ନୂଆଦିଲ୍ଲୀ, ଜାନୁଆରୀ ୦୮ (ଖବର ଓଡ଼ିଶା): ଭାରତୀୟ ଜାତୀୟ କଂଗ୍ରେସ୍ ଏପର୍ଯ୍ୟନ୍ତ ନିଜର ନୂଆ ଅଧ୍ୟକ୍ଷ ଘୋଷଣା କରିପାରି ନାହିଁ। ଅନେକ ବରିଷ୍ଠ ନେତା ଦାବି କରୁଛନ୍ତି ଯେ, ଏହି ପ୍ରକ୍ରିୟାକୁ ଶୀଘ୍ର ପୂରା ଯିବ। ଏହି କ୍ରମରେ ପାର୍ଟି ପଦକ୍ଷେପ ନେବା ଆରମ୍ଭ କରିଦେଇଛି।
କୁହାଯାଉଛି ଯେ, ଆଜି, ୯ ଓ ୧୦ ତାରିଖରେ ଆୟୋଜିତ ହେବାକୁ ଥିବା ଭର୍ଚୁଆଲ ବୈଠକରେ ସମସ୍ତ ରାଜ୍ୟ ଗୁଡ଼ିକର ସଭାପତି ଓ ସାଧାରଣ ସଂପାଦକ ମାନେ ଅଂଶଗ୍ରହଣ କରିବେ। ଦଳ ଭିତରେ ଆନ୍ତରିକ ନିର୍ବାଚନୀ ଚାପ ପଡ଼ିବା ପରେ ଏହି ବୈଠକ ଡକାରଯାଇଛି। ବିଗତ ୨ ବର୍ଷ ହେଲା କୌଣସି କାରଣରୁ ନିର୍ବାଚନ ହୋଇପାରୁ ନାହିଁ। କିନ୍ତୁ ଏବେ ଚର୍ଚ୍ଚା ହେଉଛି ଯେ, ସେପ୍ଟେମ୍ବର ୩୦ ମଧ୍ୟରେ ପାର୍ଟିକୁ ନୂଆ ଅଧ୍ୟକ୍ଷ ମିଳିଯିବ।
ଏସଂକ୍ରାନ୍ତରେ ପାର୍ଟିର କେନ୍ଦ୍ରୀୟ ନିର୍ବାଚନ କର୍ତ୍ତୃପକ୍ଷର ଚେୟାରପର୍ସନ ମଧୁସୂଦନ ମିସ୍ତ୍ରୀ କହିଛନ୍ତି, ପାର୍ଟି ନିର୍ଦ୍ଧାରିତ ସମୟରେ ନିଜର ଆନ୍ତରିକ ନିର୍ବାଚନର ପ୍ରକ୍ରିୟା ପୂରା କରିବ। ଏଥିରେ କୌଣସି ବିଳମ୍ବ ହେବାର ନାହିଁ। ରାଜଧାନୀରେ କର୍ଫ୍ୟୁ ଲାଗୁ ହୋଇଥିବାରୁ ବୈଠକ ଭର୍ଚୁଆଲ ମାଧ୍ୟମରେ ଆୟୋଜନ ହେଉଛି।