ସାଧାରଣ ନିର୍ବାଚନ ପରେ ଏବେ ବିଜେପିର ଟାର୍ଗେଟ ଦିଲ୍ଲୀ ବିଧାନସଭା ନିର୍ବାଚନ
Khabar Odisha:Politics-After-thumping-lok-sabha-poll-win-BJP-sets-eyes-on-Delhi-assembly

ନୂଆଦିଲ୍ଲୀ, ମଇ ୨୬ (ଖବର ଓଡ଼ିଶା): ରାଜଧାନୀ ଦିଲ୍ଲୀ ୭ ଲୋକସଭା ଆସନ ନିଜ ଅଧିନକୁ ଆଣିବା ପରେ ଭାରତୀୟ ଜନତା ପାର୍ଟି ଆଗାମୀ ଦିନରେ ହେବାକୁ ଥିବା ଦିଲ୍ଲୀ ବିଧାନସଭା ନିର୍ବାଚନକୁ ଟାର୍ଗେଟ କରିଛି । ଦିଲ୍ଲୀ ବିଜେପି ଏଭଳି ପ୍ରଦର୍ଶନ କରିବା ପାଇଁ ଶନିବାର ଆଶା କରିଛି । ଦିଲ୍ଲୀ ବିଜେପି ମୁଖ୍ୟ ଏବଂ ଉତ୍ତର ପୂର୍ବ ଦିଲ୍ଲୀ ଲୋକସଭା ଆସନରୁ ବିଜୟୀ ହୋଇଥିବା ମନୋଜ ତିୱାରୀଙ୍କ ଆଶା ଯେ, ପାର୍ଟି ଆମ ଆଦମୀ ପାର୍ଟି (ଆପ)କୁ କ୍ଷମତାଚ୍ୟୁତ କରିପାରିବ । 

ସାତ ଆସନରୁ ବିଜେପି ପ୍ରାର୍ଥୀଙ୍କୁ ନେଇ ଆୟୋଜିତ ଯୁଗ୍ମ ସାମ୍ବାଦିକ ସମ୍ମିଳନୀରେ ତିୱାରି କହିଛନ୍ତି, ଉତ୍ତର ପୂର୍ବ ଦିଲ୍ଲୀରୁ ମୁଁ ୩,୬୭,୬୫୦ ଭୋଟ ବ୍ୟବଧାନରେ ବିଜୟୀ ହୋଇଛି । ଏହା ୨୦୧୪ ତୁଳନାରେ ବହୁତ । ମୋର ଏହି ବିଶ୍ୱାସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଠାରୁ ମିଳିଛି । ଆଗାମୀ ପରୀକ୍ଷା ଆସନ୍ତା ବର୍ଷ ଦିଲ୍ଲୀ ନିର୍ବାଚନରେ ହେବ । 

ଦିଲ୍ଲୀବାଦୀଙ୍କ ଠାରୁ ବିଜେପି ୨୨ ବର୍ଷର ଅନୁପସ୍ଥିତି ଶେଷ କରିବାକୁ ଅନୁରୋଧ କରି କହିଛନ୍ତି, ଯଦି ଆମର ବିଶ୍ୱାସ ପ୍ରାପ୍ତ ହୁଏ, ତା’ ହେଲେ ଦିଲ୍ଲୀରେ ଆମେ ଏହା ହାସଲ କରିପାରିବୁ । ଗାୟକରୁ ନେତା ମନୋଜ ତିୱାରୀ କହିଛନ୍ତି, ଲୋକସଭା ନିର୍ବାଚନରେ ମିଳିଥିବା ଜନାଦେଶ ଐତିହାସିକ କୁହାଯାଇପାରିବ । ପ୍ରଥମ ଦିନରୁ ଏହା କହି ଆସୁଛି ଯେ, ୨୦୧୪ରେ ମୋଦୀ ଆଶା ଥିଲେ ଏବଂ ୨୦୧୯ ଭରସା ଅଛନ୍ତି । ନିର୍ବାଚନରେ ପ୍ରଦର୍ଶନ ନେଇ ସେ କହିଛନ୍ତି, ଦିଲ୍ଲୀର ୩ ଥର ମୁଖ୍ୟମନ୍ତ୍ରୀ ଥିବା ଶୀଲା ଦୀକ୍ଷିତଙ୍କ ସହ ମୋର ମୁକାବିଲା ଥିଲା । ସେଥିପାଇଁ ଡର ଲାଗୁଥିଲା କିନ୍ତୁ ଲୋକେ ଜନାଦେଶ ଦେଇ ଭରସା ଦେଇଛନ୍ତି । 

କଂଗ୍ରେସକୁ ଟାର୍ଗେଟ କରି ଚାନ୍ଦନୀ ଚୌକ ଲୋକସଭା ଆସନରୁ ବିଜୟୀ ହୋଇଥିବା କେନ୍ଦ୍ରମନ୍ତ୍ରୀ ହର୍ଷବର୍ଦ୍ଧନ କହିଛନ୍ତି, ଦିଲ୍ଲୀରେ ଦେଶର ସର୍ବବୃହତ୍ତ ପାର୍ଟି ମଜବୁତ ପ୍ରାର୍ଥୀଙ୍କୁ ଓହ୍ଲାଇଥିଲା କିନ୍ତୁ ଗୋଟିଏ ଆସନ ମଧ୍ୟ ବଂଚାଇ ପାରିଲା ନାହିଁ । କ୍ଷମତାସୀନ ଆମ ଆଦମୀ ପାର୍ଟି ତୃତୀୟ ସ୍ଥାନକୁ ଖସିଯାଇଛି । ସେ କହିଛନ୍ତି ଦିଲ୍ଲୀରେ ଆପ ଏବଂ କଂଗ୍ରେସ ନିରାଶ ହୋଇଛି । ଏବେ କଂଗ୍ରେସ ନିଜର ପରିଚୟ ହରାଇ ସାରିଛି ବୋଲି ହର୍ଷବର୍ଦ୍ଧନ କହିଛନ୍ତି । 

 

 

  • Tags:

Subscribe

National International State Sports Entertainment