ଆରପାରିରେ ବିଜେପି ନେତା ବିଷ୍ଣୁ ସେଠୀ, ମୃତ୍ୟୁ ବେଳକୁ ହୋଇଥିଲା ୬୧ ବର୍ଷ ଭୁବନେଶ୍ୱର,ସେପ୍ଟେମ୍ବର ୧୯(ଖବର ଓଡିଶା): Share story: ଧାମନଗର ବିଧାୟକ ତଥା ବିଜେପି ନେତା ବିଷ୍ଣୁ ସେଠୀଙ୍କ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୧ ବର୍ଷ ବୟସ ହୋଇଥିଲା। ଭୁବନେଶ୍ୱର ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ବିଷ୍ଣୁ ସେଠୀଙ୍କ ପରଲୋକ ହୋଇଛି। ବିଷ୍ଣୁ ସେଠୀଙ୍କ ପରଲୋକ ନେଇ ଏମ୍ସ ଆଡିସନାଲ ସୁପରିଟେଣ୍ଡେଣ୍ଟ ସୂଚନା ଦେଇଛନ୍ତି। ଏକ ମାସ ହେଲା ବିଷ୍ଣୁ କିଡନୀ ରୋଗରେ ପୀଡ଼ିତ ହୋଇ ICUରେ ଚିକିତ୍ସିତ ଥିଲେ। ତାଙ୍କ ମୃତ୍ୟୁରେ ଶୋକର ଛାୟା ଖେଳିଯାଇଛି। ରାଜ୍ୟ ବିଜେପିର ଜଣେ ଟାଣୁଆ ନେତା ଭାବେ ସେ ପରିଚିତ ଥିଲେ। ତାଙ୍କର ମୃତ୍ୟୁରେ ରାଜନେତାମାନେ ଶୋକ ପ୍ରକାଶ କରିଛନ୍ତି। ଅସମୟରେ ତାଙ୍କର ମୃତ୍ୟୁ ସମସ୍ତଙ୍କୁ ମର୍ମାହତ କରିଛି। ଖବର ଓଡ଼ିଶା, Reporter, 18/09/2022