ବିଧାନ ସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଏବେ ୫ଟି ରାଜ୍ୟରେ ଚାଲିଛି । ଓଡ଼ିଶା ନିର୍ବାଚନ ପାଇଁ ଏପର୍ଯ୍ୟନ୍ତ କୌଣସି ତାରିଖ ଘୋଷଣା କରଯାଇନି କି ଟିକେଟ ବି ମିଳିନି। ହେଲେ ଏବେଠୁ ଭୋଟରମାନଙ୍କୁ ନିଜ ଆୟତ୍ତକୁ ରଖିବାକୁ ପଲିଟିକାଲ କ୍ଷେତ୍ରରେ ପ୍ରୟାସ କଲେଣି ଆଶାୟୀ ନେତା । ଓଡ଼ିଶାରେ ୧୨ ମାସରେ ୧୩ ପର୍ବ ପାଳିତ ହୁଏ । ଏହାର ଫାଇଦା ଉଠାଇବା ପାଇଁ ପାଳିତ ହେଉଥିବା ପର୍ବପର୍ବାଣି, ଯାନିଯାତ୍ରା ଦେଖି ସେମାନେ ନାନା ରକମର ସାମଗ୍ରୀ ବାଣ୍ଟିବାକୁ ବସିଲେଣି । ନିର୍ବାଚନ ଆସିବା ପୂର୍ବରୁ ଦଳ ପାଇଁ କାମ କରିବେ ବୋଲି ସମର୍ଥନ ଲୋଡ଼ିବା ଆରମ୍ଭ କରୁଛନ୍ତି।
ତେବେ ଆଶାୟୀ ନେତାମାନେ ବଣ୍ଟନ କରୁଥିବା ଏହି ସାମଗ୍ରୀ ଉପରେ ଭୋଟରମାନେ ପ୍ରଶ୍ନ ଉଠାଇଛନ୍ତି। ନିମ୍ନମାନର ଶାଢ଼ୀକୁ ବାଣ୍ଟି ଭୋଟ ପାଇଁ ପ୍ରବର୍ତ୍ତାଉଛନ୍ତି । ଏଭଳି ନିମ୍ନ ମାନର ସାମଗ୍ରୀ ଦେଇ ଭୋଟ କିଣିବାକୁ କହୁଥିବାରୁ ଭୋଟରମାନେ ଉତ୍ତେଜନାରେ ସହ କହିଛନ୍ତି କି ଏଭଳି ଭାବେ ଭୋଟ ବିକ୍ରି କରିବେ ନାହିଁ । ଯାହାର ଭିଡ଼ିଓ ଏବଂ ଅଡିଓ ଏବେ ସୋସିଆଲ ମିଡିଆରେ ଏବେ ସବୁ ସ୍ଥାନକୁ ଘୂରି ବୁଲୁଛି । ଅସନ୍ତୋଷ ପ୍ରକାଶ କରୁଥିବା ମହିଳାଜଣକ ଏସ୍ଏଚ୍ଜିର ସମ୍ପାଦିକା । ଏହି ଘଟଣାଟି ଲୋଇସିଂହା ନିର୍ବାଚନ ମଣ୍ଡଳୀର ।
ସୋସିଆଲ ମିଡିଆରେ ଭାଇରଲ ହୋଇଥିବା ଭିଡିଓରେ ମହିଳା ଜଣକ ଏଭଳି ନିମ୍ନ ମନର ମାନକୁ ଦେଖି ମହିଳାଜଣକ କହୁଛନ୍ତି ଯେ, ଏସ୍ଏଚ୍ ମହିଳାଙ୍କୁ ଶାଢି ବଦଳରେ ଲୁଙ୍ଗି ଦିଆଯାଇଛି। ଏଭଳି ଲୁଙ୍ଗି ପିନ୍ଧି କିଏ କେବେ ଭୋଟ ଦେବାକୁ ଯାଏ କି ? ଏମିତି ନିକୃଷ୍ଟ ଶାଢି ପାଇବା ବଦଳରେ କିଏ ଭୋଟ ଦେବ କି ? ନିମ୍ନମାନର ଶାଢ଼ୀ ଦେଇ ସେମାନେ ଏସଏଚଜି ମହିଳା ମାନଙ୍କୁ ଭକୁଆ ବନାଉଛନ୍ତି । ସେହିପରି ଆଉ ଏକ ଭିଡ଼ିଓରେ ଶାଢିକୁ ଦେଖାଇ ତାହା ଧୋତି ନାଁ ପରଦା ବୋଲି ପ୍ରଶ୍ନ କରାଯାଇଛି ।
ତେବେ ଭାଇରାଲ ହେଉଥିବା ଅନ୍ୟ ଏକ ଅଡିଓରେ ଜଣେ ନେତାଙ୍କ ନାମ ନେଇ ସେ ଏହି ଶାଢ଼ୀ ପଠାଇଛନ୍ତି ବୋଲି କହିଛନ୍ତି । ଆଗକୁ ନିର୍ବାଚନ ଥିବାବେଳେ । ଆଶାୟୀ ନେତା ପଠାଇଥିବା ଶାଢ଼ୀ ଏତେ ନିମ୍ନ ମାନର ହୋଇଥିବାରୁ ମହିଳା ଶାଢ଼ି ଗୁଡିକ ଅତି ନିମ୍ନମାନର ହୋଇଥିବାରୁ ଏହାକୁ ପିନ୍ଧିବୁ ନାହିଁ ବୋଲି ରୋକଠୋକ ମନା କରୁଛନ୍ତି ମହିଳା ଜଣକ । ଭାଇରଲ ହୋଇଥିବା ଅଡିଓ ଆଉ ଭିଡିଓ ଏବେ ଅଧିକରୁ ଅଧିକ ପବନ ବେଗରେ ଭାଇରଲ ହେବାରେ ଲାଗିଛି । ଉଭୟ ଅଡିଓ-ଭିଡିଓ କେଉଁ ସମୟର, କେତେ ପୁରୁଣା ଓ କେଉଁ ଅଞ୍ଚଳର ତାହା ସ୍ପଷ୍ଟ ଜଣାପଡୁନି । ହେଲେ ଏହା ଲୋଇସିଂହା ନିର୍ବାଚନମଣ୍ଡଳୀ ଅଞ୍ଚଳର ବୋଲି ଜଣାପଡୁଛି।
ଅଧିକ ପଢନ୍ତୁ :ନ୍ୟାୟ ଦାବିରେ ରାଜ୍ୟସରକାରଙ୍କ ବିରୋଧରେ ବିଜେପିର ଧାରଣା