“ମୋ ସରକାର”କୁ ସମାଲୋଚନା କଲେ ସୁର ରାଉତରାୟ, କହିଲେ ସଚିବ ବୁଲୁଛନ୍ତି ମନ୍ତ୍ରୀ କୁଆଡ଼େ ଗଲେ?
Khabar Odisha:Politics-Odisha-Sura-Raoutray-Targets-BJD
ଭୁବନେଶ୍ୱର, ଅକ୍ଟୋବର ୧୪(ଖବର ଓଡ଼ିଶା):

 “ମୋ ସରକାର” କାର୍ଯ୍ୟକ୍ରମକୁ ଗୁରୁତ୍ୱର ସହ ନେଇ ୫ଟି ସଚିବ ଭି.କେ ପାଣ୍ଡିଆନ ଓ ତାଙ୍କ ଅନ୍ୟ ସହଯୋଗୀମାନେ ରାଜ୍ୟ ସାରା ବୁଲି ରୋଗୀଙ୍କ ମତ ପଚାରିବୁଝୁଛନ୍ତି । ସଚିବ ବୁଲୁଛନ୍ତି କିନ୍ତୁ ମନ୍ତ୍ରୀ କୁଆଡ଼େ ଗଲେ କହି ଏହାକୁ ସମାଲୋଚନା କରିଛନ୍ତି କଂଗ୍ରେସ ବିଧାୟକ ସୁର ରାଉତରାୟ । 

ଗାନ୍ଧି ଜୟନ୍ତ୍ରୀରୁ “ମୋ ସରକାର” କାର୍ଯ୍ୟକାରିତା ଆରମ୍ଭ ହୋଇଥିବାରୁ ଏହାପର ଠାରୁ ୫ଟି ସଚିବ ଭି.କେ ପାଣ୍ଡିଆନ ଓ ତାଙ୍କ ଅନ୍ୟ ସହଯୋଗୀମାନେ ରାଜ୍ୟ ସାରା ବୁଲି ଡାକ୍ତରଖାନାରେ ପାଉଥିବା ସୁବିଧା ଅସୁବିଧା ସମ୍ପର୍କରେ ରୋଗୀଙ୍କ ମତ ପଚାରି ବୁଝୁଛନ୍ତି । ଏହାକୁ ସହଜରେ ଗ୍ରହଣ କରିନାହାଁନ୍ତି କଂଗ୍ରେସ ବିଧାୟକ ସୁର ରାଉତରାୟ । ସେ ପ୍ରଶ୍ନ କରିଛନ୍ତି ଯେ ସଚିବ ଏହି କାର୍ଯ୍ୟ ପାଇଁ ବୁଲୁଛନ୍ତି କିନ୍ତୁ ମନ୍ତ୍ରୀମାନେ କୁଆଡ଼େ ଗଲେ ? ଏହା ସହ ସେ କହିଛନ୍ତି ଯେ, ରାଜ୍ୟ ସରକାର ୨୦ବର୍ଷ ହେଲା ୫ଟି କରିପାରିଲେନି । ଏତେ ବର୍ଷ କଣ କରୁଥିଲେ । ଖାଲି ଗୋଟେ ପତିଆରା ପାଇଁ ଏ ଟୁର ଓ ଏହା କେବଳ ଡ୍ରାମା କରୁଛନ୍ତି ରାଜ୍ୟ ସରକାର ।

ନବୀନ ବାବୁ ସବୁ ଦେଖୁଛନ୍ତି କିନ୍ତୁ କିଛି ଦେଖୁ ନଥିବା ଭଳି ଅଭିନୟ କରୁଛନ୍ତି । ମନ୍ତ୍ରୀମାନେ ନ ବୁଲି ଅଫିସର ବୁଲୁଛନ୍ତି ଲୋକଙ୍କ ମତ ନେବାକୁ । ଅଫିସର ମାନେ କଣ ମନ୍ତ୍ରୀଙ୍କ ଉପରେ ? ବୋଲି ପ୍ରଶ୍ନ କରିଛନ୍ତି ସୁର ରାଉତରାୟ ।

  • Tags:

Subscribe

National International State Sports Entertainment