ଲକଡାଉନ ଉଦ୍ଦେଶ୍ୟ ସମ୍ପୂର୍ଣ୍ଣ ଭାବେ ବିଫଳ ହୋଇଛି, ଦେଶରେ କରୋନା ମାମଲା ବଢୁଥିବାବେଳେ ଲକଡାଉନ ହଟାଯାଉଛି - ରାହୁଲ ଗାନ୍ଧୀ
Khabar Odisha:Lockdown-intentions-have-completely-failed-lockdowns-are-being-removed-as-the-number-of-Corona-cases-increases-in-the-country
ନୂଆଦିଲ୍ଲୀ, ମେ ୨୬ (ଖବର ଓଡ଼ିଶା):

କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି ମୋଦୀ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ରାହୁଲ ଗାନ୍ଧୀ ଏହି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ଚାରୋଟି ପର୍ଯ୍ୟାୟ ଲକଡାଉନ୍ ବିଫଳ ହେଉଛି। ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦୀ ଦୁଇମାସ ପୂର୍ବେ କହିଥିଲେ ଯେ ଆମେ 21 ଦିନରେ କରୋନା ଜୀବାଣୁଙ୍କୁ ପରାସ୍ତ କରିବୁ, କିନ୍ତୁ ବର୍ତ୍ତମାନ 60 ଦିନ ପରେ ଆମ ଦେଶରେ କରୋନା ଜୀବାଣୁ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି ଏବଂ ଲକଡାଉନ୍ ହଟାଯାଉଛି। ଏଭଳି ପରିସ୍ଥିତିରେ ଲକଡାଉନର ଉଦ୍ଦେଶ୍ୟ ସଂପୂର୍ଣ୍ଣ ଭାବେ ବିଫଳ ହୋଇଛି |

ମହାମାରୀ ହ୍ରାସ ପରିବର୍ତ୍ତେ ଦିନକୁ ଦିନ ବଢୁଛି -

ସେ କହିଥିଲେ ଯେ ଯାହା ହେବାର ଥିଲା ତାହା ହେଲା ନାହିଁ । ବର୍ତ୍ତମାନ ଦେଶ ବାସୀଙ୍କୁ ଜାଣିବା ଉଚିତ୍ ଯେ ସରକାରଙ୍କ ଆଗାମୀ ରଣନୀତି କ? ପ୍ରାୟ 60 ଦିନର ଲକଡାଉନ୍ ସମାପ୍ତ ହୋଇଛି | କିନ୍ତୁ ଏହି ମହାମାରୀ ହ୍ରାସ କରିବା ପରିବର୍ତ୍ତେ ଦିନକୁ ଦିନ ବୃଦ୍ଧି ପାଉଛି। ସେ କହିଛନ୍ତି ଯେ ପ୍ରବାସୀ ଶ୍ରମିକମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ସରକାର ସେମାନଙ୍କ ସମସ୍ୟା ଏବଂ ଅସୁବିଧାକୁ କିପରି ଦୂର କରିବେ?

ପ୍ରଧାନମନ୍ତ୍ରୀଙ୍କୁ ପୁଣି ଥରେ ଆଗକୁ ଆସିବାକୁ ପଡିବ -

ରାହୁଲ ଅଭିଯୋଗ କରିଛନ୍ତି ଯେ ପିଏମ ମୋଦୀ କରୋନାର ପ୍ରାରମ୍ଭିକ ପର୍ଯ୍ୟାୟରେ ଫ୍ରଣ୍ଟ ଫୁଟରେ ଖେଳୁଥିଲେ ହେଲେ ବର୍ତ୍ତମାନ କରୋନାର ଭୟାବହତାକୁ ଦେଖି ସେ ବ୍ୟାକଫୁଟରେ ଖେଳୁଛନ୍ତି । କିନ୍ତୁ ପ୍ରଧାନମନ୍ତ୍ରୀଙ୍କୁ ପୁଣିଥରେ ଫ୍ରଣ୍ଟ ଫୁଟକୁ ଆସିବାକୁ ପଡ଼ିବ। ରାହୁଲ ଗାନ୍ଧୀ କହିଛନ୍ତି ଯେ ପିଏମ ମୋଦୀ ଯେଉଁ ପ୍ୟାକେଜ ଘୋଷଣା କରିଛନ୍ତି ତା ଦ୍ୱାରା ଦେଶର କିଛି ପରିବର୍ତ୍ତନ ହେବାର ନାହିଁ ।  ସରକାର ଚଳାଉଥିବା ଲୋକମାନଙ୍କ ମଧ୍ୟରେ ଗୋଟିଏ ଭୟ ସୃଷ୍ଟି ହୋଇଛି, ଯେ ଯଦି ଗରିବ ଲୋକଙ୍କୁ ଅଧିକ ଟଙ୍କା ଦିଆଯାଏ, ତେବେ ଅନ୍ୟ ଦେଶକୁ ଭୁଲ ଯିବ। ରାହୁଲ କହିଛନ୍ତି ଯେ ଏହି ଗରୀବ ଶ୍ରେଣୀର ଲୋକମାନେ ହିଁ ଭାରତର ଶକ୍ତି ଆମେ ବର୍ତ୍ତମାନ ଏମାନଙ୍କ କଥା ଭାବିବା ଉଚିତ ଏଭଳି ପରିସ୍ଥିତିରେ ଆମେ ବାହାର ଚିନ୍ତା କରିବା ଠିକ ନୂହେଁ ।

ଆମର କାର୍ଯ୍ୟ ହେଉଛି ସରକାରଙ୍କ ଉପରେ ଚାପ ପକାଇବା -

ମୋଦୀ ସରକାର ବିରୋଧୀଙ୍କୁ ଗମ୍ଭୀରତାର ସହ ନେଉନାହାଁନ୍ତି କି? ଏହି ପ୍ରଶ୍ନ ଉପରେ ରାହୁଲ ଗାନ୍ଧୀ କହିଛନ୍ତି ଯେ ସରକାରଙ୍କ ଉପରେ ଚାପ ପକାଇବା ଆମର କାମ। ଫେବୃଆରୀରେ ମୁଁ କହିଥିଲି ଯେ ପରିସ୍ଥିତି ଅଧିକ ବିପଜ୍ଜନକ ହେବ। ରୋଜଗାର ସମ୍ପର୍କରେ ରାହୁଲ କହିଛନ୍ତି ଯେ ଅର୍ଥନୈତିକ କ୍ଷେତ୍ରରେ ସରକାର ଅନେକ କାମ କରିବା ଆବଶ୍ୟକ। ସରକାର ଲୋକଙ୍କୁ ନଗଦ ଟଙ୍କା ଦେବା ଉଚିତ୍। ସରକାର ଅତି କମରେ 50 ପ୍ରତିଶତ ଗରିବଙ୍କ ଆକାଉଣ୍ଟରେ ମାସକୁ 7500 ଟଙ୍କା ସ୍ଥାନାନ୍ତର କରିବା ଉଚିତ୍।

ଆମ ଦେଶରେ କରୋନା ମାମଲା ବଢିଥିବାବେଳେ ଲକଡାଉନ ହଟାଯାଉଛି -

କଂଗ୍ରେସ ନେତା ଅଭିଯୋଗ କରିଛନ୍ତି ଯେ ଯେତେବେଳେ ସମଗ୍ର ବିଶ୍ୱରେ ପ୍ରତ୍ୟେକ ଦେଶରେ କରୋନା ମାଲା କମିବା ପରେ ଲକଡାଉନ୍ ହଟାଉଛନ୍ତି, କିନ୍ତୁ ଆମ ଦେଶରେ ଏହା ଓଲଟା ହେଉଛି ଦିନକୁ ଦିନ ଏଠାରେ ମାମଲା ବୃଦ୍ଧି ପାଉଥିବା ବେଳେ ଆମ ସରକାର ଦେଶରୁ ଲକଡାଉନ ହଟଉଛନ୍ତି । ରାହୁଲ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦୀ ଗରୀବ, କୃଷକଙ୍କ ପାଇଁ କଣ କରୁଛନ୍ତି ତାହା ଦେଶବାସୀଙ୍କ ସମ୍ମୁଖରେ ଉତ୍ତର ଦେବା ଉଚିତ୍।

  • Tags:

Subscribe

National International State Sports Entertainment