'ହେ ନବୀନ ବାବୁ' ଗୀତର ତାଳେ ତାଳେ ନାଚିଲେ ବ୍ରହ୍ମପୁର ମେୟର । ଏଥର ଦାଣ୍ଡିଆ ନାଇଟରେ ବି ବାଜିଲା ନବୀନ ବାବୁଙ୍କ ଗୀତ । ବ୍ରହ୍ମପୁର ମେୟର ସଂଘମିତ୍ରା ଦଳେଇ ମଧ୍ୟ ହେଲେ ନବୀନ ବାବୁଙ୍କ ଫ୍ୟାନ୍ ।
ବିଜୟା ଦଶମୀ ଅବସରରେ ବ୍ରହ୍ମପୁରରେ ଏକ ଦାଣ୍ଡିଆ ରାସ୍ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ସେଥିରେ ଯୋଗ ଦେଇଥିଲେ ବ୍ରହ୍ମପୁର ମେୟର ସଂଘମିତ୍ରା ଦଳେଇ। ତାଙ୍କ ସହ ବ୍ରହ୍ମପୁରର ସାଂସଦ ଚନ୍ଦ୍ରଶେଖର ସାହୁ, ବିଧାୟକ ବିକ୍ରମ ପଣ୍ଡା, ଜିଲ୍ଲା ଯୋଜନା ବୋର୍ଡ ସଦସ୍ୟ ତଥା ଗଂଜାମ ଜିଲ୍ଲା ବିଜେଡି ସଭାପତି ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ଏହାର ଏକ ଭିଡ଼ିଓ ମେୟର ସଂଘମିତ୍ରା ଦଳେଇ ନିଜ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ପୋଷ୍ଟ କରିଥିଲେ । ଯେଉଁଥିରେ ସମସ୍ତଙ୍କୁ ବେଶ ଉତ୍ସାହର ଦାଣ୍ଡିଆ ଖେଳୁଥିବାର ଦେଖା ଯାଇଛି । ସେଠାରେ ଉପସ୍ଥିତ ଥିବା ସମସ୍ତ ଲୋକମାନଙ୍କ ସହ ସେହି ଗୀତର ତାଳେ ତାଳେ ନାଚିଛନ୍ତି ଖୋଦ୍ ବ୍ରହ୍ମପୁର ମେୟର ସଂଘମିତ୍ରା ଦଳେଇ । ହାତରେ ଦାଣ୍ଡିଆ ବାଡ଼ି ଧରି ବେଶ ଖୁସି ଉଲ୍ଲାସରେ ଝୁମି ଝୁମି ଏହି କାର୍ଯ୍ୟକ୍ରମକୁ ଉପଭୋଗ କରୁଥିବାର ନଜର ଆସିଲେ ମେୟର । ତାଙ୍କ ସହ ଦାଣ୍ଡିଆ ରାସ୍ କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ ଏବଂ ବିଧାୟକ ବିକ୍ରମ ପଣ୍ଡା । ସେମାନେ ମଧ୍ୟ ହାତରେ ଦାଣ୍ଡିଆ ବାଡ଼ି ଧରି ଗୀତର ତାଳେ ତାଳେ ନାଚିବାର ଦେଖା ଯାଇଛି ।
ସେହି ସମୟର ଭିଡ଼ିଓକୁ ମେୟର ସଂଘମିତ୍ରା ଦଳେଇ ନିଜେ ତାଙ୍କର ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ସେୟାର କରିଥିଲେ। ମାତ୍ର ଏହାକୁ ନେଇ ବିଭିନ୍ନ ମହଲରେ ଭିନ୍ନ ଭିନ୍ନ ଚର୍ଚ୍ଚା ଆରମ୍ଭ ହୋଇଯାଇଥିଲା । ଏଥିପାଇଁ ପରେ ସେ ଏହି ଭିଡିଓ ଟିକୁ ତାଙ୍କର ସୋସିଆମ ମିଡିଆ ହ୍ୟାଣ୍ଡେଲରୁ ଡିଲିଟ୍ କରିଦେଇଥିଲେ ।
ପୂର୍ବରୁ ଏହି ଗୀତଟି କେବଳ ବିଜେଡିର ବିଭିନ୍ନ ଦଳୀୟ କାର୍ଯ୍ୟକ୍ରମରେ ବାଜୁଥିବାର ଶୁଣାଯାଉଥିଲା । ଏବଂ ସେଥିରେ କେବଳ ନବୀନ ବାବୁଙ୍କର ଫ୍ୟାନ୍ସମାନଙ୍କୁ ଝୁମିବାର ଦେଖା ଯାଇଛି । ହେଲେ ଏବେ ଏହି ଗୀତଟି ଦାଣ୍ଡିଆ ନାଇଟରେ ବି ଶୁଣାଯାଉଛି । ଏବଂ ଏଥର ଏଥିରେ ମେୟର ମଧ୍ୟ ଝୁମିଛନ୍ତି । ଏହାକୁ ନେଇ ଲୋକମାଙ୍କର ଭିନ୍ନ ଭିନ୍ନ ମତ ପ୍ରକାଶ ପାଉଛି।