ଜମ୍ମୁ କଶ୍ମୀରରେ ପିଡିପିକୁ ଝଟକା: ଦଳ ଛାଡ଼ିଲେ ପ୍ରତିଷ୍ଠାତା ସଦସ୍ୟ ମୁଜାଫର ହୁସେନ ବେଗ୍
Khabar Odisha:Nation-Muzaffar-Hussain-baig-founder-member-of-PDP-quits-the-party-in-Jammu-and-Kashmir

ଶ୍ରୀନଗର, ନଭେମ୍ବର ୧୫ (ଖବର ଓଡ଼ିଶା): ପିଡିପିର ପ୍ରତିଷ୍ଠାତା ସଦସ୍ୟ ମୁଜାଫର ହୁସେନ ବେଗ ଶନିବାର ପାର୍ଟିରୁ ଇସ୍ତଫା ଦେଇଛନ୍ତି । ସେ ଦଳ ସହିତ ୨୨ ବର୍ଷର ସଂପର୍କକୁ ଶେଷ କରିଛନ୍ତି । ଦଳରେ ବିବାଦ ଦେଖାଯିବାରୁ ସେ ବିରକ୍ତି ପ୍ରକାଶ କରି ପାର୍ଟି ଛାଡ଼ିଛନ୍ତି । ପିଡିପି ସୂତ୍ରରୁ ଗଣମାଧ୍ୟମକୁ ମିଳିଥିବା ସୂଚନା ଅନୁସାରେ ମୁଜାଫର ହୁସେନ ବେଗ ପିଡିପି ସଂରକ୍ଷକ ମେହବୁବା ମୁଫତିଙ୍କୁ ପାର୍ଟି ଛାଡ଼ିବା ନେଇ ନିଷ୍ପତ୍ତି ସଂପର୍କରେ କହିଛନ୍ତି । ମୁଜାଫର ହୁସେନ ବେଗ ୧୯୮୮ରେ ପିଡିପିର ପ୍ରତିଷ୍ଠାତା ସବୟରେ ଦଳରେ ଯୋଡ଼ି ହୋଇଥିଲେ । 

ପିଡିପି ପାର୍ଟି ସୂତ୍ର ଅନୁସାରେ ମୁଜାଫର ହୁସେନ ବେଗ ପିପୁଲ୍ସ ଏଲାୟନ୍ସ ଫର ଗୁପକର ଡିକ୍ଲୋରେଶନ (ପିଏଜିଡି) ଦ୍ୱାରା ସିଟ ଭାଗବଣ୍ଟା, ବିଶେଷ କରି ଉତ୍ତର କଶ୍ମୀରରେ ଆସନ ଭାଗବଣ୍ଟାକୁ ନେଇ ଅସନ୍ତୁଷ୍ଟ ଥିଲେ । ପିଏଜିଡିରେ ନ୍ୟାସନାଲ କନଫରେନ୍ସ, ପିଡିପି, ପିପୁଲ୍ସ କନଫରେନ୍ସ ଓ ମାକପା ସାମିଲ ଅଛି । 

ଏହାରି ମଧ୍ୟରେ ମେହବୁବା ମୁଫତି ଟୁଇଟ କରି କହିଛନ୍ତି, ପିଏଜିଡିକୁ ଜମ୍ମୁ କଶ୍ମୀରର ଲୋକଙ୍କ ପରିଚୟ ରକ୍ଷା କରିବା ଲାଗି ଗଠନ କରାଯାଇଛି । ଏହାରି ଉପରେ ୨୦୧୯ ଅଗଷ୍ଟ ଠାରୁ ବାରମ୍ବାର ଆକ୍ରମଣ କରାଯାଉଛି । ଏହାର ଅର୍ଥ ନୁହେଁ ଯେ, ନିର୍ବାଚନରେ ଦଳ ଜିତିବା । 

 

  • Tags:

Subscribe

National International State Sports Entertainment