ମହାପ୍ରଭୁଙ୍କ ଟଙ୍କା ଖାଇଗଲେ, ପଚାରିବାରୁ ବିଧାନସଭା ବନ୍ଦ କରିଦେଲେ ସରକାର: ବିଜେପି
Khabar Odisha:Politics-Odisha-BJP-Targets-BJD-For-Assembly-Closed
ଭୁବନେଶ୍ୱର, ମାର୍ଚ୍ଚ ୧୪(ଖବର ଓଡ଼ିଶା):

ୟେସ ବ୍ୟାଙ୍କରେ ମହାପ୍ରଭୁ ଜଗନ୍ନାଥଙ୍କ ଟଙ୍କା ଜମା ରଖିବା ପ୍ରସଙ୍ଗରେ ଜବାବ ରଖିବାକୁ ଡରିଯାଇ କରୋନା ବାହାନାରେ ବିଧାନସଭା ବନ୍ଦ କରିଛନ୍ତି ରାଜ୍ୟ ସରକାର । ଏପରି ସାଂଘାତିକ ଅଭିଯୋଗ ଆଣି ସରକାରଙ୍କୁ ଟାର୍ଗେଟ କରିଛି ବିଜେପି । 

ୟେସ ବ୍ୟାଙ୍କରେ ଥିବା ଟଙ୍କା ଉଠାଣ ଉପରେ ଆରବିଆଇର କଟକଣା ସତ୍ତ୍ଵେ ଆସନ୍ତା ୧୯ ରେ ଜଗନ୍ନାଥଙ୍କ ଜମା ରାଶିର କିଭଳି ପରିପୁକ୍ତ ଟଙ୍କା ଉଠାଣ ହେବ। ଏ ସଵୁକୁ ନେଇ ଅଧିକ ସନ୍ଦେହ ସୃଷ୍ଟି ହେଉଛି । ଅନେକ ଗୁରୁତ୍ୱପୂର୍ଣ୍ଣ ବିଭାଗରେ ପ୍ରସଙ୍ଗ ଉପରେ ଆଲୋଚନା ହେବା ପୂର୍ବରୁ ଗୃହକୁ ବନ୍ଦ କରିଦେଲେ ସରକାର । ଏହି ପ୍ରଶ୍ନବାଣରୁ ରକ୍ଷା ପାଇବାକୁ କରୋନା ବାହାନାରେ ବିଧାନସଭା ବନ୍ଦ ଭଳି ନିଷ୍ପତ୍ତି ନେଵାକୁ ବାଧ୍ୟ ହୋଇଛନ୍ତି ସରକାର ବୋଲି ବିଜେପି ମୁଖ୍ୟ ସଚେତକ ମୋହନ ମାଝୀ ସରକାରଙ୍କ ଉପରେ ବର୍ଷିଛନ୍ତି ।

ଲୋକଙ୍କ ଭିତରେ ଅଯଥା ଆତଙ୍କ ସୃଷ୍ଟି କରି ପଳାୟନପଂଥୀ ସାଜିଛନ୍ତି ରାଜ୍ୟ ସରକାର। ବାଚସ୍ଫତିଙ୍କୁ ହାତବାରିସି କରି ଗୃହ ଵନ୍ଦ କରି ଦେଇଛନ୍ତି। କେଉଁ ବିଭାଗରେ କେତେ ଟଙ୍କା ଘରୋଇ ବ୍ୟାଙ୍କରେ ଜମା ଅଛି,ଅର୍ଥମନ୍ତ୍ରୀ ଶ୍ୱେତପତ୍ର ଜାରି କରନ୍ତୁ ବୋଲି ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ ସରକାରଙ୍କୁ ଟାର୍ଗେଟ କରି କହିଛନ୍ତି ।

ୟେସ ବ୍ୟାଙ୍କରେ ମହାପ୍ରଭୁଙ୍କ ଶହ ଶହ କୋଟି ଟଙ୍କା ଜମା ପ୍ରସଙ୍ଗରେ ଆଲୋଚନା ହେଲେ ଯେପରି ସରକାରଙ୍କ ଅସଲ ଚରିତ୍ର ପଦାକୁ ଆସିବ ବୋଲି ଭୟରେ ନବୀନ ବିଧାନସଭାକୁ ବନ୍ଦ କରିଛନ୍ତି । ନିଜ ଦୋଷକୁ ଲୁଚାଇବାକୁ କରୋନାର ବାହାନା ଦେଖାଇଛନ୍ତି ରାଜ୍ୟ ସରକାର । ଗୃହ କମିଟି ତଦନ୍ତ ନିରପେକ୍ଷ ହେବନି ବୋଲି ଆଶଙ୍କା ପ୍ରକଟ କରିଛନ୍ତି କମିଟି ସଭ୍ୟ ପ୍ରଦୀପ୍ତ ନାଏକ। ଅଭିଜିତ ଆୟାରଙ୍କ ଭଳି ମାମଲାରେ ଯେଭଳି ବିରୋଧୀ ଦଳ ସଭ୍ୟଙ୍କୁ ଅଧ୍ୟକ୍ଷ କରାଗଲା, ସେଭଳି କରାଗଲେ ତଦନ୍ତରୁ କିଛି ସ୍ୱଛତା ଓ ନିରପେକ୍ଷତା ଆଶା କରାଯାଇପାରେ । କାଳିଆ ଟଙ୍କାର ୟେସ ବ୍ୟାଙ୍କ କେଳେଙ୍କାରୀକୁ ନେଇ ଗଠିତ କମିଟିରେ ବାଚସ୍ପତି ଅଧ୍ୟକ୍ଷ ଅଛନ୍ତି । ବାଚସ୍ପତି ସୂର୍ଯ୍ୟପାତ୍ରଙ୍କ ନିରପେକ୍ଷତାକୁ ପ୍ରଶ୍ନ ଉଠାଇଲେ ବିଜେପି ନେତା ପ୍ରଦୀପ୍ତ ନାଏକ ।

  • Tags:

Subscribe

National International State Sports Entertainment