କରୋନା ସମୟରେ କଂଗ୍ରେସ ଲୋକମାନଙ୍କ ମଧ୍ୟରେ ବିଭ୍ରାନ୍ତ ଏବଂ ମିଥ୍ୟା ଅତଙ୍କ ସଷ୍ଟିି କରୁଥିବା କହିଲେ ଜେପି ନଡ୍ଡା
Khabar Odisha:In-his-latter-to-congress-chief-BJP-president-JP-Nadda-accused-the-Opposition-party-of-duplicity-and-pettiness

 ନୁଆଦିଲ୍ଲୀ,ମେ୧୧(ଖବର ଓଡିଶା); କଂଗ୍ରେସ କାର୍ଯ୍ୟକାରୀ କମିଟିର ଗତକାଲୀ ବେଠକରେ କେନ୍ଦ୍ରର ନରେନ୍ଦ୍ର ମୋଦି ସରକାର ଦେଶରେ କରୋନାର ଦ୍ୱିତ୍ୱୀୟ ଲହର ସଂକ୍ରମଣକୁ ରୋକିବାରେ ବିଫଳ ହୋଇଥିବା ଏବଂ ଏହାର ଭୂଲ ପଦକ୍ଷେପ ପାଇଁ ନରେନ୍ଦ୍ର ମୋଦି ସରକାର ପ୍ରାୟଶ୍ଚିତ କରିବା ଦରକାର ବୋଲି କହିଥିଲେ । ଆଜି ବିଜେପିର ରାଷ୍ଟ୍ରିୟ ଅଧ୍ୟକ୍ଷ ଜେପି ନଡ୍ଡା କଂଗ୍ରେସର ଅନ୍ତରିଣ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କୁ ପତ୍ର ଲେଖି ଦେଶରେ କରୋନା ଭଳି ମହାମାରୀ ସମୟରେ କଂଗ୍ରେସର ନେତା ମାନେ ମିଥ୍ୟା ଦାବି ସହିତ ନିଚ ବ୍ୟବହାର କରୁଥିବା କଂଗ୍ରେସ ଉପରେ ଅଭିଯୋଗ କରିଛନ୍ତି । 

ଜେପି ନଡ୍ଡା ତାଙ୍କର ଚାରିି ଫର୍ଦ ପତ୍ରରେ କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କୁ ଲେଖିଛନ୍ତି ଯେ କରୋନା ମହାମାରୀ ସମୟରେ କଂଗ୍ରେସର ନେତା ମାନେ ଲୋକମାନଙ୍କୁ ଭ୍ରମିତ କରୁଛନ୍ତି ଏବଂ ଲୋକ ମାନଙ୍କ ମଧ୍ୟରେ ମିଛ ଭୟ ସୃଷ୍ଟି କରୁଥିବା ସେ କହିଛନ୍ତି । ସେ ଅଭିଯୋଗ କରିଛନ୍ତି ଯେ ୱାୟାନାଡ ସାଂସଦ ରାହୁଲ ଗାନ୍ଧୀଙ୍କ ସମେତ କଂଗ୍ରେସ ନେତାଙ୍କ ଆଚରଣ ମିଛ ଏବଂ ନିଚ ବ୍ୟବହାର ପାଇଁ ସ୍ମରଣୀୟ ହେବ। ଏହା ସହିତ ଟିକା କରଣକୁ ନେଇ ରାଜନୀତି କରୁଥିବା କହି ସେ କଂଗ୍ରେସର ମୁଖ୍ୟମନ୍ତ୍ରୀଙ୍କୁ ବ ଟାର୍ଗେଟ କରିଛନ୍ତି । 

ସେ କହିଛନ୍ତି ମୋଦୀଙ୍କ ଅଧୀନରେ ମହାମାରୀ ବିରୋଧରେ ଦେଶରେ ବୈଜ୍ଞାନିକ ମାନଙ୍କ ଅଦମ୍ୟ ବିଶ୍ୱାସ, ନବୀକରଣକୁ ସମର୍ଥନ, କରୋନା ଯୋଦ୍ଧାମାନଙ୍କ ଉପରେ ବିଶ୍ୱାସ ଏବଂ ସହଯୋଗୀତାରେ ମିଳିତ ଭାବରେ ପରିଚାଳିତ ହେଉଛି ।

  • Tags:

Subscribe

National International State Sports Entertainment