ଦିଲ୍ଲୀ ବିଧାନସଭାରେ ବିଜେପିକୁ ସମର୍ଥନ କରିବା ନେଇ ଅକାଳୀ ଦଳର ଘୋଷଣା
Khabar Odisha:National-news-Sad-Decides-To-Support-Bjp-In-Delhi-Elections
ନୂଆଦିଲ୍ଲୀ,ଜାନୁଆରୀ ୨୯ (ଖବର ଓଡ଼ିଶା):

ନାଗରିକତା ସଂଶୋଧନ ଆଇନ ପ୍ରସଙ୍ଗରେ ଦିଲ୍ଲୀରେ ନିର୍ବାଚନ ନ ଲଢ଼ିବାର ନିଷ୍ପତ୍ତି ନେଇଥିବା ଶିରୋମଣି ଅକାଳୀ ଦଳ ନିଜ କଥାରୁ ଓହରି ବିଜେପିକୁ ସମର୍ଥନ ଦେବା ନେଇ ଘୋଷଣା କରିଛି । ଏହି ଘୋଷଣା ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ଏବଂ ଅକାଳୀ ନେତା ସୁଖବୀର ସିଂହ ବଦାଳଙ୍କ ସାକ୍ଷାତକାର ପରେ ହୋଇଛି । ଅକାଳୀ ଦଳ ତରଫରୁ କୁହାଯାଇଛି ଯେ ତାଙ୍କ ମେଣ୍ଟ କେବେ ବି ଭାଙ୍ଗି ନାହିଁ ଏବଂ କିଛି ଭୁଲ ବୁଝାମଣ ଥିଲା ଯାହା ଏବେ ଦୂର ହୋଇଛି । 

ଅକାଳୀ ମୁଖ୍ୟ ସୁଖବୀର ମିଡିଆକୁ ସମ୍ୱୋଧନ କରି କହିଛନ୍ତି, ଅକାଳୀ-ବିଜେପି ମେଣ୍ଟ କେବଳ ରାଜନୈତିକ ମେଣ୍ଟ ନୁହେଁ । ଏହା ଭାବନା ସହ ଜଡ଼ିତ ଏବଂ ପଞ୍ଜାବ ତଥା ଦେଶର ଜନତାଙ୍କ ଶାନ୍ତି, ଭବିଷ୍ୟର ହିତ ପାଇଁ । ପୂର୍ବେ କିଛି ଭୁଲ ବୁଝାମଣା ଥିଲା ଯାହା ଏବେ ଦୂର ହୋଇ ଯାଇଛି । 

ସେ ଆହୁରି କହିଛନ୍ତି, ଆମେ କେବେ ମେଣ୍ଟ ଭାଙ୍ଗିନଥିଲୁ । ଆମେ କେବଳ ନିର୍ବାଚନ ଅଲଗା ଲଢ଼ିବାକୁ ନିଷ୍ପତ୍ତି ନେଇଥିଲୁ । ଆମେ ଆରମ୍ଭରୁ ନାଗରିକତା ଆଇନର ସମର୍ଥନ କରୁଛୁ । ଆମେ ରାଜନଥ ସିଂହ ଏବଂ ଅମିତ ଶାହଙ୍କୁ ଭେଟି ପାକିସ୍ତାନ ଏବଂ ଆଫଗାନିସ୍ତାରେ ନିର୍ଯାତନା ସହୁଥିବା ଶିଖ୍‌ମାନଙ୍କୁ ନାଗରିକତା ଦେବା ପାଇଁ ଦାବି କରିଥିଲୁ । 

ସେପଟେ, ବିଜେପି ଅଧ୍ୟକ୍ଷ ନଡ୍ଡା କହିଛନ୍ତି, ଦେଶର ଆବଶ୍ୟକତା ଉପରେ ଅକାଳୀ ଦଳ ସବୁବେଳେ ଆଗକୁ ଆସିଛି ଏବଂ ବିଜେପି ସହ ମେଣ୍ଟରେ ସାମିଲ ହୋଇଥାଏ । ମୁଁ ଅକାଳୀ ଦଳକୁ କୃତଜ୍ଞତା ଜଣାଉଛି ଯିଏ ଦିଲ୍ଲୀ ବିଧାନସଭାରେ ବିଜେପିକୁ ସମର୍ଥନ କରିବାକୁ ନିଷ୍ପତ୍ତି ନେଇଛି । 

ଉଲ୍ଲେଖଯୋଗ୍ୟ ଯେ ଜାନୁୟାରୀ 20ରେ ଅକାଳୀ ଦଳ କହିଥିଲା ଯେ ସିଏଏ ପ୍ରସଙ୍ଗରେ ସହଯୋଗୀ ବିଜେପି ଦ୍ୱାରା ତାଙ୍କ ଆଭିମୁଖ୍ୟ ବଦଳାଇବାକୁ କାହାଯିବା ପରେ ସେ ଆସନ୍ତା ମାସରେ ହେବାକୁ ଥିବା ଦିଲ୍ଲୀ ବିଧାନସଭା ନିର୍ବାଚନକୁ ଓହ୍ଲାଇବନି । 

Subscribe

National International State Sports Entertainment