ପାଟଣା, ଏପ୍ରିଲ ୨୬ (ଖବର ଓଡ଼ିଶା): ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କ ବଡ଼ପୁଅ ତେଜ ପ୍ରତାପ ଘୋଷଣା କରିଛନ୍ତି ଯେ, ସେ ଖୁବ ଶୀଘ୍ର ପାର୍ଟିରୁ ଇସ୍ତଫା ଦେବେ । ତେଜ ପ୍ରତାପ ନିଜର ଏହି ନିଷ୍ପତ୍ତିକୁ ନେଇ ସୋମବାର ସନ୍ଧ୍ୟାରେ ଟୁଇଟ କରିଛନ୍ତି ଏବଂ କହିଛନ୍ତି ଯେ, ସେ ସବୁବେଳେ ପିତାଙ୍କ ମାର୍ଗଦର୍ଶନରେ କାମ କରିଛନ୍ତି । ପାର୍ଟି ସମସ୍ତ କର୍ମୀଙ୍କୁ ସମ୍ମାନ କରିଛନ୍ତି ଏବଂ ଖୁବ ଶୀଘ୍ର ନିଜର ପିତାଙ୍କୁ ଭେଟି ଆରଜେଡିରୁ ଇସ୍ତଫା ଦେବେ ।
ସୋମବାର ଅପରାହ୍ନରେ ଯୁବ ଆରଜେଡିର ପାଟଣା ମହାନଗର ଅଧ୍ୟକ୍ଷ ରାମରାଜ ଯାଦବ, ତେଜ ପ୍ରତାପଙ୍କ ଉପରେ ପୂର୍ବତନ ମୁଖ୍ୟମନ୍ତ୍ରୀ ରାବଡ଼ୀ ଦେବୀଙ୍କ ସରକାରୀ ନିବାସ ୧୦, ସର୍କ୍ୟୁଲାର ରୋଡରେ ବନ୍ଧକ ରଖି ମାଡ଼ମାରିବା ଅଭିଯୋଗ ଆଣିବା ପରେ ତେଜ ପ୍ରତାପ ପାର୍ଟିରୁ ଇସ୍ତିଫା ଦେବାର ନେଇ ନିଷ୍ପତ୍ତି ନେଇଛନ୍ତି । ରାମରାଜ ଯାଦବ ତେଜପ୍ରତାପଙ୍କ ଉପରେ ଅଭିଯୋଗ ଆଣିଛନ୍ତି ଯେ, ଗତ ଶୁକ୍ରବାର ଯେତେବେଳେ ରାବଡ଼ୀ ଦେବଙ୍କ ନିବାସରେ ଇଫତାର ପାର୍ଟି ଦିଆଯାଇଥିଲା, ଏହି ସମୟରେ ତେଜପ୍ରତାପ ତାଙ୍କୁ ଏକ କୋଠରୀରେ ବନ୍ଦ କରିଦେଇଥିଲେ ଏବଂ ପୁଣି ପୋଷାକ ଖୋଲି ଦେଇ ତାଙ୍କୁ ପିଟାଇ କରିଥିଲେ । ଏହାକୁ ନେଇ ତେଜପ୍ରତାପଙ୍କ ତେଜସ୍ୱୀଙ୍କ ସହିତ ଯୁକ୍ତିତର୍କ ହୋଇଥିଲା । ତେବେ ପ୍ରକୃତ କଥା କ’ଣ ତାହା ଆଗାମୀ ସମୟ କହିବ ।