ଆଜି ଅପରାହ୍ନ ୪ଟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିବେ ମମତା ବାନାର୍ଜୀ
Khabar Odisha:Mamata-Banerjee-to-meet-PM-Narendra-Modi-today

ନୁଆଦିଲ୍ଲୀ, ଜୁଲାଇ ୨୭(ଖବର ଓଡ଼ିଶା): ଦିଲ୍ଲୀ ଗସ୍ତରେ ଥିବା ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଜି ଅପରାହ୍ନ ୪ ଟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ଦଳ କ୍ରମାଗତ ତୃତୀୟ ଥର ପଶ୍ଚିମବଙ୍ଗରେ କ୍ଷମତାକୁ ଫେରିବା ପରେ ମୋଦୀ ଏବଂ ମମତା ବାନାର୍ଜୀଙ୍କ ମଧ୍ୟରେ ଏହା ପ୍ରଥମ ଔପଚାରିକ ବୈଠକ ହେବ।

ସେହିପରି ବୁଧବାର ସେ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀଙ୍କୁ ଭେଟିବାର ସମ୍ଭାବନା ରହିଛି। ଏହା ସହିତ ସେ କମଲ ନାଥ ଏବଂ ଆନନ୍ଦ ଶର୍ମାଙ୍କ ସମେତ କଂଗ୍ରେସର କିଛି ବରିଷ୍ଠ ନେତାଙ୍କୁ ମଧ୍ୟ ଭେଟିବେ। 

ତେବେ ମୋଦୀ ବାତ୍ୟା ୟସ୍ ସମୀକ୍ଷା ବୈଠକରେ କରିଥିବା ଦୁଇ ନେତା ସଂକ୍ଷିପ୍ତ ୧୫ ମିନିଟ୍ ବୈଠକ ବେସ୍ ଚର୍ଚ୍ଚରେ ଥିଲା। ମମତା ବାନାର୍ଜୀ ବାତ୍ୟା ସମିକ୍ଷା ବେଠକରେ କେବଳ ବତ୍ୟା ୟାସ୍ ଦ୍ୱାରା ହୋଇଥିବା କ୍ଷୟକ୍ଷତିର ଏକ ରିପୋର୍ଟ ହସ୍ତାନ୍ତର କରି ସେଠାରୁ ଚାଲିଯାଇଥିଲେ । ପ୍ରଧାନମନ୍ତ୍ରୀଙ୍କ ସମୀକ୍ଷା ବୈଠକକୁ ଏଡ଼ାଇ ଦେଇଥିବାରୁ ତତ୍କାଳୀନ ମୁଖ୍ୟ ଶାସନ ସଚିବ ଆଲାପନ୍ ବାଣ୍ଡୋପାଧ୍ୟାୟଙ୍କୁ ମଧ୍ୟ କେନ୍ଦ୍ର ସରକାରଙ୍କ ସହିତ ମୁହାଁମୁହିଁ ପରିସ୍ଥିତିର ସମ୍ନା କରିବାକୁ ପଡିଥିଲା ।

  • Tags:

Subscribe

National International State Sports Entertainment