ଶାହଙ୍କ କହିବା ପରେ ପ୍ରଶାନ୍ତ କିଶୋରଙ୍କୁ ଦଳରେ ସାମିଲ କରିଥିଲୁ, ‘ଯେ ପର୍ଯ୍ୟନ୍ତ ଇଚ୍ଛା ଅଛି ରହିବେ, ନ ହେଲେ ଯିବେ’-ନୀତୀଶ
Khabar Odisha:National-news-Nitish-Kumar-Said-I-Made-Prashant-Kishor-A-Member-On-Reference-Of-Amit-Shah
ପାଟନା,ଜାନୁଆରୀ ୨୮ (ଖବର ଓଡ଼ିଶା) :

ଗତ କିଛି ଦିନରୁ ଏନଆରସି ଏବଂ ସିଏଏକୁ ନେଇ କେନ୍ଦ୍ର ସରକାରଙ୍କୁ ବିରୋଧ କରୁଥିବା ଜେଡିୟୁ ନେତା ପ୍ରଶାନ୍ତ କିଶୋରଙ୍କ ବିଷୟରେ ନୀତୀଶ କୁମାର ଏକ ବଡ଼ ବୟାନ ଦେଇଛନ୍ତି । ପ୍ରଶାନ୍ତ କିଶୋରଙ୍କୁ ଜେଡିୟୁରେ ସାମିଲ କରିବା ସମ୍ୱନ୍ଧରେ ନୀତୀଶ କୁମାର କହିଛନ୍ତି, ତାଙ୍କୁ (ପ୍ରଶାନ୍ତ କିଶୋର) ପାର୍ଟିରେ ସାମିଲ କରିବା ନିଷ୍ପତ୍ତି ସେ ବିଜେପିର ତତ୍କାଳୀନ ଅଧ୍ୟକ୍ଷ ଅମିତ ଶାହଙ୍କ କହିବା ପରେ ନେଇଥିଲେ । ଏହାଛଡ଼ା ନୀତୀଶ ଏହା ମଧ୍ୟ କହିଛନ୍ତି ଯେ ଯାହାର ଯେ ପର୍ଯ୍ୟନ୍ତ ଇଚ୍ଛା ଅଛି ସେ ସେପର୍ଯ୍ୟନ୍ତ ଦଳରେ ରହିବ । 

ନୀତୀଶ କୁମାର ନିକଟରେ ପିକେଙ୍କ ଦ୍ୱାରା କରାଯାଇଥିବା ଟ୍ୱିଟ ଉପରେ କହିଥିଲେ ଯେ କିଏ ଟ୍ୱିଟ କରୁଛି ଯଦି କରୁ ଆମର କଣ ସମ୍ପର୍କ । ଯେପର୍ଯ୍ୟନ୍ତ ଯାହାର ଇଚ୍ଛା ହେବ ସେ ପାର୍ଟିରେ ରହିବ, ଇଚ୍ଛା ନ ରହିଲେ ଚାଲିଯିବ । ଆମ ପାର୍ଟି ଅଲଗା ପ୍ରକାର ଦଳ ଅଟେ ଏବଂ ସବୁ ସାଧାରଣ ଲୋକ ଅଛନ୍ତି । ଏହା କୌଣସି ବଡ଼ ଲୋକଙ୍କ ଦଳ ନୁହେଁ, କିନ୍ତୁ ଆମେ ସମସ୍ତଙ୍କୁ ସମ୍ମାନ କରୁଛୁ । କିନ୍ତୁ ଏହି ସବୁ ସହ ଆମ ଦଳର କୌଣସି ପ୍ରକାର ସମ୍ପର୍କ ନାହିଁ । 

ନୀତୀଶ କୁମାରଙ୍କ ଏହି ବାୟନ ଉପରେ ପ୍ରତିକ୍ରିୟା ରଖି ପ୍ରଶାନ୍ତ କିଶୋର କହିଛନ୍ତି, ନୀତୀଶ ଜୀ କହିସାରିଛନ୍ତି, ଆପଣମାନଙ୍କୁ ମୋର ଜବାବର ଅପେକ୍ଷା କରିବାକୁ ପଡ଼ିବ । ମୁଁ ବିହାର ଯାଇ ଏହାର ଜବାବ ଦେବି । ଏହା ପୂର୍ବରୁ ନୀତୀଶ କୁମାର ପ୍ରଶାନ୍ତ କିଶୋରଙ୍କ ପାର୍ଟିରେ ସାମିଲ ଉପରେ କହିଥିଲ ଯେ, ଆମିତ ଶାହା ଜୀ ତାଙ୍କୁ ପାର୍ଟିରେ ସାମିଲ କରିବା ପାଇଁ ଆମକୁ କହିଥିଲେ, ଆମେ ସାମିଲ କରାଇଥିଲୁ । ନୀତୀଶ ଆଗକୁ କହିଛନ୍ତି, ସେ ପର୍ଯ୍ୟନ୍ତ ଚାହିଁବେ ଦଳରେ ରହିବେ, ସେ ଅନ୍ୟ ଦଳ ପାଇଁ ମଧ୍ୟ କାମ କରୁଛନ୍ତି । ଯଦି ରହିବାକୁ ଚାହିଁବେ କୌଣସି ଅସୁବିଧା ନାହିଁ, ଯିବାକୁ ଚାହିଁଲେ ମଧ୍ୟ କିଛି ଅସୁବିଧା ନାହିଁ । 

ଉଲ୍ଲେଖଯୋଗ୍ୟ ଯେ ନୀତୀଶଙ୍କ ଦଳ ବର୍ତ୍ତମାନ ବିଜେପି ସହ ବିହାରରେ କ୍ଷମତାରେ ରହିଛି । ଅନ୍ୟପଟେ ଦଳର ନେତା ପ୍ରଶାନ୍ତ କିଶୋର ଲଗାତାର କେନ୍ଦ୍ର ସରକାରଙ୍କ ନୀତିର ବିରୋଧ କରୁଥିଲେ । ତଳ ଦିନରେ ପ୍ରଶାନ୍ତ କିଶୋର ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଆପ୍‌ର ରାଜନୈତିକ ରଣନୀତିକାର ହୋଇଥିଲେ । 

Subscribe

National International State Sports Entertainment