ଭୁବନେଶ୍ୱର: ଗୃହରେ ଉଠିଲା ଓଡ଼ିଆ ଅସ୍ମିତା ଝଡ । ମୁହାଁମୁହିଁ ହେଲେ ଶାସକ ବିରୋଧୀ । ଓଡ଼ିଆ ଅସ୍ମିତାକୁ ନେଇ ବିରୋଧୀ ଦଳର ବିଧାୟକ ଅରୁଣ ସାହୁ ଏବଂ କ୍ରୀଡ଼ା ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ମଧ୍ୟରେ ହେଲା କଥା କଟାକଟି । ବିଜେଡି ବିଧାୟକ ଅରୁଣ ସାହୁଙ୍କୁ ଅସ୍ମିତାର ଅର୍ଥ ବୁଝାଇଲେ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ।
ଅଧିକ ପଢନ୍ତୁ: ମୋବାଇଲରେ ରିଲ୍ସ କରିବା ହେଲା କାଳ; ବ୍ରିଜ ଉପରେ ରିଲ୍ସ କରୁଥିବା ବେଳେ ନଦୀକୁ ଖସିଗଲେ ଯୁବତୀ
ବିଧାନସଭାରେ ବିଧାୟକ ଅରୁଣ ସାହୁ ଲିଖିତ ପ୍ରଶ୍ନ କରି ଓଡ଼ିଆ ଅସ୍ମିତାର ଅର୍ଥର ମାନେ କଣ ବୋଲି ପଚାରିଥିଲେ । ଯାହାର ଉତ୍ତରରେ ଓଡ଼ିଆ ଅଭିଧାନରେ ଦିଆଯାଇଥିବା ଅର୍ଥକୁ ଉଲ୍ଲେଖ କରି, ଅସ୍ମିତା ଶବ୍ଦର ବ୍ୟାଖା କରିଛନ୍ତି ମନ୍ତ୍ରୀ ସୂର୍ଯ୍ୟବଂଶୀ ।
ଓଡ଼ିଆ ଅସ୍ମିତାର ଅର୍ଥ ମୁଁ ପଣ ଏବଂ ଅହଂଜ୍ଞାନ, ଏପରିକି ମୁଁ ଭାବ, ମୁଁ ଅଛି ଏବଂ ଆତ୍ମ ପରିଚିତି ବୋଲି କହି ପୂର୍ବ ସରକାରର ଗୋହି ଖୋଳିଛନ୍ତି ସୂର୍ଯ୍ୟବଂଶୀ । ଅରୁଣ ସାହୁ ନିଜେ ମାନିଛନ୍ତି ଯେ ଅହଂଭାବ ଯୋଗୁ ବିଜେଡି ଯାଇଛି । ତେବେ ଆମେ ଓଡ଼ିଆ ଅସ୍ମିତାକୁ ମୁଦ୍ଦା କହି ତାକୁ ସଙ୍କୁଚିତ କରିପାରିବା ନାହିଁ । ଓଡ଼ିଆ ଅସ୍ମିତା ଗୋଟିଏ ରାଜନୈତିକ ମୁଦ୍ଦା ନୁହେଁ । ଏହା ପ୍ରତ୍ୟେକଟି ଓଡ଼ିଆଙ୍କ ଭାବାବେଗ ସହିତ ଜଡିତ ବୋଲି କହିଛନ୍ତି ସଂସ୍କୃତି ମନ୍ତ୍ରୀ ସୂରଜ ସୂର୍ଯ୍ୟବଂଶୀ ।