ବିଜେପି ଜାରି କଲା ନୂଆ ରାଜ୍ୟ ପ୍ରଭାରୀଙ୍କ ତାଲିକା: ଡି ପୁରନ୍ଦେଶ୍ୱରୀଙ୍କୁ ଓଡ଼ିଶା ଦାୟିତ୍ୱ
Khabar Odisha:Politics-Bharatiya-Janta-Party-releases-state-incharges-list-D-Purandeshwari-for-Odisha

ନୂଆଦିଲ୍ଲୀ, ନଭେମ୍ବର ୧୪ (ଖବର ଓଡ଼ିଶା): ଭାରତୀୟ ଜନତା ପାର୍ଟି ନିଜର ବହୁପ୍ରତୀକ୍ଷିତ ରାଜ୍ୟ ପ୍ରଭାରୀମାନଙ୍କ ତାଲିକା ଶୁକ୍ରବାର ବିଳମ୍ବିତ ରାତି ଜାରି କରିଛି । ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ରାଜ୍ୟମାନଙ୍କର ପ୍ରଭାରୀଙ୍କ ନାମ ଘୋଷଣା କରିଛନ୍ତି । ଏହି ପରୀପ୍ରେକ୍ଷିରେ ଡି ପୁରନ୍ଦେଶ୍ୱରୀଙ୍କୁ ବିଜେପି ଓଡ଼ିଶା ଓ ଛତିଶଗଡ଼ର ଦାୟିତ୍ୱ ଦେଇଛି । ବିଜୟପାଲ ସିଂହ ତୋମାରଙ୍କୁ ଓଡ଼ିଶାର ସହପ୍ରଭାରୀ ଦାୟିତ୍ୱ ମିଳିଛି । 

ସେହିଭଳି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କୁ ଦିଲ୍ଲୀ ଏବଂ ଆସାମ, ସମ୍ବିତ ପାତ୍ରଙ୍କୁ ମଣିପୁର ପ୍ରଭାରୀ ଏବଂ ବିଶେଶ୍ୱର ଟୁଡୁଙ୍କୁ ମଧ୍ୟପ୍ରଦେଶର ସହପ୍ରଭାରୀ ଦାୟିତ୍ୱ ଦେଇଛି । ପୂର୍ବରୁ ଅରୁଣ ସିଂହ ଓଡ଼ିଶାର ପ୍ରଭାରୀ ଦାୟିତ୍ୱରେ ଥିବା ବେଳେ ଛତିଶଗଡ଼ ପାଇଁ ଥିଲେ ଅନିଲ ଜୈନ । ଏବେ ଅରୁଣ ସିଂହଙ୍କୁ କର୍ଣ୍ଣାଟକ ପ୍ରଭାରୀ ଦାୟିତ୍ୱ ମିଳିଛି । 

ଜେପି ନଡ୍ଡା ମୋର୍ଚ୍ଚାର ପ୍ରଭାରୀ ତାଲିକା ମଧ୍ୟ ଘୋଷଣା କରିଛନ୍ତି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ମୋର୍ଚ୍ଚର ପଭାରୀ ହେବେ ତରୁଣ ଚୁଗ । ଅରୁଣ ସିଂହଙ୍କ ଦାୟିତ୍ୱରେ ରହିବ ଅନ୍ୟାନ୍ୟ ପଛୁଆ ବର୍ଗ ମୋର୍ଚ୍ଚା । ଭୁପେନ୍ଦ୍ର ଯାଦବଙ୍କୁ କିଷାନ ମୋର୍ଚ୍ଚା ପ୍ରଭାରୀ କରାଯାଇଥିବା ବେଳେ ଦୁଷ୍ୟନ୍ତ ଗୌତମଙ୍କୁ ମହିଳା ମୋର୍ଚ୍ଚାର ପ୍ରଭାରୀ ଦାୟିତ୍ୱ ମିଳିଛି । ଏଥି ସହିତ ବିଜେପି ନିଜର ପୂରା ଟିମ ପାଖାପାଖି ଘୋଷଣା କରିଦେଇଛି । କିନ୍ତୁ ଏବେବି କାର୍ଯ୍ୟକାରିଣୀ ଘୋଷଣା ହେବାକୁ ବାକି ଅଛି ।  

 

  • Tags:

Subscribe

National International State Sports Entertainment