ଅଡୁଆରେ ବିଜେଡି ବିଧାୟକ ଧ୍ରୁବ ସାହୁ । ବିଧାୟକ ଧ୍ରୁବ ସାହୁଙ୍କୁ ହାଇକୋର୍ଟଙ୍କ ନୋଟିସ୍ ଜାରିହୋଇଛି । କେନ୍ଦ୍ରାପଡା ରାଜନଗର ନିର୍ବାଚନ ଅନିୟମିତତା ମାମଲାରେ ନୋଟିସ୍ ହୋଇଛି । ବିଜେପି ପ୍ରାର୍ଥୀ ଲଳିତ ବେହେରାଙ୍କ ଆବେଦନ ଆଧାରରେ ନୋଟିସ୍ ହୋଇଥିବା ସୂଚନା ରହିଛି । ମାମଲାର ପ୍ରତିପକ୍ଷ ଶ୍ରୀ ସାହୁଙ୍କୁ ନୋଟିସ୍ ଜାରି କରି ପରବର୍ତ୍ତୀ ଶୁଣାଣି ପୂର୍ବରୁ ଜବାବ ଦାଖଲ କରିବାକୁ ଗଠିତ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି।