ଚେନ୍ନାଇ: ବିଜେପି ନେତା ଆନ୍ନାମଲାଇ ସୋମବାର ମନସେ ମୁଖ୍ୟ ରାଜ ଠାକରେଙ୍କୁ ଶାଣିତ ସ୍ଵରରେ ଟାର୍ଗେଟ୍ କରିଛନ୍ତି। ସେ ରାଜ ଠାକରେଙ୍କୁ ଆହ୍ଵାନ ଦେଇ କହିଛନ୍ତି, ସେ ମୁମ୍ବାଇ ଯାଉଛନ୍ତି। ଯଦି ସାହାସ ଅଛି ଅଟକାଇ ଦେଖାନ୍ତୁ। କେବଳ ଏତିକି ନୁହେଁ ସେ ଏହା ମଧ୍ୟ କହିଛନ୍ତି, ଯଦି କାହାର ଦମ ଅଛି ତେବେ ମୋର ଗୋଡ଼ କାଟି ଦିଅନ୍ତୁ। ଉଲ୍ଲେଖନୀୟ ରାଜ ଠାକରେ ଆନ୍ନମଲାଇଙ୍କ ପରିହାସ କରି ତାଙ୍କୁ ରସମଲ୍ଲାଇ କହିଥିଲେ। ଏହା ବ୍ୟତୀତ ରାଜ ଠାକରେ ଅନ୍ନାମଲାଇଙ୍କୁ ମୁମ୍ବାଇ ପ୍ରସଙ୍ଗରେ କହିବା ନେଇ ପ୍ରଶ୍ନ କରିଥିଲେ।
ଚେନ୍ନାଇରେ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ନେତା ଅଭିଯୋଗ କରିଛନ୍ତି ଯେ, ତାଙ୍କୁ ଅନେକ ଧମକ ମିଳିଛି। କିଛି ଲୋକ ତାଙ୍କ ଗୋଡ଼ କାଟିବାର ଧମକ ଦେଉଛନ୍ତି। ଆଦିତ୍ୟ ଠାକରେ ଓ ରାଜ ଠାକରେ ମୋତେ ଧମକ ଦେବାକୁ କିଏ ? ମୁଁ ଚାଷୀର ପୁଅ ହୋଇଥିବାରୁ ଗର୍ବିତ। ଏହି ଲୋକେ କେବଳ ମୋତେ ଗାଳି ଦେବା ପାଇଁ ମିଟିଂ କରୁଛନ୍ତି। ମୋତେ ଲାଗୁନି ଏହି ଲୋକେ ଏତେ ମହତ୍ଵପୂର୍ଣ୍ଣ। ଆନ୍ନାମଲାଇ କହିଛନ୍ତି, ଯଦି ମୁଁ ମୁମ୍ବାଇ ଯିବି, ସେମାନେ ମୋର ଗୋଡ଼ କାଟି ଦେବେ। ଯଦି ମୋତେ ଏସବୁ କଥାରେ ଭୟ ଲାଗନ୍ତା ତେବେ ନିଜ ଗାଁରେ ମୁଁ ରହିଯାଆନ୍ତି।
ବିଜେପିର ପୂର୍ବତନ ତାମିଲନାଡୁ ଅଧ୍ୟକ୍ଷ ଆନ୍ନାମଲାଇ କହିଛନ୍ତି, ମୁଁ ଯଦି କହେ କାମରାଜ ଭାରତର ମହାନ ନେତାଙ୍କ ମଧ୍ୟରୁ ଜଣେ, ତେବେ କଣ ଏହାର ଅର୍ଥ କଣ ସେ ତାମିଲ ନୁହନ୍ତି ? ଯଦି ମୁଁ କହୁଛି ମୁମ୍ବାଇ ବିଶ୍ଵସ୍ତରୀୟ ସହର ତେବେ କଣ ଏହାର ଅର୍ଥ ମହାରାଷ୍ଟ୍ର ଲୋକେ ଏହାର ନିର୍ମାଣ କରି ନାହାନ୍ତି ? ଉଲ୍ଲେଖନୀୟ ରବିବାର ରାଜ ଠାକରେ ମୁମ୍ବାଇକୁ ଅନ୍ତର୍ଜାତୀୟ ସହର କରିବା ନେଇ ଆନ୍ନାମଲାଇଙ୍କୁ ଟାର୍ଗେଟ୍ କରିଥିଲେ। ସେ ନାରା ଦେଇଥିଲେ, ହଟାଓ ଲୁଙ୍ଗି, ବଜାଓ ପୁଙ୍ଗି। ୟୁବିଟି ଓ ମନସେ ମିଳିତ ଭାବେ ଏହି ରାଲି କରିଥିଲେ।
Also read: ବାଂଲାଦେଶରେ ଆଉ ଜଣେ ହିନ୍ଦୁ ଯୁବକଙ୍କୁ ହତ୍ୟା, ଅଟୋ ଡ୍ରାଇଭରଙ୍କୁ ପିଟି ପିଟି ମାରି ଦେଲେ