ମୁମ୍ବାଇ, ଏପ୍ରିଲ ୨୩ (ଖବର ଓଡ଼ିଶା): ମହାରାଷ୍ଟ୍ର ବିଜେପି ନେତା ମୋହିତ କମ୍ବୋଜଙ୍କ ଉପରେ କଳାନଗର ଜଙ୍କଶନ ନିକଟରେ ଆକ୍ରମଣ କରାଯାଇଥିବା ନେଇ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି । ଏହି ଆକ୍ରମଣ କିଏ କରିଛି, ତାହା ସ୍ପଷ୍ଟ ଭାବେ ଜଣାପଡ଼ି ନାହିଁ । କୁହାଯାଉଛି ଯେ, ମୋହିତ କମ୍ବୋଜଙ୍କ ଉପରେ ସେହି ସମୟରେ ଆକ୍ରମଣ କରାଯାଇଛି, ଯେଉଁ ସମୟରେ ସେ ନିଜ କାର୍ ଭିତରେ ଥିଲେ । ତାଙ୍କ କାର ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ବ୍ୟକ୍ତିଗତ ବଙ୍ଗଳା ମାତୋଶ୍ରୀ ପାଖରେ ଛିଡ଼ା ହୋଇଥିଲା । ଏହି ସମୟରେ କିଛି ଲୋକ ତାଙ୍କର କାରକୁ ଆକ୍ରମଣ କରିଥିଲେ ।
ତେବେ ମୋହିତଙ୍କୁ କିଏ ଆକ୍ରମଣ କରିଛି ତାହା ଜଣାପଡ଼ି ନାହିଁ । ସୂଚନାଯୋଗ୍ୟ, ମୋହିତ ହେଉଛନ୍ତି ବିଜେପିର ଜଣେ ଭଲ ସ୍ଥାନୀୟ ସଂଗଠକ । ପୂର୍ବରୁ ସେ ମୁମ୍ବାଇ ଶାଖାର ସାଧାରଣ ସଂପାଦକ ଥିଲେ । ୨୦୧୬ରୁ ୧୯ ମଧ୍ୟରେ ସେ ଭାରତୀୟ ଜନତା ପାର୍ଟିର ମୁମ୍ବାଇ ଯୁବ ଶାଖାର ସଭାପତି ମଧ୍ୟ ଥିଲେ । ତାଙ୍କୁ ୨୦୧୯ରେ ମମ୍ବାଇ ବିଜେପିର ସାଧାରଣ ସଂପାଦକ ଭାବେ ନିଯୁକ୍ତ କରାଯାଇଥିଲା ।