ଖବର ଓଡିଶା : 15/05/2023:
ଝାରସୁଗୁଡା ବିଧାୟିକା ଭାବେ ଶପଥ ନେଲେ ଦୀପାଳି ଦାସ । ଦୀପାଳିଙ୍କୁ ଶପଥପାଠ କରାଇଲେ ଉପବାଚସ୍ପତି ରଜନୀକାନ୍ତ ସିଂ । ଶପଥବେଳେ ସାଙ୍ଗରେ ତାଙ୍କ ମା’ ଓ ଭାଇ ମଧ୍ୟ ଉପସ୍ଥିତ ଥିଲେ । ବିଜେଡିର ବରିଷ୍ଠ ନେତାଗତ ମଧ୍ୟ ଉପସ୍ଥିତ ରହିଛନ୍ତି । ଝାରସୁଗୁଡାର ନୂଆ ବିଧାୟିକା ଦୀପାଳି ଦାସ । ତେବେ ଗତକାଲି ସନ୍ଧ୍ୟାରେ ଭୁବନେଶ୍ୱରରେ ଆସି ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି ଦୀପାଳି ଦାସ । ସେ କହିଛନ୍ତି- ମୁଖ୍ୟମନ୍ତ୍ରୀଙ୍କ ଆଶୀର୍ବାଦ ସହ ବାପା ଛାଡ଼ିଯାଇଥିବା ଅଧୁରା କାମକୁ ସେ ପୂରଣ କରିବେ । ଝାରସୁଗୁଡ଼ା ଉପନିର୍ବାଚନରେ ରେକର୍ଡ ସଂଖ୍ୟକ ଭୋଟରେ ବିଜୟୀ ହୋଇଛନ୍ତି ଦୀପାଳି ଦାସ ।