ପ୍ରଧାନମନ୍ତ୍ରୀ ମୋଦୀ ଭ୍ରଷ୍ଟାଚାର ଓ ପରିବାରବାଦ ରାଜନୀତି ବିରୋଧରେ ଲଢ଼େଇ କରୁଛନ୍ତି: ଅମିତ ଶାହା
Khabar Odisha:Nation-politics-AIDMK-BJP-alliance-will-continue-for-Tamil-Nadu-2021-assembly-polls

ନୂଆଦିଲ୍ଲୀ, ନଭେମ୍ବର ୨୨ (ଖବର ଓଡ଼ିଶା): କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଶନିବାର କହିଛନ୍ତି, ତାମିଲନାଡୁର ଲୋକେ ପରିବାର ରାଜନୀତିରେ ସାମିଲ ଲୋକଙ୍କୁ ଉଚିତ ଜବାବ ଦେବେ । ପୂର୍ବରୁ ଅନ୍ୟ ରାଜ୍ୟରେ ଏହା ହୋଇସାରିଛି । ଶାହା ଚେନ୍ନାଇରେ ଏକ ଜଳାଶୟ ଓ ତାମିଲନାଡୁରେ ବିଭିନ୍ନ ପ୍ରକଳ୍ପ ପାଇଁ ଶିଳାନ୍ୟାସ କରିଛନ୍ତି । 

ଚେନ୍ନାଇରେ ଅନୁଷ୍ଠିତ ଏକ ସମାରୋହରେ ଅମିତ ଶାହା କହିଛନ୍ତି, କେନ୍ଦ୍ରରେ କ୍ଷମତାକୁ ଆସିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭ୍ରଷ୍ଟାଚାର, ପରିବାର ରାଜନୀତି ଏବଂ ଜାତି ରାଜନୀତି ବିରୋଧରେ ଲଢ଼େଇ କରୁଛନ୍ତି । ସେ କହିଛନ୍ତି ଯେ, ବିଭିନ୍ନ ରାଜ୍ୟରେ ଲୋକେ ପରିବାର ରାଜନୀତି କରୁଥିବା ନେତାଙ୍କୁ ଶିକ୍ଷା ଦେଇଛନ୍ତି ଏବଂ ଏଠାରେ ତାମିଲନାଡୁରେ ମଧ୍ୟ ଏହା ହେବ । ସେ ବିନା ନାମ ନେଇ ଦ୍ରାବିଡ ମୁନେତ୍ର କଡଗମ (ଡିଏମକେ) ଉପରେ ପାରିବାରିକ ରାଜନୀତି ଲାଗି ଟାର୍ଗେଟ କରିଛନ୍ତି । ଅମିତ ଶାହା କହିଛନ୍ତି ଯେ, ତାମିଲନାଡୁରେ ଏକ ପରିବାରର ପାର୍ଟି ଏବଂ ଆଗାମୀ ନିର୍ବାଚନରେ ଏକ ଗଣତାନ୍ତ୍ରିକ ପାର୍ଟି ଏହାରି ଉପରେ ବିଜୟ ହାସଲ କରିବ । ସୂଚନାଯୋଗ୍ୟ ତାମିଲନାଡୁରେ ଆସନ୍ତା ବର୍ଷ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । 

 

  • Tags:

Subscribe

National International State Sports Entertainment