ଚେନ୍ନାଇ:ଜେପି ନଡ୍ଡାଙ୍କ ଉପସ୍ଥିତିରେ ବିଜେପିରେ ସାମିଲ ହେଲେ ତାମିଲ ଅଭିନେତା ରାଧା ରବି
Khabar Odisha:National-politics-Tamil-Film-And-Television-Actor-Radha-Ravi-Joins-BJP
ଚେନ୍ନାଇ, ନଭେମ୍ବର ୩୦ (ଖବର ଓଡ଼ିଶା):

ପ୍ରସିଦ୍ଧ ତାମିଲ ଅଭିନେତା ରାଧା ରବି ବିଜେପିରେ ସାମିଲ ହୋଇଛନ୍ତି । ତାଙ୍କୁ ବିଜେପିର କାର୍ଯ୍ୟକାରୀ ଅଧ୍ୟକ୍ଷ ଜେପି ନଡ୍ଡା ଦଳର ସଦସ୍ୟତା ଦେଇଛନ୍ତି । ଏହା ପୂର୍ବରୁ ସେ ଦ୍ରାବିଡ ମୁନେନ୍ନ କଡଗମ (ଡିଏମକେ)ର ଦଳର ସଦସ୍ୟ ଥିଲେ ।

ଉଲ୍ଲେଖଯୋଗ୍ୟ ଯେ ମାର୍ଚ୍ଚରେ ଡିଏମକେ ରାଧା ରବିଙ୍କୁ ଅଭିନେତ୍ରୀ ନୟନତାରାଙ୍କ ବିରୋଧରେ ଅଭଦ୍ର ଟିପ୍ପଣୀ କରିବା ଅଭିଯୋଗରେ ପାର୍ଟି ନିଲମ୍ୱିତ କରିଥିଲା । ଡିଏମକେ ତରଫରୁ କୁହାଯାଇଥିଲା ଯେ ରବି ଏହି ପରି କାମ କରୁଛନ୍ତି ଯାହା ସହ ପାର୍ଟିରେ ବିରୋଧ ଥିଲା । ସେ ଦଳର ଅନୁଶାସନକୁ ବିରୋଧ କରିଥିଲେ ଯେଉଁଥି ପାଇଁ ତାଙ୍କୁ ଅସ୍ଥାୟୀ ଭାବେ ପାର୍ଟିରୁ ନିଲମ୍ୱିତ କରାଯାଇଥିଲା । 

ଏହାଛଡା ସେ ଐଶ୍ୱର୍ଯ୍ୟା ରାୟଙ୍କୁ ନେଇ ମଧ୍ୟ ଆପତ୍ତି ଜନକ ଟିପ୍ପଣୀ କରିଥିଲେ । ଯାହା ପରେ ଅନେକ ଅଭିନେତ୍ରୀ ତାଙ୍କ ବୟାନକୁ ନେଇ ସମାଲୋଚନା କରିଥିଲେ ।   

Subscribe

National International State Sports Entertainment