୧୬ରେ ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଅରବିନ୍ଦ କେଜ୍ରିୱାଲ
Khabar Odisha:National-Politics-Kejriwal-will-take-Oath-as-Chief-Minister-on-Feb-16
ନୂଆଦିଲ୍ଲୀ, ଫେବୃଆରୀ ୧୨ (ଖବର ଓଡ଼ିଶା):

ଦିଲ୍ଲୀ ନିର୍ବାଚନରେ ବିପୁଳ ପରିମାଣର ଆସନରେ ଆମ୍ ଆଦ୍‌ମୀ ପାର୍ଟି  ବିଜୟ ହାସଲ କରିଛି । ଫେବ୍ରୁଆରୀ ୧୬ରେ ତୃତୀୟ ଥର ପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଅରବିନ୍ଦ କେଜ୍ରିୱାଲ। ଆମ୍ ଆଦ୍‌ମୀ ପାର୍ଟି ପକ୍ଷରୁ ଏନେଇ ସୂଚନା ଦିଆଯାଇଛି । 

ଫେବ୍ରୁଆରି ୧୧ରେ ଦିଲ୍ଲୀ ବିଧାନସଭା ନିର୍ବାଚନ ଫଳାଫଳ ଆସିଥିଲା। ଗତ ଥର ଭଳି ଏଥର ମଧ୍ୟ ମୁଖ୍ୟମନ୍ତ୍ରୀ ଗାଦିରେ ବସିବେ ଅରବିନ୍ଦ କେଜ୍ରିୱାଲ । ଅରବିନ୍ଦ କେଜ୍ରିୱାଲଫେବୃୟାରୀ ୧୬ରେ ରାମଲୀଳା ମଇଦାନରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ୧୬ ତାରିଖରେ କେଜରିଓ୍ୱାଲଙ୍କ ସହ କ୍ୟାବନେଟ ମନ୍ତ୍ରୀ ମଧ୍ୟ ଶପଥ ନେବେ। ତେବେ ଆଜି ଆପ୍‌ର ବିଧାୟକ ଦଳ ବୈଠକ ମଧ୍ୟ ଅନୁଷ୍ଠିତ ହେବ । ଏଥିରେ କେଜ୍ରିୱାଲଙ୍କ ବିଧାୟକ ଦଳ ନେତା ବଛାଯିବ। କେଜ୍ରିୱାଲଙ୍କ ଶପଥ ଗ୍ରହଣ ଉତ୍ସବରେ ବହୁ ବରିଷ୍ଠ ନେତା ମନ୍ତ୍ରୀ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।

ଦିଲ୍ଲୀ ବିଧାନସଭା ନିର୍ବାଚନରେ ଆପ୍‌କୁ ବହୁମତ ମିଳିଛି। ମୋଟ ୭୦ ଆସନରୁ ଆପ୍ ୬୨ଟି ଆସନରେ ବିଜୟୀ ହୋଇଛି। ଦିଲ୍ଲୀରେ ବିଜେପି ୮ଟି ଆସନ ପାଇଥିଲା ବେଳେ ଗତ ଥର ଭଳି କଂଗ୍ରେସ ଏଥର ଖାତା ଖୋଲି ପାରିନାହିଁ । 

  • Tags:

Subscribe

National International State Sports Entertainment