ପ୍ରଶାନ୍ତ କିଶୋର ଏବଂ ପୱନ ବର୍ମାଙ୍କୁ ଦଳରୁ ବହିଷ୍କାର କଲା ଜେଡିୟୁ
Khabar Odisha:National-news-Prashant-Kishor-And-Pawan-Verma-Expelled-From-Jdu
ନୂଆଦିଲ୍ଲୀ,ଜାନୁଆରୀ ୨୯ (ଖବର ଓଡ଼ିଶା):

ଯାହା ଆଶଙ୍କା କରାଯାଉଥିଲା ତାହା ହିଁ ହେଲା । ଜେଡିୟୁ ଦଳ ନେତା ତଥା ବିହାର ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ମୋର୍ଚ୍ଚା ଖୋଲିଥିବା ପୱନ ବର୍ମା ଏବଂ ନିର୍ବାଚନ ରଣନୀତିକାର ପ୍ରଶାନ୍ତ କିଶୋରଙ୍କୁ ପାର୍ଟିରୁ ବାହାର ରାସ୍ତା ଦେଖାଯାଇଛି । ଅନୁଶାସନହୀନତାକୁ ଦର୍ଶାଇ ଦୁହିଁଙ୍କ ଉପରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ପୂର୍ବତନ ରାଜ୍ୟସଭା ସାଂସଦ ପୱନ ବର୍ମା ଦିଲ୍ଲୀରେ ବିଜେପି ସହ ଦଳର ମେଣ୍ଟକୁ ବିରୋଧ କରି ଖୋଲା ଚିଠି ଲେଖିଥିଲେ ଏବଂ ନୀତୀଶ କୁମାରଙ୍କ ଉପରେ ଅନେକ ଗମ୍ଭୀର ଅଭିଯୋଗ ଲଗାଇଥିଲେ । ପ୍ରଶାନ୍ତ କିଶୋର ମଧ୍ୟ ସଂଶୋଧିତ ନାଗରିକତା ଆଇନକୁ ବିରୋଧ କରି ଲଗାତାର ପାର୍ଟି ଲାଇନ ବାହାରେ ପ୍ରତିକ୍ରିୟା ରଖୁଥିଲେ । ନୀତୀଶ ସ୍ପଷ୍ଟ କରିଥିଲେ ଯେ ଯଦି ସେ ଯିବାକୁ ଚାହୁଁଛନ୍ତି ତେବେ ଯାଇପାରିବେ । ପାର୍ଟିରେ ରହିବାରେ ଅଛି ଯଦି ପାର୍ଟିର ନିୟମ ମାନିବାକୁ ପଡ଼ିବ । ନୀତୀଶଙ୍କ ଗତକାଲିର ମନ୍ତବ୍ୟ ପରେ ଏକ ପ୍ରକାର ସ୍ପଷ୍ଟ ହୋଇଯାଇଥିଲା ଯେ ଦଳରୁ ଉଭୟଙ୍କ ବିଦାୟ ପକ୍କା ହୋଇସାରିଛି । 

ଜେଡିୟୁର ପ୍ରଧାନ ମହାସିଚବ ଏବଂ ରାଷ୍ଟ୍ରୀୟ ପ୍ରବକ୍ତା କେସି ତ୍ୟାଗୀ ବୟାନରେ କହିଛନ୍ତି  ପାର୍ଟିର ଅନୁଶାସନ, ପାର୍ଟିର ନିର୍ଣ୍ଣୟ ଏହଂ ପାର୍ଟିର ନେତୃତ୍ୱ ପ୍ରତି ସର୍ମପ୍ରଣ ଭାବ ହିଁ ଦଳର ମୂଳମନ୍ତ୍ର । ସେ କହିଛନ୍ତି ଗତ କିଛି ମାସରୁ ଦଳ ଭିତରେ ପଦରେ ରହି ପ୍ରଶାନ୍ତ କିଶୋର ଅନେକ ବିବାଦସ୍ପଦ ବୟାନ ଦେଇଥିଲେ ଯାହା ଦଳର ନିର୍ଣ୍ଣୟ ବିରୋଧରେ ରହିଥିଲା । ତ୍ୟାଗୀ କହିଛନ୍ତି ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ସମ୍ପର୍କରେ କିଶୋର ଅନେକ ଅପମାନଜନକ ଶବ୍ଦ ବ୍ୟବହାର କରିଥିଲେ । କିଶୋର ଅଧିକ ତଳକୁ ନ ଖସନ୍ତୁ, ଏଥିପାଇଁ ଆବଶ୍ୟକ ଯେ ସେ ପାର୍ଟିରୁ ମୁକ୍ତ ହୁଅନ୍ତୁ । 

ଜେଡିୟୁ ପ୍ରବକ୍ତ କହିଛନ୍ତି ପୱନ ବର୍ମା ଦଳକୁ ଆସିଥିଲେ ଏବଂ ତାଙ୍କୁ ଯେତିକି ସମ୍ମାନ ମିଳିବା କଥା ତାହାଠାରୁ ଅଧିକ ସମ୍ମାନ ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତୀଶ କୁମାର ଦେଇଛନ୍ତି । ତାଙ୍କୁ ଦିଆଯାଇଥିବା ସମ୍ମାନକୁ ସେ ଗୋଟାଇ ଏବଂ ପାର୍ଟି ପ୍ରତି ସମର୍ପିତ ରହିବା ପରିବର୍ତ୍ତେ ଏହାକୁ ସେ ଦଳର ଦୁର୍ବଳତା ଭାବିଥିଲେ । ଦଳର ଅଧ୍ୟକ୍ଷଙ୍କୁ ଚିଠି ଲେଖି ଏହାକୁ ସାର୍ବଜାନୀନ କରିବା, ସେଥିରେ ବ୍ୟକ୍ତିଗତ କଥା ଉଲ୍ଲେଖ କରିବା ଏବଂ ତାକୁ ସାର୍ବଜାନୀନ କରିବା ଏହା ଦର୍ଶାଉଛି ଯେ ଦଳର ଅନୁଶାସନ ତାଙଅକୁ ସ୍ୱୀକାର ନୁହେଁ । ତ୍ୟାଗୀ ଆଗକୁ ଲେଖିଛନ୍ତି ଯେ ଜେଡିୟୁ ପ୍ରଶାନ୍ତ କିଶୋର ଏବଂ ପୱାନ ବର୍ମାଙ୍କୁ ତତ୍କାଳ ପ୍ରଭାବରୁ ପ୍ରାଥମିକ ସଦସ୍ୟତା ସହ ଅନ୍ୟ ସମସ୍ତ ଦାୟିତ୍ୱରୁ ମୁକ୍ତ କରୁଛି । 

Subscribe

National International State Sports Entertainment