତମାନେ ଗଣିତ କଷୁଛନ୍ତି। ସୂତ୍ର ଅନୁସାରେ ସୁନୀଲ ଜାଖଡଙ୍କୁ କଂଗ୍ରେସ ପଂଜାବର ଆଗାମୀ ମୁଖ୍ୟମନ୍ତ୍ରୀ କରାଯାଇପାରେ। ମାତ୍ର ପାର୍ଟି ଏଥର ରାଜ୍ୟରେ ୨ ଜଣଙ୍କୁ ଉପମୁଖ୍ୟମନ୍ତ୍ରୀ ରଖିବ। ଏଥିରୁ ଜଣେ ଦଳିତ ବର୍ଗ ଏବଂ ଅନ୍ୟ ଜଣେ ଶିଖ ସଂପ୍ରଦାୟରୁ ରହିବେ। ସୂଚନାଯୋଗ୍ୟ, ପଂଜାବ କଂଗ୍ରେସ ବିଧାୟକ ଦଳର ରବିବାର ପୁଣି ଥରେ ବୈଠକ ହେବ। ଏହି ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା ହୋଇପାରେ। 

ସୂତ୍ର ଅନୁସାରେ ମୁଖ୍ୟମନ୍ତ୍ରୀ ପଦ ପାଇଁ ଦୌଡ଼ରେ ସୋନିଆ ଗାନ୍ଧୀଙ୍କ ବିଶ୍ବସନୀୟ ପାତ୍ରୀ ଓ ବରିଷ୍ଠ ନେତ୍ରୀ ଅମ୍ବିକା ସୋନୀଙ୍କ ନାମକୁ ନେଇ ଚର୍ଚ୍ଚା ଜୋରଦାର ଚାଲିଛି। ସେହିପରି ରାଜ୍ୟସଭା ସାଂସଦ ପ୍ରତାପ ସିଂହ ବାଜବା, ଯାହାଙ୍କୁ ରାହୁଲ ଗାନ୍ଧୀ ପୂର୍ବରୁ ରାଜ୍ୟର ସଭାପତି କରିଥିଲେ, ସେ ମଧ୍ୟ ଏହି ଦୌଡ଼ରେ ଥିବା ନେଇ ଚର୍ଚ୍ଚା ଚାଲିଛି। 

 

  • Tags:

Subscribe

National International State Sports Entertainment