ଚିନ୍ତାରେ ମମତା ବାନାର୍ଜୀ, ଦଳ ମଧ୍ୟରେ ଆରମ୍ଭ ହେଲାଣି ବିଦ୍ରୋହ
Khabar Odisha:Mamata-Banerjee-is-worried-about-the-uprising
କୋଲକାତା, ନଭେମ୍ବର ୧୨ (ଖବର ଓଡ଼ିଶା):

ପଶ୍ଚିମବଙ୍ଗର ମମତା ସରକାରରେ ଜଳିଲାଣି ବିଦ୍ରୋହର ବହ୍ନି ନୋଟ । ମିଳିଥିବା ଖବର ଅନୁଯାୟୀ ବୁଧବାର ରାଜ୍ୟ ସଚିବାଳୟରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଦ୍ୱାରା ଆହୁତ ହୋଇଥିବା ରାଜ୍ୟ କ୍ୟାବିନେଟରେ 4 ଜଣ ମନ୍ତ୍ରୀ ଅନୁପସ୍ଥିତ ଥିଲେ ବୋଲି ଜଣାପଡିଛି । ଏହି ବୈଠକରେ ଯୋଗ ଦେଇନଥିବା ମନ୍ତ୍ରୀମାନେ ହେଲେ ଶୁଭେନ୍ଦୁ ଅଧିକାରୀ, ରାଜୀବ ବାନାର୍ଜୀ, ଗୌତମ ଦେବ ଏବଂ ରବୀନ୍ଦ୍ରନାଥ ଘୋଷ । ତେବେ ଗୌତମ ଦେବଙ୍କୁ କରୋନା ହୋଇଥିବା ନେଇ ସେ ବୈଠକରେ ଉପସ୍ଥିତ ନଥିଲେ ବୋଲି ଦଳ ପକ୍ଷରୁ ସ୍ପଷ୍ଟୀକରଣ କରାଯାଇଛି ଏଥିସହ ରବୀନ୍ଦ୍ରନାଥ ଘୋଷ ଅସୁସ୍ଥତା ହେତୁ ସଭାରେ ବୈଠକରେ ଦେଇପାରିନଥିଲେ ।

ଏଭଳି ପରିସ୍ଥିତିରେ ଅନ୍ୟ ଦୁଇ ମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ଏବଂ ରାଜୀବ ବାନାର୍ଜୀ କାହିଁକି ବୈଠକରେ ଉପସ୍ଥିତ ନଥିଲେ ବୋଲି ପ୍ରଶ୍ନ ଉଠିଛି । ପ୍ରକାଶ ଯେ, ମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ କିଛି ଦିନ ହେବ ତୃଣମୂଳ କଂଗ୍ରେସ ଉପରେ ଆସନ୍ତୋଷ ଥିବା ଜଣାପଡିଛି ସେ ଗତ କିଛି ଦିନ ହେବ ଦଳର କୌଣସି ଦଳୀୟ କାର୍ଯ୍ୟରେ ମଧ୍ୟ ନିଜକୁ ସାମିଲ କରୁନଥିଲେ । ତେବେ ରାଜୀବ ବାନାର୍ଜୀ ଶୁଭେନ୍ଦୁଙ୍କ ନିକଟତର ବୋଲି ବିବେଚନା କରାଯାଏ । ଏଥିସହ ଦୁଇ ନେତା ବୈଠକରେ ଯୋଗ ନଦେବା ସମ୍ପର୍କରେ କୌଣସି ସୂଚନା ଦେଇନାହାଁନ୍ତି । ଅନ୍ୟପକ୍ଷରେ, ଦୁଇ ନେତା ମମତା ସରକାରଙ୍କ ବିରୋଧରେ ବିଦ୍ରୋହ କରିବାକୁ ଯାଉଛନ୍ତି କି ନାହିଁ ସେନେଇ ପଶ୍ଚିମବଙ୍ଗ ରାଜନୈତିକ କରିଡରରେ ଜୋରଦାର ଆଲୋଚନା ହେଉଥିବା ଜଣାପଡିଛି ।

ଶୁଭେନ୍ଦୁ ଅଧିକାରୀଙ୍କ ବିଷୟରେ କଳ୍ପନାଜଳ୍ପନାର ବଜାର ଗରମ ହୋଇଯାଇଛି | ବାସ୍ତବରେ ଆସନ୍ତା ବର୍ଷ ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ଏଭଳି ପରିସ୍ଥିତିରେ ରାଜ୍ୟରେ ରାଜନୈତିକ ଉଷ୍ମତା ଧୀରେ ଧୀରେ ବୃଦ୍ଧି ପାଇଛି । ଏଭଳି ପରିସ୍ଥିତିରେ ଶୁଭେନ୍ଦୁ ଅଧିକାରୀ ତାଙ୍କ ସଭାଗୁଡ଼ିକରେ ମମତା ବାନାର୍ଜୀଙ୍କ ନାମ ନେଉ ନାହାଁନ୍ତି କିମ୍ବା ପାର୍ଟିରେ ପତାକାକୁ ମଧ୍ୟ ବ୍ୟବହାର କରୁନାହାଁନ୍ତି ।

ମଙ୍ଗଳବାର ଦିନ ଶୁଭେନ୍ଦୁ ନନ୍ଦିଗ୍ରାମରେ ଏକ ସଭା ଆୟୋଜନ କରିଥିଲେ ଏବଂ କହିଥିଲେ ଯେ ସେ 13 ବର୍ଷ ପରେ ମଧ୍ୟ ନନ୍ଦିଗ୍ରାମଙ୍କୁ ମନେ ରଖିଛନ୍ତି । ତାଙ୍କ ରାଲିରେ ଶୁଭେନ୍ଦୁ ମଞ୍ଚରୁ ଭାରତ ମାତା ଜିନ୍ଦବାଦର ସ୍ଲୋଗାନ ମଧ୍ୟ ଲଗାଇଥିଲେ । ଏଥି ସହ ସିଏମ ମମତାଙ୍କ ଜ୍ୱାଇଁ ତଥା ସାଂସଦ ଅଭିଷେକ ବାନାର୍ଜୀ ଏବଂ ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର ମନ୍ତ୍ରୀ ରାଜୀବ ବାନାର୍ଜୀ, ଅରୁପ ରୟ ଏବଂ ଲକ୍ଷ୍ମୀରତନ୍ ଶୁକ୍ଲାଙ୍କ ସହ ସାକ୍ଷାତ ଆଲୋଚନା କରିଥିଲେ । କ୍ରୋଧିତ ନେତାମାନଙ୍କୁ ମନାଇବା ପାଇଁ ଏହି ବୈଠକକୁ ଆୟୋଜନ କରାଯାଇଥିଲା ।

ଏଭଳି ପରିସ୍ଥିତିରେ ଯେତେବେଳେ ବୁଧବାର କ୍ୟାବିନେଟ ବୈଠକ ଅନୁଷ୍ଠିତ ହୋଇଥିଲା ଏବଂ ରାଜୀବ ବାନାର୍ଜୀ ଏଥିରେ ସାମିଲ ହୋଇନଥିଲେ, ସେତେବେଳେ ପୁଣି ଥରେ ପ୍ରଶ୍ନ ଉଠିବା ସ୍ୱାଭାବିକ । ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ତୃଣମୂଳ କଂଗ୍ରେସ ଦଳର ବହୁ ବରିଷ୍ଠ ନେତା ଦଳ ଉପରେ ରାଗିଛନ୍ତି । ରାଜ୍ୟରେ ଦଳ ମଧ୍ୟରେ ଅନେକ ଛୋଟ ଛୋଟ ଗୋଷ୍ଠୀ ତିଆରି ହୋଇସାରିଥିବା ନେଇ ଆଲୋଚନା ହେଉଛି । ତେବେ ଆସନ୍ତା ବର୍ଷ ନିର୍ବାଚନ ଥିବାରୁ ତାହା ପୂର୍ବରୁ ଦଳ ମଧ୍ୟରେ ଏଭଳି ବିଦ୍ରୋହ ହେବା ନିଶ୍ଚୟ ମମତା ବାନାର୍ଜୀଙ୍କ ଚିନ୍ତା ବଢାଇଥିବ ।

  • Tags:

Subscribe

National International State Sports Entertainment