“ବାଣ୍ଟ ଏବଂ ରାଜ କର”ର ରାଜନୀତି ଅତୀତ, ଟ୍ରେଲର ପରେ ଫିଲ୍ମ ଦେଖାଇବେ ଜନତା : ପିଏମ ମୋଦୀ
Khabar Odisha:National-news-Politics-Of-Divide--Rule-Is-Past-Now-Public-Shown-The-Trailer-In-2014-And-Now-Will-Show-Full-Picture-Says-Modi
ନୂଆଦିଲ୍ଲୀ,ଅକ୍ଟୋବର ୧୩ (ଖବର ଓଡ଼ିଶା):

ମହାରାଷ୍ଟ୍ରର ଭଣ୍ଡାରା ଜିଲ୍ଲାର ସକୋଲାରେ ନିର୍ବାଚନୀ ସଭାକୁ ସମ୍ୱୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ବାଣ୍ଟି କି ରାଜ କରିବାର ରାଜନୀତି ଏବେ ଅତିତର ଅଂଶ ହୋଇଛି । ଜନସାଧାରଣ 2014ର ଏହାର ଟ୍ରେଲର ଦେଖାଇଥିଲେ ଏବଂ ଚଳିତଥର ଫିଲ୍ମ ଦେଖାଇବେ । ଯିଏ କାମ କରିବ ତାକୁ ହିଁ ଆପଣଙ୍କ ବିଶ୍ୱାସ ମିଳିବ, ଏହା ଏବେ ସିଦ୍ଧ ହୋଇଯାଇଛି । 

ମହାରାଷ୍ଟ୍ରରେ ରବିବାର ଦିନ ବିଭିନ୍ନ ନିର୍ବାଚନୀ ସଭାକୁ ସମ୍ୱୋଧିତ କରୁଥିବା ପିଏମ ମୋଦୀଙ୍କ ଭଣ୍ଡାରରେ ଦ୍ୱିତୀୟ ରାଲି ହୋଇଛି । ନିଜ ଉଦବୋଧନରେ ପିଏମ ମୋଦୀ କହିଛନ୍ତି, ଆଜି ଆମର ପ୍ରତିଟି ନୀତି, ପ୍ରତି ରଣନୀତି-ଜନକଲ୍ୟାଣରୁ ରାଷ୍ଟ୍ରକଲ୍ୟାଣ ସହ ଜଡିତ, ଜନ ଅଭିଯାନରୁ ରାଷ୍ଟ୍ରନିର୍ମାଣ ସହ ଜଡିତ । ସେ ଗରିବ ଘରର ଶୌଚାଳୟର ନିର୍ମାଣ ହେଉ, ପ୍ରତି ଘରକୁ ବିଜୁଳି ସଂଯୋଗ କରିବା, ଗରିବଙ୍କୁ ମାଗଣାରେ ଚିକିତ୍ସା ସେବା ଯୋଗାଇବା ହେଉ, ଏହି ସବୁ ଯୋଜନାର କେନ୍ଦ୍ରରେ ଗରିବ ଏବଂ ସାଧାରଣ ଜନତା ରହିଛନ୍ତି । 

ଏହା ପୂର୍ବରୁ ଜଳଗାଓଁରେ ନିର୍ବାଚନୀ ସଭାକୁ ସମ୍ୱୋଧିତ କରି ଅନୁଚ୍ଛେଦ 370, 35ଏ ଏବଂ ତିନି ତଲାକ ପରି ପ୍ରସଙ୍ଗ ଉପରେ ବିରୋଧୀଙ୍କୁ ଘେରି ପିଏମ ମୋଦୀ ଖୋଲା ଚ୍ୟାଲେଞ୍ଜ ଦେଇଥିଲେ ଯେ, ଯଦି କଂଗ୍ରେସ ସହିତ ଅନ୍ୟ ବିରୋଧୀ ଦଳଙ୍କ ସାହାସ ଅଛି ତେବେ ତାଙ୍କର ଘୋଷଣା ପତ୍ରରେ ଏହା ଲେଖି ଦେଖାନ୍ତୁ ଯେ, ସେମାନେ ଏହି ଐତିହାସିକ ନିଷ୍ପତ୍ତିକୁ ବଦଳାଇ ଦେବେ ।  

Subscribe

National International State Sports Entertainment