“ଆପଣ ମୋଦୀ ଜୀଙ୍କୁ ୩୦୦ରୁ ଅଧିକ ଆସନ ଦେଲେ, ସେ ୩୭୦କୁ ଓପାଡି ଫିଙ୍ଗିଲେ”-ଅମିତ ଶାହା
Khabar Odisha:National-politics-Maharashtra-Assembly-Election-2019-Amit-Shah-Rally
ନୂଆଦିଲ୍ଲୀ,ଅକ୍ଟୋବର ୧୩ (ଖବର ଓଡ଼ିଶା):

ମହାରାଷ୍ଟ୍ରର କୋହ୍ଲାପୁରରେ ନିର୍ବାଚନୀ ରାଲିକୁ ସମ୍ୱୋଧିତ କରି ବିଜେପି ରାଷ୍ଟ୍ରୀୟ ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା କହିଛନ୍ତି ଆପଣଙ୍କ ପାଖରେ ଦୁଇଟି ବିକଳ୍ପ ଥିଲା କିନ୍ତୁ ଆପଣ ମଜବୁଦମାନେ ସରକାର ବାଛିଲେ । ଶାହା ନିଜର ସମ୍ୱୋନ୍ଧନରେ କହିଛନ୍ତି ଯେ କାଶ୍ମୀରରୁ ଧାରା 370 ଉଚ୍ଛେଦ ହେବା ପରେ ଦେଶର ପ୍ରଥମ ନିର୍ବାଚନ ଦେବାକୁ ଯାଉଛି । ମହାରାଷ୍ଟ୍ରର ଜନତାଙ୍କ ପାଖରେ ଦୁଇଟି ବିକଳ୍ପ ରହିଛି । ଗୋଟିଏ ପଟେ ମୋଦୀ ଜୀ, ଦେବେନ୍ଦ୍ର ଫଡଣଭିସ ଏବଂ ଉଦ୍ଧବ ଠାକରେଙ୍କ ନେତୃତ୍ୱରେ ବିଜେପି ଏବଂ ଶିବସେନା ଛିଆ ହୋଇଛି, ଅନ୍ୟପଟେ ରାହୁଲ ବାବା ଏବଂ ଶରଦ ପାୱା ଜୀ ଅଛନ୍ତି । ଏହି ଦୁଇଟି ବିକଳ୍ପ ମଧ୍ୟରୁ କାହାକୁ ବାଝିବେ ମହାରାଷ୍ଟ୍ର ଜନତା ନିର୍ଣ୍ଣୟ ନେବେ । 

ନିଜ ଉଦବୋଧନରେ ଶାହା କହିଛନ୍ତି ଯେ ଦେଶ ଏବଂ ମହାରାଷ୍ଟ୍ରର ଜନତା ମୋଦୀ ଜୀଙ୍କୁ 300ରୁ ଅଧିକ ଆସନ ଦେଇଥିଲେ ଏବଂ ମୋଦୀ ଜୀ ସଂସଦର ପ୍ରଥମ ଅଧିବେଶନରେ 70 ବର୍ଷରୁ ଦେଶର ଜନତାଙ୍କ ଛାତିରେ କାଶ୍ମୀର ଧାରା 370କୁ ନେଇ ଯେଉଁ ଦୁଃଖ ଥିଲା ତାକୁ ଅଗଷ୍ଟ 5 ତାରିଖରେ ଓପାଡି ଫିଙ୍ଗିଥିଲେ ।

ମହାରାଷ୍ଟ୍ରରେ ଫଡଣଭିସ ସରକାରଙ୍କ ଉପଲବ୍ଧି ବଖାଣି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଶାହା କହିଛନ୍ତି ମହାରାଷ୍ଟ୍ରରେ ମୁଦ୍ରା ଯୋଜନା ମଧ୍ୟମରେ ଚାରି ଲକ୍ଷରୁ ଅଧିକ ଲୋକଙ୍କୁ ପ୍ରାୟ 52 ହଜାର କୋଟି ଟଙ୍କା ଲୋନ ଦିଆଯାଇଛି । ଜନଧନ ଯୋଜନା ମାଧ୍ୟମରେ ଗରିବଙ୍କ ବ୍ୟାଙ୍କ ଖାତା ଖୋଲାଯାଇଛି । ବିଜେପି ସରକାର 15 ଲକ୍ଷ ଗରିବଙ୍କ ଘରେ ବିଜୁଳ ଉପଲବ୍ଧ କରାଇଛି ଏବଂ ଉଜ୍ଜଳା ଯୋଜନାରେ  40 ଲକ୍ଷରୁ ଅଧିକ ଗରିବ ମହିଳାଙ୍କୁ ଗ୍ୟାସ ସିଲିଣ୍ଡର ଯୋଗାଯାଇଛି । ଏହାସହ ପୁଣି ଥରେ ଦେବେନ୍ଦ୍ର ଫଡଣଭିସଙ୍କ ନେତୃତ୍ୱରେ ବିଜେପି-ଶିବସେନାର ମେଣ୍ଟ ସରକାର ଗଢିବା ପାଇଁ ଅପିଲ କରିଛନ୍ତି । 

Subscribe

National International State Sports Entertainment