ନିର୍ବାଚନ ସମୟରେ ଶିମଲାରେ ପିକନିକ୍ କରୁଥିଲେ ରାହୁଲ ଗାନ୍ଧୀ: ଆରଜେଡି ନେତା ଶିବାନନ୍ଦ ତିୱାରୀ
Khabar Odisha:Politics-Elections-were-in-full-swing-and-Rahul-Gandhi-was-on-picnic-in-Shimla-says-RJD-leader-Shivanand-Tiwari

ପାଟଣା, ନଭେମ୍ବର ୧୬ (ଖବର ଓଡ଼ିଶା): ବିହାର ବିଧାନସଭା ନିର୍ବାଚନରେ ମହାମେଣ୍ଟର ପରାଜୟ ପରେ ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ନେତା ଶିବାନନ୍ଦ ତିୱାରୀ ରବିବାର କଂଗ୍ରେସକୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି, ବିହାର ବିଧାନସଭା ନିର୍ବାଚନରେ ପରାଜୟ ପାଇଁ କଂଗ୍ରେସ ହିଁ ଦାୟୀ । ମହାମେଣ୍ଟକୁ କଂଗ୍ରେସ ଆଘାତ ଦେଇଛି । ସେ କହିଛନ୍ତି ଯେ, କଂଗ୍ରେସ ନିର୍ବାଚନରେ ୭୦ ଜଣ ପ୍ରାର୍ଥୀଙ୍କୁ ଓହ୍ଲାଇଥିଲା । କିନ୍ତୁ ୭୦ଟି ରାଲି ମଧ୍ୟ କରି ନଥିଲା । ନିର୍ବାଚନ ପ୍ରକ୍ରିୟା ଜାରି ଥିବା ବେଳେ ରାହୁଲ ଗାନ୍ଧୀ ଶିମଲାରେ ନିଜ ଭଉଣୀଙ୍କ ସହ ପିକନିକ କରୁଥିଲେ । କ’ଣ ଏମିତି ପାର୍ଟି ଚାଲିବ ବୋଲି ଶିବାନନ୍ଦ ପ୍ରଶ୍ନ କରିଛନ୍ତି ।

ବିହାର ନିର୍ବାଚନ ଫଳାଫଳ ଘୋଷଣାର ୫ ଦିନ ପରେ ପ୍ରଥମ ଥର ଆରଜେଡି ତରଫରୁ ପରାଜୟ ଲାଗି କଂଗ୍ରେସକୁ ଦାୟୀ କରାଯାଇଛି । ଆରଜେଡି ନେତା ଶିବାନନ୍ଦ ତିୱାରୀ କହିଛନ୍ତି, ଯେତେବେଳେ ବିହାର ନିର୍ବାଚନ ଚାଲିଥିଲା ରାହୁଲ ଗାନ୍ଧୀ ଭଉଣୀଙ୍କ ସହିତ ଶିମଲା ଯାଇଥିଲେ । ସେଠାରେ ସେ ପିକନିକ କରୁଥିଲେ । କଂଗ୍ରେସ ଯେଭଳି ଭାବରେ ନିର୍ବାଚନ ଲଢ଼ିଥିଲା, ଏଥିରେ ବିଜେପିକୁ ଲାଭ ପହଂଚାଉଥିଲା । 

ଶିବାନନ୍ଦ କହିଛନ୍ତି ଯେ, କଂଗ୍ରେସ ଅଧିକ ଆସନରେ ନିର୍ବାଚନ ଲଢ଼ିବାକୁ ପସନ୍ଦ କରିଥାଏ । କିନ୍ତୁ ସେ ଯେଭଳି ଭାବେ ନିର୍ବାଚନ ଲଢ଼ାଇ କରିଥାଏ, ଏହାର ସହଯୋଗୀ ଦଳକୁ ସେଭଳି ପରିମାଣରେ କ୍ଷତି ପହଂଚିଥାଏ । କଂଗ୍ରେସକୁ ନିଜର ଏହି ରଣନୀତି ବିଷୟରେ ଚିନ୍ତା କରିବା ଦରକାର । 

 

  • Tags:

Subscribe

National International State Sports Entertainment