କଂଗ୍ରେସ ଛାଡି ତୃଣମୁଳ କଂଗ୍ରେସରେ ଯୋଗ ଦେବେ କିର୍ତ୍ତୀ ଆଜାଦ
Khabar Odisha:Kirti-Azad-will-leave-the-Congress-and-join-the-Trinamool-Congress

ନୁଆଦିଲ୍ଲୀ, ନଭେମ୍ବର ୨୩(ଖବର ଓଡ଼ିଶା): କଂଗ୍ରେସର ପୂର୍ବତନ ସାଂସଦ ତଥା ରାହୁଲ ଗାନ୍ଧୀଙ୍କ ଘନିଷ୍ଠ ସହଯୋଗୀ ଅଶୋକ ତନୱାର ଆଜି ଦିଲ୍ଲୀରେ ତୃଣମୁଳ କଂଗ୍ରେସରେ ଯୋଗଦେବେ। ସମ୍ବାଦ ସରବରାହ ସଂସ୍ଥା ଏଏନଆଇ ଏହି ସୂଚନା ଦେଇଛି । ଏହାପୂର୍ବରୁ ଅନ୍ୟ ଏକ ସୂଚନା ସୂତ୍ରରୁ ପ୍ରକାଶ ଯେ କଂଗ୍ରେସ ନେତା ତଥା ପୂର୍ବତନ ସାଂସଦ କିର୍ତ୍ତୀ ଆଜାଦ ମଧ୍ୟ କଂଗ୍ରେସ ଛାଡି ଆଜି ତୃଣମୁଳ କଂଗ୍ରେସରେ ଯୋଗ ଦେଇପାରନ୍ତି। ଏହା ସମ୍ଭବ ଯେ ସେ ମମତା ବାନାର୍ଜୀଙ୍କ ଉପସ୍ଥିତିରେ ଟିଏମସିରେ ଯୋଗଦେବେ ।

ଦିଲ୍ଲୀରେ ମମତା ବାନାର୍ଜୀଙ୍କ ଉପସ୍ଥିତିରେ ଅଶୋକ ତନୱାର ପାର୍ଟିରେ ଯୋଗ ଦେଇପାରନ୍ତି। ମମତା ବାନାର୍ଜୀ ଦୁଇ ଦିନିଆ ଦିଲ୍ଲୀ ଗସ୍ତରେ ଆସିଛନ୍ତି ଏବଂ ଏହି ସମୟ ମଧ୍ୟରେ ସେ ଅନେକ ବିରୋଧୀ ଦଳର ନେତାଙ୍କୁ ଭେଟିବାକୁ ଯାଉଛନ୍ତି। କ୍ରିକେଟରୁ-ରାଜନେତା ବନିଥିବା ଆଜାଦ ବିହାରର ଦାରବଙ୍ଗା ଠାରୁ ତିନିଥର ଲୋକସଭାକୁ ନିର୍ବାଚିତ ହୋଇଥିଲେ। ସେ ୨୦୧୪ ସାଧାରଣ ନିର୍ବାଚନରେ ବିଜେପି ଟିକେଟରେ ଲଢିଥିଲେ। ୨୦୧୫ ମସିହାରେ ଦିଲ୍ଲୀ ଏବଂ ଜିଲ୍ଲା କ୍ରିକେଟ୍ ଆସୋସିଏସନରେ ହୋଇଥିବା ଅନିୟମିତତା ତଥା ଦୁର୍ନୀତି ଅଭିଯୋଗରେ ତତ୍କାଳୀନ କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କୁ ଖୋଲାଖୋଲି ଭାବେ ଟାର୍ଗେଟ କରିବା ପରେ ତାଙ୍କୁ ବିଜେପିରୁ ନିଲମ୍ବିତ କରାଯାଇଥିଲା। ଆଜାଦଙ୍କ ପିତା ବିହାରର ଜଣେ ଭେଟେରାନ କଂଗ୍ରେସ ନେତା ଯିଏକି ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ।

  • Tags:

Subscribe

National International State Sports Entertainment