ଚେନ୍ନାଇ, ଫେବୃଆରୀ ୦୯ (ଖବର ଓଡ଼ିଶା): ତାମିଲନାଡୁରେ ଶଶିକଳାଙ୍କ ପ୍ରତ୍ୟାବର୍ତ୍ତନ ପରେ ରାଜନୀତିର ପାରାରେ ଉଷ୍ନତା ଦେଖାଯାଇଛି । ଏଆଇଡିଏମକେରେ ଆଭ୍ୟନ୍ତରୀଣ କଳହ ଆହୁରି ବଢ଼ିଛି । କୁହାଯାଉଛି ଯେ, ଏଆଇଡିଏମକେ ତିରୁଭଲ୍ଲୁର ଜିଲ୍ଲାର ପାର୍ଟି ଉପସଚିବ ଦକ୍ଷିଣାଭୂର୍ତ୍ତି ସମେତ ୭ ଜଣ ନେତାଙ୍କୁ ପାର୍ଟିରୁ ବାହାର କରିବାକୁ ରାସ୍ତା ବାହାର କରିଛି । ଏହି ନେତାମାନଙ୍କ ଉପରେ ଦଳ ବିରୋଧୀ ଗତିବିଧିରେ ସାମିଲ ହେବା ଅଭିଯୋଗ ରହିଛି ।
ଶଶିକଳା ତାମିଲନାଡୁ ସୀମାରେ ପହଂଚିବା ପରେ ଗାଡ଼ି ବଦଳାଇ ଦେଇଥିଲେ । ଯେଉଁ ଗାଡ଼ିରେ ଶଶିକଳା ଯାତ୍ରୀ ଥିଲେ, ଏଥିରେ ଏଆଇଡିଏମକେର ପତାକା ଲାଗିଥିଲା । ଏହି ଗାଡ଼ି ଏଆଇଡିଏମକେ ନେତା ଏସ.ଆର ସମ୍ମଂଗୀଙ୍କ ବୋଲି କୁହାଯାଉଛି । ପାର୍ଟି ଏସ୍.ଆର ସମ୍ମଂଗୀଙ୍କୁ ନିଲମ୍ବନ କରିଛି ।
ଶଶିକଳା ଜେଲରୁ ବାହାରିବା ପରେ ତାମିଲନାଡୁର ରାଜନୈତିକ ପାରା ଚଢ଼ିଛି । ଏହା ପୂର୍ବରୁ ଶଶିକଳା ଚେନ୍ନାଇରେ ଗଣମାଧ୍ୟମର ପ୍ରତିନିଧିଙ୍କୁ କହିଥିଲେ ଯେ ଖୁବ ଶୀଘ୍ର ସେ ସକ୍ରିୟ ରାଜନୀତିରେ ପୁଣି ଆସିବେ । ସୂଚନାଯୋଗ୍ୟ, ଆୟ ବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗରେ ଶଶିକଳାଙ୍କୁ ୪ ବର୍ଷ ଜେଲରେ ଦିନ କାଟିବାକୁ ପଡ଼ିଥିଲା ।