ରାଜସ୍ଥାନ, ଜୁନ୍ ୨୭ (ଖବର ଓଡ଼ିଶା): ରାଜସ୍ଥାନରେ ମୁଖ୍ୟମନ୍ତ୍ରୀ ଅଶୋକ ଗହଲୋତଙ୍କ କଂଗ୍ରେସ ନେତା ସଚିନ ପାଇଲଟଙ୍କ ଉପରେ ବୟାନ ଦେବା ପରେ ଗହଲୋତଙ୍କ ଗୋଷ୍ଠୀ ପାଇଲଟଙ୍କୁ ଟାର୍ଗେଟ କରିଛନ୍ତି । ଗହଲୋତ ସରକାରରେ ନଗର ଉନ୍ନୟନ ମନ୍ତ୍ରୀ ଶାନ୍ତି ଧାରିୱାଲ କହିଛନ୍ତି, ଆମେ କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ ଓ ସଚିନ ପାଇଲଟ ଏକାଠି ଥିବା ଦେଖିଛୁ । ଧାରୀୱାଲ କହିଛନ୍ତି ଯେ, ଅଶୋକ ଗହଲୋତ କିଛି ଭୁଲ କହିନାହାନ୍ତି । ସେ ଠିକ କହୁଛନ୍ତି । ଉଭୟ କେନ୍ଦ୍ରମନ୍ତ୍ରୀ ଶ୍ରୀ ଶେଖାୱତ ଓ ଶ୍ରୀ ପାଇଲଟ୍ ରାଜସ୍ଥାନରେ ସରକାର ପତ୍ତନ କରିବାକୁ ଚାହୁଁଛନ୍ତି ।
ଅନ୍ୟପଟରେ କଂଗ୍ରେସ କାର୍ଯ୍ୟାଳୟରେ ଅଗ୍ନିପଥ ଯୋଜନା ବିରୋଧରେ ହୋଇଥିବା ବୈଠକରେ ଗଣମାଧ୍ୟମର ପ୍ରତିନିଧିମାନେ ଗହଲୋତଙ୍କ ପାଇଲଟ ଉପରେ ଅଭିଯୋଗ ସଂପର୍କରେ ପ୍ରଶ୍ନ ପଚାରିଥିଲେ । କିନ୍ତୁ ଦୀପେନ୍ଦ୍ର ହୁଡ୍ଡା ଏହାରି ଉପରେ କିଛି କହିବାକୁ ମନା କରିଦେଇଥିଲେ । କିନ୍ତୁ ରାଜ୍ୟ ସଭାପତି ଗୋବିନ୍ଦ ସିଂହ ଡୋଟାସରା କହିଛନ୍ତି ଯେ, କଂଗ୍ରେସର ସବୁ ନେତା ଗୋଟିଏ ଏବଂ ଏକାଠି ହୋଇ ୨୦୨୩ ନିର୍ବାଚନ ଲଢ଼ିବେ ।
ରାହୁଲ ଗାନ୍ଧୀଙ୍କ ସଚିନ ପାଇଲଟଙ୍କ ଧୈର୍ଯ୍ୟ ରଖିବା ନେଇ ପ୍ରଶଂସା କରିବା ପରେ ଗହଲୋତଙ୍କ ପାଇଲଟଙ୍କ ଉପରେ ସୀଧା ଆକ୍ରମଣ ଦ୍ୱାରା ରାଜନୀତି ସରଗରମ ହୋଇଛି । ସଚିନ ପାଇଲଟ ସୋମବାର ଟୋଙ୍କ ଗସ୍ତରେ ଯାଉଛନ୍ତି । ତେଣୁ ଆଶା କରାଯାଉଛି ଯେ, ସେ ନିଜ ଉପରେ ଲଦା ଯାଇଥିବା ଅଭିଯୋଗ ଉପରେ ଜବାବ ଦେଇପାରିନ୍ତି ।