I Love You କହି ଦିଲ୍ଲୀବାସୀଙ୍କୁ ଧନ୍ୟବାଦ ଜଣାଇଲେ କେଜରିୱାଲ, ମଞ୍ଚରେ ଦେଖା ଦେଲେନି ସିସୋଦିଆ
Khabar Odisha:National-news-delhi-election-result-2020-cm-arvind-kejriwal-speech-after-winning
ନୂଆଦିଲ୍ଲୀ, ଫେବୃଆରୀ ୧୧ (ଖବର ଓଡ଼ିଶା) :

ଆମ ଆଦମୀ ପାର୍ଟି ତୃତୀୟ ଥର ପାଇଁ ଦିଲ୍ଲୀରେ ସରକାର ଗଢ଼ିବାକୁ ଯାଉଛି । ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ପ୍ରଚଣ୍ଡ ବିଜୟ ପରେ ସମର୍ଥକଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏହାକୁ ଦେଶ ଏବଂ ଦିଲ୍ଲୀବାସୀଙ୍କ ବିଜୟ ବୋଲି ସେ କହିଛନ୍ତି । ଅରବିନ୍ଦ କେଜରିୱାଲ କହିଛନ୍ତି ଏବେ ସେହି ଦଳକୁ ଲୋକେ ଜିତାଇବେ ଯିଏ ଜନତାଙ୍କ ପାଇଁ କାମ କରିବ । ଯିଏ 24 ଘଣ୍ଟା ଭଲ ବିଜୁଳି , ସ୍ୱାସ୍ଥ୍ୟ ସେବା ଯୋଗାଇବ । କେଜରିୱାଲ ହନୁମାନ ଜୀଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି । ଉଲ୍ଲେଖଯୋଗ୍ୟ ଦିଲ୍ଲୀ ବିଧାନସଭା ନିର୍ବାଚନରେ ଭଗବାନ ହନୁମାନଙ୍କ ପ୍ରସଙ୍ଗ ଖୁବ ଉଠିଥିଲା । ଦିଲ୍ଲୀ ବିଜେପି ଅଧ୍ୟକ୍ଷ ମନୋଜ ତିୱାରୀ ମୁଖ୍ୟମନ୍ତ୍ରୀ କେଜରିୱାଲଙ୍କ ଉପରେ ହନୁମାନ ଜୀଙ୍କ ଅପମାନ କରିଥିବା ଅଭିଯୋଗ କରିଥିଲେ । 

ଅରବିନ୍ଦ କେଜରିୱାଲ କହିଛନ୍ତି, ମୁଁ ଦିଲ୍ଲୀର ଜନତାଙ୍କୁ ହୃଦୟର ସହ ଧନ୍ୟବାଦ ଜଣାଉଛି ଯେଉଁମାନେ ମୋ ଉପରେ ବିଶ୍ୱାସ କରି ଭୋଟ ଦେଇଛନ୍ତି । ଏହା କେବଳ ଆପର ବିଜୟ ନୁହେଁ, ଏହା ସମସ୍ତ ଦିଲ୍ଲୀବାସୀଙ୍କ ବିଜୟ ଅଟେ । ଏହା ଦିଲ୍ଲୀର ସେହି ପ୍ରତିଟି ପରିବାରର ବିଜୟ ଯେଉଁମାନେ ମୋତେ ନିଜର ପୁଅ ଭାବିଥିଲେ । ଯେଉଁମାନେ ମୋତେ ନିଜର ପୁଅ ଭାବି ପ୍ରଚଣ୍ଡ ସମର୍ଥନ ଦେଇଛନ୍ତି । 

ଅରବିନ୍ଦ କେଜରିୱାଲ କହିଛନ୍ତି, ଏହା ସେହି ସବୁ ପରିବାରର ବିଜୟ ଯେଉଁମାନଙ୍କୁ 24 ଘଣ୍ଟା ବିଜୁଳି ମିଳିବାରେ ଲାଗିଛି । ଏହା ସେହି ସବୁ ପରିବାରର ବିଜୟ ଯାହାଙ୍କୁ ଭଲ ସ୍ୱାସ୍ଥ୍ୟ ସେବା ମିଳିବାରେ ଲାଗିଛି । ଏହା ସେହି ସବୁ ପରିବାରର ବିଜୟ ଯେଉଁମାନଙ୍କୁ ଭଲ ଶିକ୍ଷା ମିଳିବାରେ ଲାଗିଛି । ଦିଲ୍ଲୀର ଲୋକମାନେ ଆଜି ଦେଶରେ ଏକ ନୂଆ ପ୍ରକାର ରାଜନୀତିକୁ ଜନ୍ମ ଦେଇଛନ୍ତି । ଯାହାର ନାଁ ହେଉଛି କାମର ରାଜନୀତି । 

Subscribe

National International State Sports Entertainment